ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସରିଲା ପ୍ରଥମ ବୈଠକ

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ସରିଲା ପ୍ରଥମ ବୈଠକ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ରତ୍ନାଳଙ୍କାରର ଆକଳନ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ କମିଟିର ସରିଛି ପ୍ରଥମ ଗୁରୁତ୍ୱପୂର୍ଣ୍ଣ ବୈଠକ। ରତ୍ନାଳଙ୍କାରର ଆକଳନ ପାଇଁ ବୈଷୟିକ ସହାୟତା ନିଆଯିବ। ମଣତି ଓ ମରାମତି ପାଇଁ ରଥଯାତ୍ରା ପ୍ରକୃଷ୍ଟ ସମୟ। ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରତ୍ନଭଣ୍ଡାର ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।

ରତ୍ନଭଣ୍ଡାର ଖୋଲିବା ନେଇ ବୈଠକରେ ଚୁଡାନ୍ତ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତି ଦେଇଛି। ସେପଟେ ରତ୍ନଭଣ୍ଡାର ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ। କାରଣ ନଥାଇ ରତ୍ନଭଣ୍ଡାର କାହିଁକି ଖୋଲୁନଥିଲେ। ରତ୍ନଭଣ୍ଡାର ଖୋଲିଲେ ମହାପ୍ରଭୁ ତାଙ୍କ ଅଳଙ୍କାର ପିନ୍ଧିବେ । ସେପଟେ ବର୍ଷାପାଣି ପଡି ସବୁ ନଷ୍ଟ ହୋଇଗଲାଣି ବୋଲି ବାଡଗ୍ରାହୀ କହିଛନ୍ତି।

ସେପଟେ ରତ୍ନଭଣ୍ଡାରକୁ ଖୋଲିବାକୁ ନେଇ ବିସ୍ପୋରକ ବୟାନ ଦେଇଛନ୍ତି ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁମହାପାତ୍ର। ରଥଯାତ୍ରା ସମୟରେ ରତ୍ନାଳଙ୍କାରର ଆକଳନ ସମ୍ଭବ ନୁହେଁ। ୧୯୭୮ରେ ଦୁଇମାସ ଦଶଦିନ ଲାଗିଥିବା ବେଳେ ଏବେ ମାତ୍ର ନଅଦିନରେ କିଭଳି ସମ୍ଭବ ରତ୍ନଭଣ୍ଡାରର ଗଣତି ଓ ମଣତି ହେବ ବୋଲି ପ୍ରଶ୍ନ କରିଛନ୍ତି। ରତ୍ନଭଣ୍ଡାର ଅଳଙ୍କାର ଗଣତି ସାଙ୍ଗକୁ ପ୍ରତିଟି ଅଳଙ୍କାରର ଓଜନ ମାପ କରାଯାଏ।। ଶେଷ ଥର ୧୯୭୮ ମସିହା ମେ ମାସ ୧୩ରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ହିସାବ କରାଯାଇଥିଲା। ସେହିବର୍ଷ ମେ ମାସ ୧୩ରୁ ଆରମ୍ଭ ହୋଇଥିବା ଏହି ଗଣତି ଜୁଲାଇ ୨୩ରେ ଶେଷ ହୋଇଥିଲା। ଅର୍ଥାତ ରତ୍ନାଳଙ୍କାରର ଗଣତି ଓ ମଣତି ପାଇଁ ଦୁଇମାସ ୧୦ଦିନ ସମୟ ଲାଗିଥିଲା।