ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ
ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ
ଭାରତ ଦୀର୍ଘକାଳ ଧରି ଏକ ସୃଜନଶୀଳ ଚିନ୍ତାଧାରା ଓ ନୂତନ ବିଚାରର ଭୂମି ଭାବେ ପରିଚିତ। କିନ୍ତୁ ଗତ ଦଶକର ଶେଷ ପର୍ଯ୍ୟନ୍ତ ଭାରତକୁ ଏକ ଷ୍ଟାର୍ଟଅପ୍-ମୈତ୍ରୀ ଦେଶ ଭାବେ ଚିହ୍ନଟ କରାଯାଉ ନଥିଲା। ଏଠାରେ ଉଦ୍ୟୋଗୀ ହେବାଲାଗି ଶକ୍ତି, ଆଶା, ଅଭିଳାସ, ସବୁ କିଛି ଥୂଲା। ପ୍ରଯୁକ୍ତି ବିଦ୍ୟାର ଖର୍ଚ୍ଚ ବି କମୁ ଥୂଲା। କିନ୍ତୁ ଉଦ୍ୟୋଗଟିଏ ସ୍ଥାପନ କରିବା ନିମନ୍ତେ ସହାୟକ ବ୍ୟବସ୍ଥା ଦୁର୍ବଳ ମୂଲା। ନବସୃଜନ ବା ଇନୋଭେସନ୍ କେବଳ ମାନସ ପଟ୍ଟଳରେ ସୀମିତ ରହୁଥିଲା, ଏହାର ବିସ୍ତାର କଷ୍ଟକର ଥିଲା । ଏହା ସହିତ, ଯଦି କେହି ନିଜ ସୃଜନଶୀଳତାକୁ ଆଧାର କରି ଉଦ୍ୟୋଗ କରି ବିଫଳ ହୁଏ, ସେଥୁରେ ସମାଜର ଦୃଷ୍ଟିଭଙ୍ଗୀ ନକାରାତ୍ମକ ଥିଲା। ବଜାରଗୁଡ଼ିକ ଅଧୂକାଂଶ ସମୟରେ ବନ୍ଦ ଥିଲା ଏବଂ ଥରେ ଉଦ୍ୟୋଗ କରିଲେ ସେଥୁରୁ ଆଇନଗତ ଭାବେ ବାହାରିବା ପ୍ରକ୍ରିୟା ମଧ୍ୟ ଅତ୍ୟଧୂକ ଜଟିଳ ଥିଲା। ଅର୍ଥାତ୍ ଅଧୂକାଂଶ ଭାରତୀୟଙ୍କ ପାଇଁ ଉଦ୍ୟୋଗୀ ହେବା ଏକ ବିପଦର ବିଷୟ ଥିଲା। ଏହାର ମୂଳରେ ପ୍ରତିଭାର ଅଭାବ ନୁହେଁ, ବରଂ ଢାଞ୍ଚାଗତ ପ୍ରତିବନ୍ଧକର ଅଭାବ ଥିଲା।
୨୦୧୬ ମସିହାରେ 'ଷ୍ଟାର୍ଟଅପ୍ ଇଣ୍ଡିଆ' ଦ୍ବାରା ଏହି ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ପାଇଁ ଏକ ସଚେତନ ପ୍ରୟାସ ଆରମ୍ଭହେଲା। ନୀତି, ପୁଞ୍ଜି ଏବଂ ନିୟାମକ ସଂସ୍କାର ମାଧ୍ଯମରେ ପାଞ୍ଚଟି ଦୀର୍ଘସ୍ଥାୟୀ ପ୍ରତିବନ୍ଧକକୁ ଦୂର କରାଯିବା ଦ୍ବାରା ଆଜି ଭାରତ ଆମେରିକା ଏବଂ ଚୀନ୍ ପଛକୁ ତୃତୀୟ ସ୍ଥାନ ହାସଲ କରିଛି।
