ପେଟ୍ରୋଲ ଓ ଡିଜେଲ ଦର କମିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ଲେଖାଏ ହ୍ରାସ ପାଇଛି। ଦର ହ୍ରାସ ସମ୍ପର୍କ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏକ୍ସ ଯୋଗେ ସୂଚନା ଦେଇଛନ୍ତି। ପରିବର୍ତ୍ତିତ ଦର ଆସନ୍ତାକାଲି ୧୫ ମାର୍ଚ୍ଚ ୬ଟାରୁ ଲାଗୁ ହେବ। ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଯୋଗୁ ଖାଉଟିଙ୍କ ଖର୍ଚ୍ଚକୁ ହ୍ରାସ କରିବ। ସେହିପରି ଡିଜେଲରେ ଚାଲୁଥିବା ୫୮ ଲକ୍ଷ ପରିବହନ ଗାଡ଼ିର ଭଡ଼ା ଦାମ କମିବ। ୬ କୋଟି କାର ଓ ୨୭ କୋଟି ବାଇକ ଚାଳକଙ୍କୁ ଏହା ସହାୟତା ଦେବ। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏଣିକି ଲୋକମାନେ ପେଟ୍ରୋଲ ଲିଟର ପିଛା ୯୪.୭୨ ଟଙ୍କାରେ କିଣିବେ। ପୂର୍ବରୁ ସେମାନଙ୍କୁ ୯୬.୭୨ ଟଙ୍କା ଦେବାକୁ ପଡ଼ୁଥିଲା। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କାରୁ ଖସି ୧୦୪.୨୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କାରୁ ୧୦୩.୯୪ ଟଙ୍କା ଓ ଚେନ୍ନାଇବାସୀ ୧୦୨.୬୩ ଟଙ୍କା ବଦଳରେ ୧୦୦.୭୨ ଟଙ୍କା ଦେଇ କାଲି ସକାଳ ୬ଟାରୁ ପେଟ୍ରୋଲ ପାଇବେ।

ପେଟ୍ରୋଲ ଓ ଡିଜେଲ ଦର କମିଲା