ବିଜେଡି ମୁଖ୍ୟ ନବୀନ ପଟନାୟକଙ୍କ ବିଜେପି ସରକାର ପ୍ରତି ମନ୍ତବ୍ୟ...

Jun 19, 2026 - 08:46
 12
ବିଜେଡି ମୁଖ୍ୟ ନବୀନ ପଟନାୟକଙ୍କ ବିଜେପି ସରକାର ପ୍ରତି ମନ୍ତବ୍ୟ...

ବିଜେଡି ମୁଖ୍ୟ ନବୀନ ପଟନାୟକଙ୍କ ବିଜେପି ସରକାର ପ୍ରତି ମନ୍ତବ୍ୟ...

ଭତ୍ତା ପାଇଁ ଲୋକେ ନୟାନ୍ତ ହେବା ଅତ୍ୟନ୍ତ ଦୁଃଖଦାୟକ। ୨ ବର୍ଷ ପୂରଣ କରିଥିବା ବିଜେପି ସରକାରର ଏଇଆ କ'ଣ ଫାଇଦା?

ତିନି ମାସରୁ ଅଧୂକ ସମୟ ଧରି ରାଜ୍ୟର ଲକ୍ଷ ଲକ୍ଷ ଲୋକ ସାମାଜିକ ସୁରକ୍ଷା ଅଧୀନରେ ଭତ୍ତା ନ ପାଇ ବ୍ୟାପକ ସମସ୍ୟାର ସାମ୍ନା କରୁଛନ୍ତି।

ଭତ୍ତା ପାଇଁ ଲୋକ ଜୀବନ ହାରିବା ପରି ଖବର ମଧ୍ଯ ଗଣମାଧ୍ଯମର ଶିରୋନାମା ପାଲଟିଛି; ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ନିର୍ବାଚନ ସମୟରେ ଭତ୍ତା ବଢ଼ାଇବାର ମିଛ ପ୍ରତିଶ୍ରୁତି ଦେଇ ଓଡ଼ିଶା ବିଜେପି କ୍ଷମତାକୁ ଆସିଲା। ହେଲେ ବର୍ତ୍ତମାନ ଯାଏଁ ଭତ୍ତା ବଢ଼ାଇବା ଦୂରେ ଥାଉ ହିତାଧୂକାରୀଙ୍କୁ ପୂର୍ବରୁ ମିଳୁଥ‌ିବା ଭତ୍ତାକୁ ବି ସରକାର ପ୍ରଦାନ କରିବାରେ ଅସମର୍ଥ। ଏହା ଅନେକ ବୟସ୍କ ଲୋକ, ମା'ମାଉସୀଙ୍କୁ ହତାଶା ଓ ଯନ୍ତ୍ରଣା ଭିତରକୁ ଠେଲି ଦେଇଛି।

ଭତ୍ତା ଉପରେ ନିର୍ଭର କରି ଜୀବନ ଅତିବାହିତ କରୁଥିବା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଏ ଜୀବନ ରକ୍ଷାକାରୀ ଔଷଧ କିଣି ପାରୁ ନାହାନ୍ତି ତ କିଏ ଭୋକ, ଉପାସରେ ରହୁଛନ୍ତି।

ଲୋକଙ୍କ ଦୁର୍ଦ୍ଦଶା ଜନମାନସକୁ ଆନ୍ଦୋଳିତ କରୁଥିବା ବେଳେ ସରକାର କ'ଣ ପାଇଁ ଚୁପ୍ ବସିଛନ୍ତି? ଲୋକଙ୍କୁ ହତାଶା ଭିତରକୁ ଠେଲି ନଦେଇ ତୁରନ୍ତି ଭତ୍ତା ପ୍ରଦାନର ବ୍ୟବସ୍ଥା କରାଯାଉ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏଥିରେ ତୁରନ୍ତି ହସ୍ତକ୍ଷେପ କରି ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରନ୍ତୁ।