ପଥରରେ ଛେଚି ଯୁବକଙ୍କୁ ହତ୍ୟା
କ୍ରିକେଟ୍ ମ୍ୟାଚ୍ ବେଳେ ଯୁକ୍ତିତର୍କ ହେବାରୁ ଯୁବକଙ୍କୁ ହତ୍ୟା । ବର୍ତ୍ତମାନ ଅଧିକାଂଶ ସ୍ଥାନରେ କ୍ରିକେଟ୍ ମ୍ୟାଚ୍ ଆୟୋଜନ କରାଯାଉଛି । ଖେଳରେ ହାର ଜିତ ସର୍ବଦା ରହିଥାଏ । କିନ୍ତୁ ଖେଳରେ ଖେଳରେ ଯୁକ୍ତିତର୍କ ହେବାରୁ ପଥରରେ ଛେଚି ୨୪ ବର୍ଷିୟା ଯୁବକଙ୍କୁ ହତ୍ୟା କଲେ ଅଭିଯୁକ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶରେ ।
ସୂଚନା ଅନୁଯାୟୀ, ମୃତ ଯୁବକ ଜଣକ କ୍ରିକେଟ୍ ମ୍ୟାଚ୍ ରେ ଖେଳିବା ପାଇଁ ଉତ୍ତର ପ୍ରଦେଶର ମିରଟ ଜିଲ୍ଲାରୁ ଆସିଥିଲେ। ଖେଳ ସମୟରେ ଅନ୍ୟ ଯୁବକଙ୍କ ସହ ସାମାନ୍ୟ ବଚସା ହୋଇଥିଲା । ଏହାପରେ ୩ଜଣ ବ୍ୟକ୍ତି ସେହି ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ଆକ୍ରମଣ କରିଥିଲେ । ୩ଜଣଙ୍କ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ୨୪ ବର୍ଷିୟ ସୁମିତ ନଳାରେ ପଡ଼ିଯାଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ହତ୍ୟାକାରୀଙ୍କୁ ଗିରଫ କରିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।