କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ- ତାରାପ୍ରସାଦ ବାହିନୀପତି
ଭୁବନେଶ୍ବର ତା. ୧୨,୨- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିରୋଧଦଳ ମୁଖ୍ୟ ସଚେତକ ଶ୍ରୀ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତରେ ଆନ୍ଧ୍ର ସରକାର ଯେଭଳି ଭାବରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଓଡ଼ିଶାର ସରକାରଙ୍କ ପକ୍ଷରୁ ଯେପରି ନୀରବତା ଅବଲମ୍ବନ କରାଯାଇଛି ଏଥିରୁ ଅନୁମେୟ ଓଡ଼ିଶା ସରକାର ଆନ୍ଧ୍ର ପାଖରେ କୋଟିଆକୁ ସମର୍ପି ଦେଇଛନ୍ତି । କୋଟିଆକୁ ଓଡ଼ିଶାରେ ରଖୁବାପାଇଁ ଓଡ଼ିଶା ସରକାରଙ୍କର ଆନ୍ତରିକତାର ଅଭାବ ରହିଛି ବୋଲି ଶ୍ରୀ ବାଛିନୀପତି ଅଭିଯୋଗ କରିଛନ୍ତି ।
କୋଟିଆ ପଂଚାୟତର ୨୧ଟି ଗ୍ରାମରେ ଆନ୍ଧ୍ର ସରକାର ସାଧାରଣ ଜନତାଙ୍କୁ ପ୍ରଲୋଭିତ କରୁଛନ୍ତି । ଧୂଳିପଦର ଓ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ସରକାରୀ ଦଳର ଦଳୀୟ ପତାକା ଆନ୍ଧ୍ର ସରକାରୀ କର୍ମଚାରୀମାନେ ଉତୋଳନ କରୁଛନ୍ତି ।
ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ କ୍ୟାମ୍ପ କରାଯାଇ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି । ସେଠାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ସ୍ୱାସ୍ଥ୍ୟ ସେବା ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ଆନ୍ଧ୍ର ସରକାର ‘ ଜଗନ୍ନା ଇରସା’ କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆ ଅଂଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପଂହଚୁଛନ୍ତି ।
କେବଳ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ଓଡ଼ିଶା ସରକାର ହଷ୍ଟେଲ ସୁବିଧା କରିଥିବା ବେଳେ ଆନ୍ଧ୍ର ସରକାର କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ରରେ କୋଟିଆର ସମସ୍ତବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ସରକାରୀ ହଷ୍ଟେଲ ସୁବିଧା ଯୋଗାଇ ଦେଉଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାର ୧୫ ଦିନ ମଧ୍ୟରେ ସେମାନଙ୍କ ପରିବାର ବର୍ଗଙ୍କୁ ଆନ୍ଧ୍ର ସରକାର ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି ।
ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି ଓ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରାୟ ଦିଆଯାଉ ନାହିଁ । ଯେଉଁ ଖାଦ୍ୟ ଦିଆଯାଇଛି ତାହା ଅତି ନିମ୍ନମାନର । ମାତ୍ର ସେଠି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଫିସର ମାନେ କରିବସି ଉନ୍ନତ ଖାଦ୍ୟ ଓ ସେଥିରେ ଅଣ୍ଡା ଓ କ୍ଷୀର ଦେଉଛନ୍ତି ।
ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ ଅଫିସରମାନେ ବାକ୍ଯଇତା ହିତାଧୂଜାରୀଙ୍କ ଘରକୁ ଯାଇ ହାତରେ ୨୫୦୦ ଟଙ୍କା ଧରେଇ ଦେଇଥିବା ବେଳେ ଓଡ଼ିଶା ସରକାର ମାତ୍ର ୫୦୦ ଟଙ୍କା (ଏବେ ହଜାର ଟଙ୍କା) ବ୍ୟାଙ୍କ ବା ପୋଷ୍ଟାଲ ମାଧ୍ୟମରେ ଦେଉଛନ୍ତି । ହିତାଧୁକାରୀ ଅନେକ ସମୟରେ ଇତା
ଅର୍ଥ ନେବାପାଇଁ ୨୦-୨୫ କିଲୋମିଟର ବାଲି ଚାଲି ଆସି ହତାସ ହେଇଛି ।
କୋଣ୍ଡାଦ୍ଵାର, ମାଳି, ରଣା, କୁମାର, କମାର ଓ ପାଇକ ପ୍ରଭୃତି କେତେକ ବର୍ଗଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ମାନ୍ୟତା ମିଳୁଥିବା
ବେଳେ ଆନ୍ଧ୍ର ଓଡ଼ିଶା ସରକାର ସେମାନଙ୍କର ଦାବିକୁ ଉପେକ୍ଷା କରୁଛନ୍ତି ।
ଆନ୍ଧ୍ର ପକ୍ଷରୁ କୋଟିଆକୁ ଦୁଇଟି ପଂଚାୟତରେ ବିଭକ୍ତ କରାଯାଇଛି । ଗୋଟିଏ ହେଲା ‘ଗୁଣସିନେରି ଓ ଅନ୍ୟଟି ତଳଗଞ୍ଜେଇପଦର । ଆନ୍ଧ୍ର ପକ୍ଷରୁ ଏହାକୁ ବିଗୁଆ ଗଞ୍ଜେଇ ଭଦ୍ରା ଏବଂ ଫଗୁ ଚିନାରୀ କୁହାଯାଉଛି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଥାଇ ହୁକିଂ
ଲାଗିଛି ।
ଶ୍ରୀ ବାହିନୀପତି କହିଛନ୍ତିଯେ ପଟାଙ୍ଗୀ ବ୍ଲକ ଅଧୀନସ୍ଥ ଗାଳିଗସ୍ତର ଠାରେ ଥିବା ଜଳପ୍ରପାତରୁ ପ୍ରବାହିତ ହୋଇଥିବା ଜଳକୁ ଅଟକାଳ କୋଟିଆ
ପଂଚାୟତର ଉପତ୍ୟକାରେ ଏକ ଚେକଡ୍ୟାମ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛତି ଏବଂ ଏହି ଜଳକୁ ବ୍ୟବହାର କରି ନେରେଡ଼ି ବାଲସା ଏବଂ ତାଡ଼ିବାଲସା (ଆନ୍ଧ୍ର ଏହାକୁ ଆନ୍ଧ୍ରର କୁରୁକୃଟି ପଂଚାୟତ ଅଧିନସ୍ଥ ବୋଲି କହୁଛି) ଠାରେ ଏକ ବ୍ରାଇଡ୍ରୋ ପ୍ରୋଜେକ୍ଟ ନିର୍ମାଣ କରିବାପାଇଁ ସର୍ଭେ ଏବଂ ସଏଲଟେଷ୍ଟ କାମ ସମାପ୍ତ ହୋଇଛି । ଏହା ଦ୍ବାରା କୋଟିଆ ଉପତ୍ୟକାରେ ଥିବା ୧୨ ଖଣ୍ଡ ଗାଁ ଜଳମଗ୍ନ ହୋଇଯିବ । ଏହି ହାଇଡ୍ରୋ ପାଂଟ ବାବଦରେ ୧୯.୭.୨୦୨୩ ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଆବାନୀଗ୍ରୁପ, ଓଡ଼ିଶା ସରକାରଙ୍କର ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆନ୍ଧ୍ର ସରକାରଙ୍କ ଅଫିସର ଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଏହି ବୈଠକରେ ଓଡ଼ିଶା ସରକାର କୌଣସି ପ୍ରତିବାଦ ନକରିବା ଦୁର୍ଭାଗ୍ୟଜନକ । ଏଠାରେ ପ୍ରକାଶ ଥାଉକି ଆନ୍ଧ୍ର ସରକାର ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡକୁ କୋଟିଆରେ ପମ୍ପ ଷ୍ଟୋରେଳ ପ୍ରକଳ୍ପ ପାଇଁ ସର୍ଭେ ନିମନ୍ତେ ବାୟୀତ୍ବ ଦେଇଛି । ରାଜ୍ୟ ସରକାର ଆନ୍ଧ୍ରକୁ ସହଯୋଗ କରୁଛତି ବୋଲି ମନେ ହେଉଛି ।
