Admin Jul 23, 2026 9
Admin Jul 6, 2026 13
Admin Jun 28, 2026 10
Admin Jun 20, 2026 14
Admin May 20, 2026 16
Admin Aug 1, 2026 4
Admin Jul 31, 2026 3
Admin Jul 30, 2026 6
Admin Jul 29, 2026 4
Admin Jul 28, 2026 1
Admin Jul 23, 2026 6
Admin Jul 12, 2026 11
Admin Jul 11, 2026 18
Admin Jul 11, 2026 9
Admin Jul 11, 2026 16
Admin Aug 1, 2026 3
Admin Aug 1, 2026 2
Admin Aug 1, 2026 5
Admin Aug 1, 2026 11
Admin Aug 1, 2026 9
Admin Aug 1, 2026 7
Admin Jul 30, 2026 12
Admin Jul 30, 2026 10
Admin Jul 30, 2026 9
Admin Jul 29, 2026 15
Admin Jul 21, 2026 11
Admin Jul 31, 2026 4
Admin Jul 31, 2026 12
Admin Jul 30, 2026 19
Admin Jul 29, 2026 7
Admin Jul 27, 2026 207
Admin Jul 23, 2026 10
Join our subscribers list to get the latest news, updates and special offers directly in your inbox
ରାଜ୍ୟର ବାରିପଦା ଛଉ ପଡିଆ ଠାରେ ବାୟୁସେନାରେ ଅଗ୍ନିବୀରବାୟୁ ସେନା ନିମନ୍ତେ ନିଯୁକ୍ତି ରାଲି ଆୟୋଜିତ ହେଉଅଛି | ଆୟୋଜିତ ହେବାକୁ ଥିବା ଅଗ୍ନି ବୀର ସେନା ନିଯୁକ୍ତି ରାଲି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲୀ, ଗ୍ରୁପ କ୍ୟାପଟେନ ସଞ୍ଜୟ ପଟ୍ଟନାୟକ ତଥା ସମାଦେଶ ଅଧିକାରୀ ନବମ ବାୟୁସେନା ଚୟନ କେନ୍ଦ୍ର ଭୁବନେଶ୍ୱର,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଯୋଗ ଦେଇଥିବା ବେଳେ ବାରିପଦା ଉପଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ବିଭିନ୍ନ ଥାନାର ଆଇ ଆଇ ସି, ସମସ୍ତ ପି ଏ ଆଇ ଟି ଡି ଏ, ସହକାରୀ ଯନ୍ତ୍ରୀପୂର୍ତ୍ତ ବିଭାଗ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ତହସିଲଦାର ବାରିପଦା, , ଏସ ଡି ପି ଓ ବାରିପଦା, ଡି ଏସ ପି ଡି ଆଇ ବି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ, ବାରିପଦା ପୌର ପାଳିକା, ଡେପୁଟି କଲେକ୍ଟର ନିଜ଼ାରତ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏହି ନିଯୁକ୍ତି ରାଲି କେବଳ ନିଯୁକ୍ତିରେ ସୀମିତ ରହିବ ନାହିଁ ବରଂ ଯୁବପିଢ଼ିଙ୍କ ପାଇଁ ଭବିଷ୍ୟତର ପ୍ରେରଣାର ଉତ୍ସ ହେବ ବୋଲି ଗ୍ରୁପ କ୍ୟାପଟେନ ସଞ୍ଜୟ ପଟନାୟକ କହିଥିଲେ| ସୂଚନା ଏହି କି ତା ୨୭-୦୮-୨୦୨୫ ରିଖ ଠାରୁ ତା ୦୪-୦୯-୨୦୨୫ ରିଖ ପର୍ଯ୍ୟନ୍ତ ବାରିପଦା ଛଉ ପଡିଆ ଠାରେ ଭାରତୀୟ ବାୟୁ ସେନାରେ ଅଗ୍ନିବୀରବାୟୁ ପଦବୀ ପାଇଁ ଉଭୟ ପୁରୁଷ ଓ ମହିଳା ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀଙ୍କ ନିମନ୍ତେ ୩ ଟି ପର୍ଯ୍ୟାୟରେ ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ଉକ୍ତ ନିଯୁକ୍ତି ରାଲିରେ ଭାରତର ୧୨ ଗୋଟି ରାଜ୍ୟ ଯଥା ଆସାମ,ଅରୁଣାଚଳ ପ୍ରଦେଶ, ତ୍ରିପୁରା, ମେଘାଳୟ, ମଣିପୁର, ମିଜୋରାମ, ନାଗାଲ୍ୟାଣ୍ଡ, ସିକ୍କିମ, ପଶ୍ଚିମ ବଙ୍ଗ, ଛତିଶଗଡ ଓ ଝାରଖଣ୍ଡ ସମେତ ଓଡିଶାର ସମସ୍ତ ଜିଲ୍ଲାର ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ( ଯେଉଁ ମାନଙ୍କ ବୟସ ସାଢେ ୧୭ ବର୍ଷରୁ ୨୧ ବର୍ଷ ଭିତରେ ହୋଇଥବ, ଶିକ୍ଷା ଗତ ଯୋଗ୍ୟତା ଯୁକ୍ତ ଦୁଇ କିମ୍ବା ଆଇ ଟି ଆଇ/ ଡିପ୍ଲୋମାରେ ଉତ୍ତୀର୍ଣ୍ଣ ହୋଇଥିବେ ମାତ୍ର ଇଂରାଜୀରେ ସର୍ବ ନିମ୍ନ ୫୦ ପ୍ରତିଶତ ସହିତ ମୋଟରେ ୫୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବେ ) ନିଯୁକ୍ତି ନିମନ୍ତେ ନିର୍ଧାରିତ ମାନଦଣ୍ଡ ଯଥା ଶିକ୍ଷାଗତ ଯୋଗ୍ୟତା, ଶାରୀରିକ ଗଠନ ଇତ୍ୟାଦି ଭିତ୍ତିରେ ନିଯୁକ୍ତି ପାଇଁ ଅଂଶ ଗ୍ରହଣ କରି ପାରିବେ। ଏହି ନିଯୁକ୍ତି ରେ ଅଂଶ ଗ୍ରହଣ କରିବା ପାଇଁ ପୂର୍ବରୁ କୌଣସି ପଞ୍ଜିକରଣ ଆବଶ୍ୟକତା ନାହିଁ। ନିଯୁକ୍ତି ରାଲି ପାଇଁ ଧାର୍ଯ୍ୟ ତାରିଖ, ସମୟ ଓ ସ୍ଥାନରେ ଆସି ଆଶାୟୀ ପ୍ରାର୍ଥୀ/ପ୍ରାର୍ଥୀନୀ ମାନେ ସିଧା ସଳଖ ଅଂଶ ଗ୍ରହଣ କରି ପାରିବେ। ମୟୁରଭଞ୍ଜ ଜିଲ୍ଲାକୁ ମେଗା ନିଯୁକ୍ତି ରାଲି ପାଇଁ ଚୟନ କରାଯାଇଥିବାରୁ ଜିଲ୍ଲା ପାଇଁ ଏକ ଗର୍ବର ବିଷୟ ବୋଲି ଜିଲ୍ଲାପାଳ ଭାରତୀୟ ବାୟୁସେନାକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି |
Admin Oct 16, 2025 11
Sonali Biswal May 26, 2025 49
Sonali Biswal May 21, 2025 10
Editor Mar 25, 2024 1120
Editor Feb 21, 2024 1079
Editor Mar 18, 2024 1061
Editor Mar 11, 2024 1051
Editor Apr 19, 2024 1004