ରାଜ୍ୟ ସରକାରଙ୍କ ମଦ ପାଇଁ ଦୋମୁହାଁ ନୀତିକୁ ବିରୋଧ କରି ମୋନାର ଗଣଧାରଣା ରେ ସଭାପତି ପଦ୍ମଚରଣ ନାୟକଙ୍କର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆମରଣ ଅନଶନ ଘୋଷଣା
ରାଜ୍ୟ ସରକାରଙ୍କ ମଦ ପାଇଁ ଦୋମୁହାଁ ନୀତିକୁ ବିରୋଧ କରି ମୋନାର ଗଣଧାରଣା ରେ ସଭାପତି ପଦ୍ମଚରଣ ନାୟକଙ୍କର ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆମରଣ ଅନଶନ ଘୋଷଣା
ଭୁବନେଶ୍ବର ତା୩୦/୩/୨୬ ଟ ଗଣଧାରଣା ଆଜି ଲୋୟର ପି. ଏମ୍. ଜି. ଭୁବନେଶ୍ଵରସ୍ଥ ଧାରଣା ସ୍ଥଳଠାରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ (ମୋନା) ତରଫରୁ ରାଜ୍ୟ ସରଙ୍କାରଙ୍କର ମଦ ପାଇଁ ଦୋମୁହାଁ ନୀତି ଆଭିମୁଖ୍ୟକୁ ବିରୋଧ କରି ଏକ ବିରାଟ କରାଯାଇଥିଲା । ଏଥିରେ ମୋନାର ରାଜ୍ୟ ସଂଠନର ସମସ୍ତ କର୍ମକର୍ତ୍ତାଙ୍କ ସମେତ ଓଡିଶାର ୨୨ଟି ଜିଲ୍ଲାର ଜିଲ୍ଲା ଓ ବ୍ଳକ ସଂଗଠକମାନ ସହ ଶତାଧିକ ନଶା ବରୋଧୀ କର୍ମୀ ଉକ୍ତ ସଭାରେ ଯୋଗଦେଇଥିଲେ । ସମସ୍ତ ମୁହଁରେ ସେଇ ଗୋଟିଏ ଶାଣିତ ସ୍ଵର ଥିଲା ଓଡିଶାର ପ୍ରଗତ ପ୍ର ପାଇଁ ନିଶା ହିଁ ମୁଖ୍ୟ ବାଧକ । ତେଣୁ ସରକାର ଯଦି ବାସ୍ତବରେ ଓଡିଶାର ପ୍ରଗତି ଚାହୁଁଥାନ୍ତି ତେବେ ବିଜେପି ଦଳ ନିର୍ବାଚନୀ ସଂକଳ୍ପପତ୍ରରେ ଉଲ୍ଲେଖ କରିଥିବା ସମ୍ପୂର୍ଣ୍ଣ ନିଶାମୁକ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ । ଯଦି ସରକାର ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ମଧ୍ୟରେ ଓଡିଶାକୁ ସମ୍ପୂର୍ଣ ନିଶାମୁକ୍ତ ନକରନ୍ତି ବା ଘୋଷଣା ନକରନ୍ତି ତେବେ ଆଗାମୀ ମୁନିସପାଲଟି ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ତାର ପରିଣାମ ଭୋଗୀବାକୁ ପଡିବ ବୋଲି ସଂଗଠନର ସଭାପତି ଶ୍ରୀଯୁକ୍ତ ପଦ୍ମଚରଣ ନାୟକ ଦୃଢୋକ୍ତି ପ୍ରକାଶ କରିବା ସହ ଆସନ୍ତା ଅକ୍ଟୋବର ୨ତାରିଖ ଗାନ୍ଧୀ ଜୟନ୍ତ ଠାରୁ ଆମରଣ ଅନଶନରେ ବସିବେ ବୋଲି ସଂକଳ୍ପ ଘୋଷଣା କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି । ୧୯୫୬ମସିହାରୁ ପାରିତ ହୋଇଥିବା ଦି ଓଡିଶା ପ୍ରୋହିବ୍ରିସନ ଆକ୍ଟକୁ କାର୍ଯ୍ୟକାରୀ କରିବା ଲାଗି ଆବଶ୍ୟକୀୟ ରୁଲ ପ୍ରସ୍ତୁତ କରି ଗେଜେଟ୍ ନୋଟିଫିକେସନ କରିବା ଲାଗି ଦୁଇ ମାସରୁ ଅଧିକ ସମୟ ଲାଗିବ ନାହିଁ । ତେଣୁ ସରକାର ଯଥାଶିଘ୍ର ଓଡିଶାର ସ୍ୱାର୍ଥ ପ୍ରତି ଯତ୍ନବାନ ହୋଇ ସମ୍ପୂର୍ଣ ନିଶା ନିବାରଣ ଆଇନକୁ କାଯ୍ର୍ୟକାରୀ କରନ୍ତୁ ବୋଲି ସଂଗଠନ ତରଫରୁ ଦାବୀ ଉପସ୍ଥାପନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସଂଗଠନର ଉପ-ସଭାପତି ଅର୍ଜୁନ ଚରଣ ସାମନ୍ତରାୟଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି କାହ୍ନୁଚରଣ ବେହୁରା, ଖଗେଶ୍ଵର ବଳ, ଉପ-ସଭାନେତୀ କବିତା ପରିଡା ଓ ଭୁବନେଶ୍ଵର ଉପ-ସଭାନେତୀ ଗୀତାଞ୍ଜଳି ସ୍ୱାଇଁଙ୍କୁ ନେଇ ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁକାନ୍ତ କୁମାର ବେହେରାଙ୍କ ମାଧ୍ୟମରେ ଦାବୀପତ୍ର ପ୍ରଦାନ କରିଥିଲେ । ଉକ୍ତ ସଭାକୁ ସଂଗଠନର ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ ରାଜ୍ୟ ସମ୍ପାଦକ ଶ୍ରୀ ଗିରିଜା ପ୍ରାସାଦ ନାୟକ, ରମାକାନ୍ତ ମଣ୍ଡଳ, ମଳୟ କୁମାର ତ୍ରିପାଠୀ, ଅରୁଣ କୁମାର ସ୍ୱାଇଁ, ଶୁଭେନ୍ଦୁ_ ରାଉତରାୟ, ଅପର୍ଣା ନାୟକ, ଇନ୍ଦୁମତୀ ସାହୁ, ପ୍ରିୟନାଥ ଆଚାର୍ଯ୍ୟ, ଜ୍ୟୋସାରାଣୀ ପ୍ରଧାନ, ଶାନ୍ତିଲତା ରାଉତରାୟ, କନକଲତା ଭଞ୍ଜ, ଗୀତା ଦଳେଇ, କିଶାନ ପଟ୍ଟନାୟକ,ସତ୍ୟୟନାରାୟଣ ସାମନ୍ତସିଂହାର, ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିବା ବେଳେ ଉକ୍ତ ସଭାରେ ସହେଯାଗୀ ଅତିଥିଭାବେ ପ୍ରହଲ୍ଲାଦ ସିଂ, କୃଷ୍ଣ ଜଗଦେବ, ମଳୟ ପଣ୍ଡା, ସେବତୀ ମହାକୁଡ, କୁଳମଣୀ ଶୁକ୍ଳ, ପଦ୍ମନାଭ ବିଶ୍ଵାଳ, ଧାରାବାହିକ ଅଭିନେତ୍ରୀ ଅଙ୍କିତା ସ୍ବାଇଁ, ମନମୋହନ ମିଶ୍ର, ସଂଗ୍ରାମ ମହାନ୍ତି ସମେତ ବହ ନିଶା ନିବାରଣ କର୍ମୀ ଓ ଶତାଧିକ ସମର୍ଥକ ଉକ୍ତ ସଭାରେ ଯୋଗଦେଇଥିଲେ ।