ଶୁଙ୍ଖଳିତ ରଥ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ...

Jul 4, 2026 - 14:29
 15
ଶୁଙ୍ଖଳିତ ରଥ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ...

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ରଥ ଉପରେ ଅନଧୂକୃତ ଓ ଛଦ୍ମବେଶୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରଥ ଉପରକୁ ନେଇପାରିବେନି ମୋବାଇଲ । ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଆସନା ୧୮ ତାରିଖରେ ଏଏସଆଇ ସହ ଶ୍ରୀମନ୍ଦିର ବୈଷୟିକ କମିଟି ଶ୍ରୀମନ୍ଦିର ଭୋଗମଣ୍ଡପ, ଗର୍ଭଗୃହ,ନାଟମଣ୍ଡପ ଯାଞ୍ଚ କରିବ । ୧୯ ତାରିଖରେ ହେବ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ରୂପା ରସିକ ଶୁଆ ଥଣ୍ଡିଆର ଗଣତି। ନୀଳାଦ୍ରିବିଜେ ପରେ ଓ ଚିତାଲାଗି ଅମାବାସ୍ୟା ପୂର୍ବରୁ ହେବ ମହାପ୍ରଭୁଙ୍କ ରାହୁ ରେଖା ଓ ସୁବର୍ଣ୍ଣ ଖଚିତ ଚିତାର ଗଣତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଦେଲେ ସୂଚନା ।

ସେପଟେ ପୁରୀ ରଥଯାତ୍ରାରେ ଆହୁରି ଅଧୂକାରୀଙ୍କୁ ନିଯୁକ୍ତ କରିବେ ସରକାର । ସମ୍ପୂର୍ଣ ଶୃଙ୍ଖଳା ସହ ରଥଯାତ୍ରା ସରକାରଙ୍କ ପ୍ରାଥମିକତା । ଏହାକୁ ନଜରେ ରଖ୍ ଅଭିଜ୍ଞ ଅଧୂକାରୀଙ୍କୁ ନିଯୁକ୍ତ କରାଯାଉଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ରଥକୁ ଯିବା ପୂର୍ବରୁ ରୀତିକାନ୍ତି ଏବଂ ରଥ ଚଢିବା ପରେ ରୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ଉପରେ ନଜର । ଶ୍ରଦ୍ଧାଳୁଙ୍କ ଦର୍ଶନ ସୁଗମ ପାଇଁ ବଡଦାଣ୍ଡକୁ ବିଭିନ୍ନ ଅଂଶରେ ବଣ୍ଟାଯାଇ ପ୍ରତି ଅଂଶରେ ଜଣେ ଜଣେ ଅଭିଜ୍ଞ ଅଧୂକାରୀଙ୍କୁ ନିଯୁକ୍ତ କରାଯିବ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତ ରଥଯାତ୍ରା ଏବଂ ଜଗନାଥ ମନ୍ଦିରଙ୍କୁ ମିଳିବ ସରକାରୀ ସହାୟତା ବୋଲି କହିଛନ୍ତି ପୃଥ୍ବୀରାଜ