୨୦୧୬ ପୂର୍ବରୁ, ଭାରତର ଷ୍ଟାର୍ଟଅପ୍ ସମସ୍ୟା ଆଇଡିଆ ସ୍ତରରୁ ହିଁ ଆରମ୍ଭ ହେଉଥିଲା, ଯେଉଁଠାରେ ନବସୃଜନଗୁଡ଼ିକ ପ୍ରାରମ୍ଭିକ ସହାୟତା ପାଇବାରେ ବିଫଳ ହେଉଥିଲେ। ଷ୍ଟାର୍ଟଅପ୍ ପାଇଁ କୌଣସି ଜାତୀୟ 'ସିଡ୍ ଫଣ୍ଡିଂ" ବ୍ୟବସ୍ଥା ନଥିଲା। ବିଶ୍ବବ୍ୟାଙ୍କର ୨୦୧୪ ଏଣ୍ଟରପ୍ରାଇଜ୍ ଇନୋଭେସନ୍ ସର୍ଭେ ଅନୁଯାୟୀ, ଭାରତୀୟ ସଂସ୍ଥାଗୁଡ଼ିକ ପ୍ରାରମ୍ଭିକ ପୁଞ୍ଜିର ଅଭାବକୁ ମୁଖ୍ୟ ପ୍ରତିବନ୍ଧକ ଭାବେ ଦର୍ଶାଇଥିଲେ। ବାର୍ଷିକ ୩୦୦ରୁ ମଧ୍ୟ କମ୍ ଷ୍ଟାର୍ଟଅପ୍ ଏଞ୍ଜେଲ ଫଣ୍ଡିଂ ପାଇପାରୁଥିଲେ, ଯାହା କେବଳ ତିନୋଟି ସହର ମଧ୍ୟରେ ସୀମିତ ଥିଲା।
ଷ୍ଟାର୍ଟଅପ୍ ଇଣ୍ଡିଆ ଏହି ସମସ୍ୟାକୁ ଦୂର କରିବା ପାଇଁ 'ସିଡ୍ କ୍ୟାପିଟାଲ'କୁ ଆନୁଷ୍ଠାନିକ ରୂପ ଦେଇଛି। ୨୦୨୧ ମସିହାରେ ୯୪୫ କୋଟି ଟଙ୍କାର କର୍ପସ ପାଣ୍ଠିକୁ ନେଇ 'ଷ୍ଟାର୍ଟଅପ୍ ଇଣ୍ଡିଆ ସିଡ୍ ଫଣ୍ଡ ସ୍ମିମ୍' ଆରମ୍ଭ କରାଯାଇଥିଲା। ୨୦୨୫ ସୁଦ୍ଧା, ସମଗ୍ର ଭାରତରେ ୨୧୯ଟି ଇନକ୍ୟୁବେଟରକୁ ଏହି ପୁଞ୍ଜି ନିବେଶ ପାଇଁ ଅନୁମୋଦନ ଦିଆଯାଇଛି। ଏହାଦ୍ବାରା, ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୨୦୧୬ ମସିହାରେ ୫୦୦ରୁ ବୃଦ୍ଧି ପାଇ ୨୦୨୫ ମସିହା ସୁଦ୍ଧା ୨ ଲକ୍ଷରୁ ଅଧୂକ ହୋଇଛି।
ସିଡ୍ କ୍ୟାପିଟାଲ୍ ଦ୍ବାରା ଷ୍ଟାର୍ଟଅପ୍ଗୁଡ଼ିକର ପ୍ରାଥମିକ ସମସ୍ୟା ଦୂର ହେଲା କିନ୍ତୁ, ସେମାନଙ୍କର ବିସ୍ତାର ବା ସ୍କେଲିଂ ଆଉ ଏକ ବଡ଼ ଆହ୍ବାନ ଭାବେ ଜନ୍ମ ନେଲା। ଏହାର କାରଣ ୨୦୧୬ ପୂର୍ବରୁ ଭାରତର ଭେଞ୍ଚର କ୍ୟାପିଟାଲ୍ ବ୍ୟବସ୍ଥା ବହୁତ ଦୁର୍ବଳ ଥୂଲା। ଫଳରେ ଯେତେବେଳେ ବ୍ୟକ୍ତିଗତ ପୁଞ୍ଜି କମୁଥୁଲା, ପ୍ରତିଶ୍ରୁତିବଦ୍ଧ ଷ୍ଟାର୍ଟଅପ୍ଗୁଡ଼ିକ ବନ୍ଦ ହୋଇଯାଉଥିଲେ।
ଏହି ସମସ୍ୟାଗୁଡ଼ିକୁ ଦୂର କରିବା ଉଦ୍ଦେଶ୍ୟରେ ସରକାର ୧୦,୦୦୦ କୋଟି ଟଙ୍କାର 'ଫଣ୍ଡ୍ ଅଫ୍ ଫଣ୍ଡସ୍ ଫର ଷ୍ଟାର୍ଟଅପ୍ଟ' ସୃଷ୍ଟି କରିଥିଲେ, ଯାହା ସିଡବି ଦ୍ବାରା ପରିଚାଳିତ । ଏହା ସହିତ, ୨୦୨୨ ମସିହାରେ ଆରମ୍ଭ ହେ ହୋଇଥିବା । ‘କ୍ରେଡିଟ୍ ଗ୍ୟାରେଣ୍ଡି ମାଧ୍ଯମରେ ବିନା କୌଣସି ବନ୍ଧ ନ୍ଧକରେ ୨୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ପ୍ରଦାନ କରାଯାଉଛି। ଏହି ପଦକ୍ଷେପଗୁ କ୍ଷେପଗୁଡ଼ିକ ଷ୍ଟାର୍ଟଅପ୍ମାନଙ୍କୁ ଅର୍ଥକ ସୁରକ୍ଷା ଦେବା ସହିତ ସେମାନଙ୍କର ଦୀର୍ଘମିଆଦୀ 1 ବିକାଶ । ଓ ସ୍ଥିରତାକୁ ସୁନିଶ୍ଚିତ କରୁଛି।
ଗତ ଦଶନ୍ଧି ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ୍ଗୁଡ଼ିକ ୧୫୦ ବିଲିୟନ ଡଲ ଲାରରୁ ଅଧୂକ ଘରୋଇ ନିବେଶ ଆକର୍ଷିତ କରିଛନ୍ତି, ଯାହା ଭାରତକୁ ବିଶ୍ବର ଅନ୍ୟତମ ବୃହତ୍ ଷ୍ଟାର୍ଟଅପ୍ ନିବେଶ କେନ୍ଦ୍ର ଭାବେ ପରିଚୟ ଦେଇଛି।
ପରିଚାଳନା କରିବା ବଦଳରେ ଏହାକୁ ବଢ଼ାଉଥିଲେ। ବିଶ୍ବବ୍ୟାଙ୍କର ୨୦୧୬ ୧୩୦ତମ ସ୍ଥାନରେ ଥିଲା । ୨୦୧୨ ମସିହାରେ ଆସିଥିବା 'ଏଞ୍ଜେଲ ଟ୍ୟାକ୍ସ' ନୂଆ ଷ୍ଟାର୍ଟଅ ର୍ଟଅପ୍ ଇଣ୍ଡିଆ ପୂର୍ବରୁ, ନିୟମଗୁଡ଼ିକ ବିପଦ ପରି ଇଙ୍ଗ ବିଜନେସ୍' ରିପୋର୍ଟରେ ର ଭାରତ ୧୩୦ତମ ନିବେଶକୁ ନିରୁତ୍ସାହିତ କରୁଥିଲା । 'ଡୁଇଙ୍ଗ
ଷ୍ଟାର୍ଟଅପ୍ ଇଣ୍ଡିଆ ନିୟାମକ ସଂସ୍କାର ମାଧ୍ଯମରେ ଏ ସମସ୍ୟାକୁ ମୁକାବିଲା କରାଯାଇଛି। ବି। ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ଗୁଡ଼ିକୁ ୯ଟି ଶ୍ରମ ଆଇ ଆଇନ ଏବଂ ୩ଟି ପରିବେଶ ଆଇନ ପାଇଁ 'ସ୍ବ-ସତ୍ୟାପନ' ସୁବିଧା ପ୍ରଦାନ କରାଯାଇଛି । ୨୦୧୬ ପରଠାରୁ ଅନୁପାଳନ ବୋଝ ହ୍ରାସ କରିବା