ପିଏସୟୁ କର୍ମଚାରମାନେ ପାଇବେ ୨% ଅଧିକ DA...

Sep 20, 2026 - 13:46
 5
ପିଏସୟୁ କର୍ମଚାରମାନେ ପାଇବେ ୨% ଅଧିକ DA...

ରାଜ୍ୟର ସରକାରୀ ଉଦ୍ୟୋଗ ବା ପିଏସ୍‌ୟୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। 

ସଂଶୋଧିତ ଦରମା ହାର ୨୦୧୭ ଅନୁସାରେ, ଦରମା ପାଉଥିବା ଯୋଗ୍ୟ ପିଏସ୍‌ୟୁ କର୍ମଚାରୀଙ୍କ ପାଇଁ ଡିଏ ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। 

ଏହି ବର୍ଦ୍ଧିତ ଡିଏ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। 

ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗର କମିଶନର ତଥା ସଚିବଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅର୍ଥ ବିଭାଗର ୨୦୨୬ ମେ’ ୧୮ ତାରିଖର ନିର୍ଦ୍ଦେଶକୁ ଆଧାର କରି ରାଜ୍ୟ ସରକାରୀ ଉଦ୍ୟୋଗର କର୍ମଚାରୀଙ୍କ ପାଇଁ ଅତିରିକ୍ତ ୨ ପ୍ରତିଶତ ଡିଏ ମଞ୍ଜୁର କରାଯାଇଛି। ସମସ୍ତ ରାଜ୍ୟ ସରକାରୀ ଉଦ୍ୟୋଗର କର୍ମଚାରୀଙ୍କୁ ସ୍ୱୟଂଚାଳିତ ଭାବେ ଏହି ବର୍ଦ୍ଧିତ ଡିଏ ମିଳିବ ନାହିଁ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ସମ୍ପୃକ୍ତ ସରକାରୀ ଉଦ୍ୟୋଗଗୁଡ଼ିକୁ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ଏହି ମାନଦଣ୍ଡଗୁଡ଼ିକ ଆଧାରରେ ପ୍ରସ୍ତାବଗୁଡ଼ିକୁ ମାମଲା ଅନୁସାରେ ବିଚାର କରାଯିବ

ଅର୍ଥ ବିଭାଗର ୨୦୨୫ ନଭେମ୍ବର ୭ ତାରିଖର ଅଫିସ୍ ମେମୋରାଣ୍ଡମ ଅନୁସାରେ ସରକାରୀ ଉଦ୍ୟୋଗ ଗୁଡ଼ିକୁ ସରକାରଙ୍କୁ ଡିଭିଡେଣ୍ଡ ପ୍ରଦାନ କରିବାକୁ ହେବ। 

ଉପରୋକ୍ତ ମାନଦଣ୍ଡ ପୂରଣ କରୁଥିବା ଏବଂ କାଟାଗୋରାଇଜେସନ ଫ୍ରେମୱାର୍କ ଅଧୀନରେ ବର୍ଗୀକୃତ ସରକାରୀ ଉଦ୍ୟୋଗଗୁଡ଼ିକ ସେମାନଙ୍କ ବୋର୍ଡ ଅଫ ଡାଇରେକ୍ଟର୍ସଙ୍କ ଅନୁମୋଦନ ପରେ ନିଜ ନିଜ ପ୍ରଶାସନିକ ବିଭାଗ ନିକଟରେ ପ୍ରସ୍ତାବ ପଠାଇବେ।

ଅନ୍ୟପକ୍ଷରେ କାଟାଗୋରାଇଜେସନ୍ ଫ୍ରେମୱାର୍କ ଅଧୀନରେ ନଥିବା ସରକାରୀ ଉଦ୍ୟୋଗଗୁଡ଼ିକ ବୋର୍ଡ ଅନୁମୋଦନ ପରେ ସେମାନଙ୍କ ପ୍ରଶାସନିକ ବିଭାଗ ମାଧ୍ୟମରେ ପବ୍ଲିକ ଏଣ୍ଟରପ୍ରାଇଜେସ୍ ବିଭାଗ ନିକଟକୁ ପ୍ରସ୍ତାବ ପଠାଇବେ। 

ଏହି ପ୍ରସ୍ତାବଗୁଡ଼ିକୁ ମାମଲା ଅନୁସାରେ ବିଚାର କରାଯାଇ ବର୍ଦ୍ଧିତ ଡିଏ ପ୍ରଦାନ ସମ୍ପର୍କରେ ଆବଶ୍ୟକ ଅନୁମୋଦନ ଦିଆଯିବ।