ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଦିବସୀୟ କର୍ମଶାଳା

Sep 12, 2025 - 21:45
 15
ମୁଖ୍ୟ ନିର୍ବାଚନ ଅଧିକାରୀ (CEO) କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଏକ ଦିବସୀୟ କର୍ମଶାଳା

ଏହି କର୍ମଶାଳା ସଠିକ ତଥ୍ୟର ପ୍ରସାରଣ ଏବଂ ଭ୍ରମାତ୍ମକ ସୂଚନାର ମୁକାବିଲା ଉପରେ ଗୁରୁତ୍ୱାରୋପ କରିବ |

୧. ଭାରତ ନିର୍ବାଚନ ଆୟୋଗ (ECI) ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଦେଶର ସମସ୍ତ ୩୬ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ କାର୍ଯ୍ୟାଳୟର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ଆୟୋଜନ କରିଥିଲେ ।

୨. ଏହି କାର୍ଯ୍ୟକ୍ରମରେ ୫୧ ଜଣ ଗଣମାଧ୍ୟମ ନୋଡାଲ ଅଧିକାରୀ (MNO) ଏବଂ ସାମାଜିକ ଗଣମାଧ୍ୟମ ନୋଡାଲ ଅଧିକାରୀ (SMNO) ଅଂଶଗ୍ରହଣ କରିଥିଲେ ।

୩. ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର, ନିର୍ବାଚନ କମିଶନର ଡକ୍ଟର ସୁଖବୀର ସିଂହ ସାନ୍ଧୁ ଏବଂ ଡକ୍ଟର ବିବେକ ଯୋଶୀ, ଉଦ୍ଘାଟନୀ ଅଧିବେଶନରେ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ବୋଧିତ କରିଥିଲେ ।

୪. ଭ୍ରମାତ୍ମକ ସୂଚନାର ବର୍ଦ୍ଧିତ ବିପଦକୁ ଦୃଷ୍ଟିରେ ରଖି, ଭାରତରେ ନିର୍ବାଚନ ସମ୍ବିଧାନ ଅନୁସାରେ ପୁରାପୁରି ସ୍ୱଚ୍ଛତା ଓ ପାରଦର୍ଶିତାର ସହିତ ଅନୁଷ୍ଠିତ ହେଉଥିବାର ସବିଶେଷ ସୂଚନା ସୁସ୍ପଷ୍ଟ ଭାବରେ ସବୁଠି ପହଂଚିବା ନିତାନ୍ତ ଜରୁରୀ । ଭ୍ରମିତ ସୂଚନା ଗୁଡିକୁ ସଠିକ ସରକାରୀ ତଥ୍ୟ ମାଧ୍ୟମରେ ସବୁସମୟରେ ପରାସ୍ତ କରାଯିବାର ନିରବଛିନ୍ନ ପ୍ରୟାସ ଜରୁରୀ ।

୫. ଗଣମାଧ୍ୟମ ଏବଂ ଅନ୍ୟାନ୍ୟ ଅଂଶୀଦାର ମାନଙ୍କ ସହିତ ସମୟୋଚିତ ତଥ୍ୟଯୁକ୍ତ ସୂଚନା ପ୍ରସାରଣ କରିବା ପାଇଁ CEO କାର୍ଯ୍ୟାଳୟ ଗୁଡ଼ିକର ଯୋଗାଯୋଗ ଇକୋସିଷ୍ଟମକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।

୬. କର୍ମଶାଳାରେ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ଦୃଷ୍ଟିକୋଣରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

୭. ଭୁଲ ସୂଚନାର ମୁକାବିଲା ପାଇଁ ବିଭିନ୍ନ ବୈଷୟିକ ଉପକରଣ, ପ୍ରଣାଳୀ ଓ କୌଶଳ ଉପରେ ଏକ ବିଶେଷଜ୍ଞ ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା।

୮. ଏହା ହେଉଛି ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀଙ୍କ ପାଇଁ ଚଳିତ ବର୍ଷର ତୃତୀୟ କର୍ମଶାଳା । 

        ପୂର୍ବରୁ ନୂଆଦିଲ୍ଲୀରେ ୯

       ଏପ୍ରିଲ୍, ୨୦୨୫ ଏବଂ ୫ ଜୁନ୍,

        ୨୦୨୫ ରେ IIIDEM ଠାରେ

        CEO କାର୍ଯ୍ୟାଳୟର   

        ଗଣମାଧ୍ୟମ ଓ ଯୋଗାଯୋଗ  

        ଅଧିକାରୀଙ୍କ ପାଇଁ ଏହିପରି

         ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ

         ଅନୁଷ୍ଠିତ ହୋଇ ଯାଇଛି।