ପଟାଙ୍ଗୀ ବ୍ଲକର ନେରେଡ଼ି ବାଲସାରେ ପ୍ରକଳ୍ପ ହେବ । ଯାହାକି ସାଲୁର ଠାରୁ ୩୫ କିମି ଦୂର । ସେଠି ଆନ୍ଧ୍ର ବସ ଚାଲିଛି ମାତ୍ର ଓଡ଼ିଶା ବସ ବାଲୁନାହିଁ । ଏଠାରେ ସୂଚନାଯୋଗ୍ୟ ଯେ ନେରେଡ଼ି ବାଲସା ପଟାଙ୍ଗୀ ଠାରୁ ମାତ୍ର ୧୫ କି.ମି ଦୂର । ସେଠିକାର ଅଧୂବାସୀ ଆନ୍ଧ୍ରର ସାର୍ଟି ହାଟକୁ ଯାଇ ତେନ୍ତୁଳି, ଝାହୁ, ଖଲିପତ୍ର, ହଳଦୀ, ପନିପରିବା ଏବଂ ଅନ୍ୟାନ୍ୟ ଯମଲଯାତ ଦ୍ରବ୍ୟ ବିଜୁଥିବା ବେଳେ ପଟାଙ୍ଗୀକୁ ବସ ଯୋଗାଯୋଗ ନଥିବାରୁ ସେମାନେ ଓଡ଼ିଶାରେ ବିକ୍ରୀ କରିବାରେ ସୁଯୋଗ ପାଇ ନାହାନ୍ତି ।
କଥା ସେତିକିରେ ରହିଯାଲ ନାହିଁ । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋରାପୁଟର ନନ୍ଦପୁର ବ୍ଲକର ଚାଟୁଆ ଅଂଚଳରେ ରାସ୍ତାକାମ, ପାନୀୟଜଳ ବ୍ୟବସ୍ଥା ଓ ଗ୍ରୀନ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନାରାୟଣ ପାଟଣା ବ୍ଳକର ବରଗୀ, ଲଙ୍ଗଳବେଢ଼ା ପ୍ରଭୃତି ତିନିଚାରିଟି ପଂଚାୟତରେ ଓ ବନ୍ଧୁ ଗାଁ ବ୍ଲକର ତିନୋଟି ପଂଚାୟତରେ ଆନ୍ଧ୍ର ସରକାର ଜନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ଏକଥା ଓଡ଼ିଶା ସରକାର ଜାଣି ନୀରବ ରହିବା ଦୁର୍ଭାଗ୍ୟଜନକ । ଜଣେ ସାଧାରଣ ଓଡ଼ିଆ ଏହାକୁ ସହ୍ୟ କରିପାରିବ ନାହିଁ । କୋରାପୁଟର ଛାତିରେ ଆନ୍ଧ୍ରର କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ସତେଯେପରି ସମର୍ଥନ ଦେଉଛନ୍ତି ତାହା ଆମ ପାଇଁ କଷ୍ଟ ଦାୟକ । ଏପରି ହେଲେ ସେଠିକାର ବାସିନ୍ଦା ଆନ୍ଧ୍ର ଅଧୁନରେ ରହିବାକୁ ପସନ୍ଦ କରିବେ । ଏକଥା କ’ଣ ମୁଖ୍ୟ ମନ୍ତ୍ରୀ ଜାଣି ପାରୁ ନାହାତି ? ପଂଚାୟତ ନିର୍ବାଚନ ଆନ୍ଧ୍ର ପକ୍ଷରୁ କରାଗଲା । ଓଡ଼ିଶା ସରକାର ଏହାକୁ ଠିକ୍ ଭାବରେ ପ୍ରତିବାଦ କରିପାରିଲେ ନାହିଁ ।
ଶ୍ରୀ ବାହିନୀପତି କହିଛନ୍ତି ଯେ ପଟାଙ୍ଗୀ ବ୍ଲକରେ ଥୁବା ଦେଓମାଳି ପର୍ବତ ଏବଂ ସମଗ୍ର କୋଟିଆ ପଂଚାୟତକୁ ରାଜ୍ୟ ସରକାର ଜୈବ ବିବିଧତାର ହେରିଟେଳ ଅଂଚଳ ଭାବେ ଘୋଷଣା କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ । ଏଠାରେ ସୂଚନାଯୋଗ୍ୟ ଯେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗବେଷଣା କରି ଏହାକୁ ହେରିଟେକ ଅଂଚଳ ଘୋଷଣା କରିବାକୁ ରିପୋର୍ଟ ଦେଇଛନ୍ତି ।
ଓପିସିସି ମିଡିଆ ବିଭାଗ ମୁଖ୍ୟ ଡ. ବିଶ୍ୱରଞ୍ଜନ ମହାତି କହିଥିଲେ ଯେ କୋଟିଆ ଅଂଚଳ ପ୍ରତି ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଉଦାସୀନ ରହିଛନ୍ତି । ଓଡ଼ିଶା ଓ ଓଡ଼ିଆ ଅସ୍ମିତା ପ୍ରତି ମୂଖ୍ୟମନ୍ତ୍ରୀ ଆଦୌ ସମ୍ବେଦନଶୀଳ ନୁହର୍ଷି I କୋଟିଆ ଅଂଚଳ ପ୍ରତି ଏଭଳି ଉଦାସିନତା ରାଳ ରହିଲେ, ସଂପୃକ୍ତ ଅଂଚଳବାସୀଙ୍କ ନ୍ୟାୟ ପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯିବ |