ଯୌତୁକ ପାଇଁ ସ୍ତ୍ରୀର ତଣ୍ଟି ଉପରେ ଠିଆ ହେଲେ ନିଶାସକ୍ତ ସ୍ଵାମୀ
ଭଦ୍ରକ : ଅଧୂକ ଯୌତୁକ ଦାବି କରି ସ୍ତ୍ରୀଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ନିଶାସକ୍ତ ସ୍ବାମୀ I ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଘଟଣା ହେଉଛି ଭଦ୍ରକ ଟାଉନ ଥାନା ଗବସାହିର। ଗାଁର ପଦ୍ମଲୋଚନ ଜେନା ଗେଲଟୁଆ ଗାଁର ଅନୁସୟା ଜେନାଙ୍କୁ ବିବାହ କରିଥିଲେ । ବିବାହ ବେଳେ ଅନୁସୟାଙ୍କ ପରିବାର ପକ୍ଷରୁ ନଗଦ ୧ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଦିଆଯାଇଥିଲା । ତେବେ ବାହାଘରର ୩ ବର୍ଷ ଭିତରେ ଅଧିକ ଯୌତୁକ ଆଣିବାକୁ ନେଇ ଅନୁସୟାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ପଦ୍ମ ଲୋଚନଙ୍କ ପରିବାରା ଏନେଇ ଜାଣିବା ପରେ ଅନୁସୟାଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଘଟଣାର ତଦନ୍ତ କରୁଛି ଭଦ୍ରକ ଟାଉନ ଥାନା ପୋଲିସ୍ ।