ନକଲି ମାପକ (ଓଜନ) ଯନ୍ତ୍ର ବ୍ୟବହାର କରୁଥିଲେ, ଏଥର ନିସ୍ତାର ନାହିଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ରାଜ୍ୟରେ ନକଲି ମାପକ ଯନ୍ତ୍ରରେ ବିଭିନ୍ନ ସାମଗ୍ରୀ ବିକ୍ରି ନେଇ ଉଦ୍ବେଗ ପ୍ରକାଶ କଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
ପେଟ୍ରୋଲ୍ ପମ୍ପ୍, ସୁନା ଦୋକାନ, ଚିକେନ୍ ଦୋକାନ ସବୁଠି ଓଜନରେ ଠକେଇ ହେଉଛି ବୋଲି ଗଭୀର କ୍ଷୋଭ ପ୍ରକାଶ କଲେ
ସୁନା ଦୋକାନ ଗୁଡ଼ିକ ଉପରେ ଚଢ଼ାଉ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଲେ
ଚଢ଼ାଉ ସହ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦେଲେ ନିର୍ଦେଶନାମା
ଚଢ଼ାଉ ରେ ରେକର୍ଡ ସୃଷ୍ଟିକାରୀଙ୍କୁ ଦିଆଯିବ ପୁରସ୍କାର କହିଲେ ମନ୍ତ୍ରୀ
ଚଢ଼ାଉ ସମୟରେ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଦେଲେ ପ୍ରତିଶୃତି
ବିଭାଗରେ ଖାଲିଥିବା ପଦବକୁ ଶୀଘ୍ର ପୂରଣ କରାଯିବ ବୋଲି ମଧ୍ୟ କହିଥିଲେ |