ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟ ନ୍ସମିଟର ଲୋକାର୍ପିତ; ପ୍ରସାରଣ ସେବାକୁ ମିଳିବ ନୂଆ ଗତି

Jun 12, 2026 - 12:07
 6
ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟ ନ୍ସମିଟର ଲୋକାର୍ପିତ; ପ୍ରସାରଣ ସେବାକୁ ମିଳିବ ନୂଆ ଗତି

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟ ନ୍ସମିଟର ଲୋକାର୍ପିତ; ପ୍ରସାରଣ ସେବାକୁ ମିଳିବ ନୂଆ ଗତି

ଡିଜିଟାଲ୍ ଯୁଗରେ ରେଡିଓର ପ୍ରାସଙ୍ଗିକତା । ବଜାୟ ରଖୁବାକୁ ସ୍ଥାନୀୟ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଶ୍ରୀ ଅଶ୍ବିନୀ ବୈଷ୍ଣବ

ସୀମାନୁ ଅଞ୍ଚଳରେ ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ଼ କରିବ ନୂଆ ଏଫ୍‌ଏମ୍ କେନ୍ଦ୍ର; ‘କାଶ୍ମୀରରୁ କଚ୍ଛ' ସଂଯୋଗକୁ ମିଳିବ ଗତି

କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ଏବଂ ଇ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଆକାଶବାଣୀ ଜୟପୁର ପରିସରରୁ ଜୟସଲମେରର ରା ରାମଗଡ଼ରେ ୨୦ କିଲୋୱାଟ୍ ଆକାଶବାଣୀ ଏଫଏମ ଟ୍ରାନ୍ସମିଟରର ଭଚୁଆଲ୍ ଉଦଘାଟନ କରିଛନ୍ତି।

ଏହି ଉଦଘାଟନ ସହିତ, ରାଜସ୍ଥାନରେ ଏଫଏମ ଟ୍ରାନ୍ସମିଟର ସଂଖ୍ୟା ୩୯କୁ ବୃଦ୍ଧି ପାଇଛି । ରାମଗଡ଼ ଟ୍ରାନ୍ସମିଟର ସୀମାନୁ ଞ୍ଚଳରେ ୮୦ କିଲୋମିଟର ବ୍ୟାସାଦ୍ଧ ଘାର୍ଦ୍ଧ ଅଞ୍ଚଳରେ ରେଡିଓ ପ୍ରସାରଣ ସୁନିଶ୍ଚିତ ସୁନିଶ୍ଚିତ କରିବ । ଜୟସଲମେର ଜିଲ୍ଲାରେ ପ୍ରାୟ ୨୦ ହଜାର ବର୍ଗ କିଲୋମିଟର ଅଞ୍ଚଳରେ ସେବା ଯୋଗାଇବ ଏବଂ ଲୋକମାନଙ୍କୁ ବିଭିନ୍ନ ସୂଚନାପ୍ରଦ, ଶିକ୍ଷାଗତ ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇବାକୁ ସକ୍ଷମ କରିବ।

ସମାବେଶକୁ ସମ୍ବୋଧୂତ କରି ଶ୍ରୀ ବୈଷ୍ଣବ ପ୍ରସାର ଭାରତୀର କାର୍ଯ୍ୟକାରିତା ଏବଂ ଦୃଷ୍ଟିକୋଣରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ଦ୍ରୁତ ପ୍ରଯୁକ୍ତିବିଦ୍ୟା ଉନ୍ନତିର ଏହି ଯୁଗରେ, ରେଡିଓ ପ୍ରସାରଣକୁ ପ୍ରାସଙ୍ଗିକ এ ପ୍ରଭାବଶାଳୀ ରହିବା ପାଇଁ ଡିଜିଟାଲ୍ ମାଧ୍ଯମ ଉପରେ ଗୁରୁତ୍ବ ଓ ସ୍ଥାନ ସ୍ଥାନୀୟ ପ୍ରସଙ୍ଗ ଉପରେ ପ୍ରାଥମିକତା ତା ଦେବାକୁ ପଡିବ। ଦିବ। ଏହି ପରିବର୍ତ୍ତନ ପାଇଁ ଏକ ରୋ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ସେ ଅଧୂକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସ୍ଥାନୀୟ କଳାକାର ଏବଂ କାରିଗରମାନଙ୍କୁ ପ୍ରସାରଣ ଇକୋସିଷ୍ଟମରେ ସାମିଲ କରିବାର ଗୁରୁତ୍ବ ଉପରେ ଗୁରୁତ୍ବାରୋପ କରିଥିଲେ ।