ପାଇଁ ୬୪ରୁ ଅଧିକ ନିୟାମକ ସଂସ୍କାର କରାଯାଇଛି। 'ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କ୍ରପ୍ସି କୋଡ୍' ଅଧୀ ଷ୍ଟାର୍ଟଅପ୍ଗୁଡ଼ିକ ଏବେ ୯୦ ଦିନ ମଧ୍ୟରେ ସେମାନଙ୍କ କାର୍ଯ୍ୟ ବନ୍ଦ କରିପାରିବ ପାରିବାର ସୁଯୋଗ ପ୍ରଦାନ କରାଯାଇଛି। ଅଧୀନରେ
୨୦୧୬ ପୂର୍ବରୁ ସରକ ରକାରୀ ସଂଗ୍ରହ ସଂଗ୍ରହ ନିୟମରେ ଷ୍ଟାର୍ଟଅପଗୁଡ଼ିକୁ ସୁଯୋଗ ମିଳିପାରୁ ନଥିଲା । ଅଧୂକ ବା ବଜାର ସୁଯୋଗ ସୃଷ୍ଟି ପାଇଁ 'ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ 'ପ୍ଲେସ' ବା ଜେମ୍ ଆରମ୍ଭ କର ରାଯାଇଛି। ଏହା ମାଧ୍ୟମରେ ୩୦,୦୦୦ରୁ ୦୦ରୁ ଅଧୂକ ୩୮,୫୦୦ କୋଟି ଟଙ୍କାରୁ ଅଧିକ କାରବାର କରିଛନ୍ତି। ଷ୍ଟାର୍ଟଅଁପ୍
ଏହି ପାଞ୍ଚଟି ବିନ୍ଦୁରେ ସଂସ୍କାର ଭାରତକୁ ଷ୍ଟାର୍ଟଅପ୍ ଅବରେ ପରିଣତ କରିଛି। ସେଥୁଲାଗି ଯେଉଁ ଭାରତରେ ୨୦୧୪ ମସିହାରେ ର ମାତ୍ର ୪ଟି 'ୟନିକଣ୍ଠ' ଥିଲା ଆଜି ଏହି ସଂଖ୍ୟା ପ୍ରାୟ ୧୨୦-୧୨୫ରେ ପହଞ୍ଚିଛି, ଯାହାର ମୋଟ ମୂଲ୍ୟ ୩୫୦ ବିଲିୟନ ଡଲାରରୁ ଅଧୂକ।
ସଂକ୍ଷେପରେ ପରେ କହିଲେ, ଷ୍ଟାର୍ଟଅପ୍ ଇଣ୍ଡିଆ କେବଳ ଏକ ଦୁର୍ବଳ ବ୍ୟବସ୍ଥା ଉପରେ କିଛି ପ୍ରୋତ୍ସାହନର ସମାହାର ନୁହେଁ, ଏହା ବ୍ୟବସ୍ଥାର ଏକ ଏକ ଢାଞ୍ଚାଗତ ସଂ °ଶୋଧନ। ନବ ନବସୃଜନର ପ୍ରଥମ ମାଇଲକୁ ସଜାଡ଼ିବା, ପୁଞ୍ଜିକୁ ସ୍ଥିର କରିବା, ନିୟାମକ ଅନିଶ୍ଚିତତା ହ୍ରାସ ହ୍ରାସ କରିବା, ବଜାର ଖୋଲିବା ଏବଂ ବିଫଳତାକୁ ବୈଧ ପ୍ରକ୍ରିୟା ଭାବେ ଗ୍ରହଣ କରି ଭାର ରତ ନିଜର ଉଦ୍ୟୋଗୀ ମୂଳଦୁଆକୁ ନୂତନ ଭାବେ ଗଢ଼ିଛି। ଫଳରେ ଯ ଯାହା ଦିନେ ଭାଗ୍ୟ ଉପରେ ନିର୍ଭର କରୁଥିଲା, ତାହା ଆଜି ସୁପରିକଳ୍ପିତ ଯୋଜନା ଉପରେ ଆଧାରିତ ହୋଇଛି।