କେତେ ସତ୍ୟ

Oct 10, 2026 - 18:35
 7
କେତେ ସତ୍ୟ

ମୃତ୍ୟୁ ସମସ୍ତଙ୍କୁ ଆସିବ କିନ୍ତୁ ମରିବାକୁ କେହି ଚାହାଁନ୍ତି ନାହିଁ

ଖାଦ୍ୟ ସମସ୍ତଙ୍କୁ ଆବଶ୍ୟକ କିନ୍ତୁ ଚାଷ କରିବାକୁ କେହି ଚାହାଁନ୍ତି ନାହିଁ

ଛାଇ ସମସ୍ତେ ଖୋଜନ୍ତି କିନ୍ତୁ ଗଛ ଲଗାଇବା ବା ଗଛ ବଞ୍ଚାଇବା କେହି ଚାହାଁନ୍ତି ନାହିଁ

ପାଣି ଜୀବନ ବଞ୍ଚାଇଥାଏ କିନ୍ତୁ ଜଳ ସଂରକ୍ଷଣ କେହି ଚାହାଁନ୍ତି ନାହିଁ

ବୋହୁ ସମସ୍ତେ ଚାହାଁନ୍ତି କିନ୍ତୁ କନ୍ଯା ସନ୍ତାନ କେହି ଚାହାଁନ୍ତି ନାହିଁ

                                                                                ଆତ୍ମାକୁ ବାଧିଲା ଭଳି କଥା ଯଦି ନିଜେ ସହି ପାରୁନେ ତେବେ ଆଉ କାହାକୁ ସେହିଭଳି କଥା କହିବା ନାହିଁ

କାହାର ପାଦଧରି ସଫଳତା ପାଇବା ଅପେକ୍ଷା ନିଜେ ଲଢି ହାରିଯିବା ଶହେ ଗୁଣରେ ଭଲ

ମିତ୍ର ଯଦି ସୁଖରେ ଅଛି ତେବେ ନ ଡାକିଲା ଯାଏଁ ଯିବା ନାହିଁ ଆଉ ମିତ୍ର ଯଦି ଦୁଃଖରେ ପଡିଛି ତେବେ ଡାକିବା ଯାଏଁ ଅପେକ୍ଷା କରିବା ନାହିଁ

ସମୟ କାହାକୁ ଅପେକ୍ଷା କରେ ନାହିଁ ବୁଦ୍ଧିମାନ ସିଏ ଯେ ସମୟର ମୂଲ୍ୟ ବୁଝି ଠିକ୍ ସମୟରେ ଠିକ୍ କାମ କରିଥା

ବଞ୍ଚିବା ପାଇଁ କୌଣସି Perfect ମଣିଷ ଦରକାର ନାହିଁ ବରଂ ଏହି ପରି ଏକ ମଣିଷ ଦରକାର ଯିଏ Respect ଆଉ Care କରୁଥିବ ସେ ହିଁ ଆମ ପାଇଁ Perfect ହେବ |