ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ୬୫ତମ ବୈଠକ ଅନୁଷ୍ଠିତ

May 12, 2026 - 08:47
 7
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ୬୫ତମ ବୈଠକ ଅନୁଷ୍ଠିତ

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ୬୫ତମ ବୈଠକ ଅନୁଷ୍ଠିତ

ସରକାରୀ-ବେସରକାରୀ ଭାଗିଦାରିତାରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା

ଭୁବନେଶ୍ବର ତା-୧୧.୦୫.୨୦୨୬

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଆଜି ଭିତ୍ତିଭୂମି ବିକାଶ ସମ୍ପର୍କିତ ଉଚ୍ଚ କ୍ଷମତା ସଂପନ୍ନ କମିଟିର ୬୫ତମ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସରକାରୀ–ବେସରକାରୀ ଭାଗିଦାରିତାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପିପିପି ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ସ୍ବାସ୍ଥ୍ୟ, ସ୍ୱେରେଜ୍ ଟ୍ରିଟମେଣ୍ଡ, ସହରୀ ବିକାଶ, ଜଳ ଯୋଗାଣ ଓ ପ୍ରାଣୀ ଟିକା ଉତ୍ପାଦନ ଭର୍ଜି ମୁଖ୍ୟ କ୍ଷେତ୍ରରେ ମୋଟ ୧୧୩୦ କୋଟି ଟଙ୍କା ବ୍ୟୟର ୫ଟି ନୂତନ ପିପିପି ପ୍ରକଳ୍ପକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଚାଲୁଥିବା ପିପିପି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା କରାଯାଇଥିଲା ଏବଂ ସମ୍ପୃକ୍ତ ବିଭାଗ ଓ ପ୍ରକଳ୍ପ ପ୍ରାୟୋଜକ ସଂସ୍ଥାମାନଙ୍କୁ ପ୍ରକଳ୍ପ କାର୍ଯ୍ୟନ୍ଵୟନର ପ୍ରତ୍ୟେକ ପର୍ଯ୍ୟାୟରେ ନିର୍ଦ୍ଧାରିତ ସମୟସୀମା ଓ ଯଥୋଚିତ ପ୍ରକ୍ରିୟା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥିଲା ।

ମୁଖ୍ୟ ଶାସନ ସଚିବ "ଭିଜନ୍ ୨୦୩୬" ଅଧୀନରେ ବେସରକାରୀ ନିବେଶ ଆକର୍ଷଣ ପାଇଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ସ‌ହ ବିକଶିତ ଓଡ଼ିଶା ଗଠନରେ ସାମଗ୍ରିକ ଭାବେ ନିରନ୍ଧର ବିକାଶ ସାଧନ ପାଇଁ ପିପିପି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ ।

ଏଥ୍ ସହିତ କମିଟିରେ ରାଜ୍ୟରେ କାର୍ଯ୍ୟକ୍ଷମ ପ୍ରକଳ୍ପଗୁଡ଼ିକର ଏକ ସୁଦୃଢ଼ ବ୍ୟବସ୍ଥା ଓ ପିପିପି-ଅନୁକୂଳ ପରିବେଶ ସୃଷ୍ଟି ପାଇଁ ଅର୍ଥ ବିଭାଗର ପିପିପି ସେଲ୍ ଓ ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ୍ ( ଆଇଏଫସି) ମଧ୍ଯରେ ସହଯୋଗକୁ ନୀତିଗତ ମଞ୍ଜୁରି ପ୍ରଦାନ କର ାଯାଇଛି ।