କେନ୍ଦ୍ର ମନ୍ତ୍ରୀ ଜୟପୁରରେ ହେବାକୁ ଥ‌ିବା ଏଆଇ ଡାଟା ସେଣ୍ଟର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ ଏହାକୁ ଭବିଷ୍ୟତ ପାଇଁ ଏକ ଭିତ୍ତିଭୂମି ଏବଂ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଶ୍ନ ଉନ୍ନତି ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ।

ପ୍ରସାର ଭାରତୀର ଅଧ୍ୟକ୍ଷ ପ୍ରସୂନ ଜୋଶୀ ସମାବେଶକୁ ସମ୍ବୋଧୂତ କରି ଅଲ୍ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନ ଭଳି ପ୍ରତିଷ୍ଠାନର ସ୍ଥାୟୀ ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏହି ପ୍ରତିଷ୍ଠାନଗୁଡ଼ିକ ସମାଜର ତୃଣମୂଳ ସୁର ସହିତ ଗଭୀର ଭାବରେ ଜଡିତ ଏବଂ ସୂଚନା ପ୍ରସାରଣ ଏବଂ ବ୍ୟାପକ ଦର୍ଶକଙ୍କ ନିକଟରେ ମୌଳିକ ବାସୁବତା ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

ଏହି ଏଫ୍‌ଏମ୍ କେନ୍ଦ୍ରର ଉଦ୍ଦେଶ୍ୟ ହେଉଛି ସୀମାବର୍ତ୍ତୀ ଅଞ୍ଚଳରେ ଆକାଶବାଣୀ ଏବଂ ଦୂରଦର୍ଶନର ପହଞ୍ଚକୁ ସୁଦୃଢ଼ କରିବା। ଏହା କେବଳ ଜୟସଲମେର ନୁହେଁ ବରଂ ଆଖପାଖ ଅଞ୍ଚଳଗୁଡ଼ିକରେ ମଧ୍ୟ ସେବା କରିବ, ଯାହାକି ସୀମା ଯୋଗାଯୋଗ ଭିତ୍ତଭୂମିରେ ଏକ ପ୍ରମୁଖ ପଦକ୍ଷେପ। ଏହି ପଦକ୍ଷେପ "କାଶ୍ମୀରରୁ କଚ୍ଛ ପର୍ଯ୍ୟନ୍ତ" ଏକ ଉତ୍ସର୍ଗୀକୃତ ପ୍ରସାରଣ ଭିତ୍ତିଭୂମିର ଚିନ୍ତାଧାରା ସହିତ ମେଳଖାଉଛି ଓ ଏହା ସୀମାପାର ଅଂଚଳରେ ପ୍ରସାରଣ ସେବାର ବ୍ୟବସ୍ଥିତ ପ୍ରସାରଣକୁ ସୁନିଶ୍ଚିତ କରିବ।

କାର୍ଯ୍ୟକ୍ରମ ଅବସରରେ ଶ୍ରୀ ବୈଷ୍ଣବ ପ୍ରସାର ଭାରତୀର ଯୁବ ଅଧିକାରୀଙ୍କ ସହିତ ମଧ୍ୟ ମତବିନିମୟ କରିଥିଲେ। ଅଲ୍ ଇଣ୍ଡିଆ ରେଡିଓ ଜୟପୁର ପରିସରରେ ଅନୁଷ୍ଠିତ ଏହି ସମାରୋହରେ ରାଜସ୍ଥାନ ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର, ଜୟପୁର ସାଂସଦ ମଞ୍ଜୁ ଶର୍ମା ଏବଂ ଆକାଶବାଣୀ ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଯୋଗ ଦେଇଥିଲେ। ଜୈସଲମେର ସାଂସଦ ଉମେଦାରାମ ବେନିୱାଲ ମଧ୍ଯ ଭଚୁଆଲ୍ ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।