ଶ୍ରୀମନ୍ଦିରରେ ଏ ବର୍ଷ ୪ ଦିନ ହେବ ପଞ୍ଚୁକ, ପଞ୍ଚୁକର ଵିଧି ବ୍ୟବସ୍ଥା...
ଶ୍ରୀମନ୍ଦିରରେ ପଞ୍ଚୁକ (କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା) ଅବସରରେ ମହାପ୍ରଭୁଙ୍କର ବିଭିନ୍ନ ବେଶ ଅନୁଷ୍ଠିତ ହେବ।
ତା୦୨.୧୧.୨୦୨୫ରିଖ (ରବିବାର) ବଡ଼ ଏକାଦଶୀରେ - ମହାପ୍ରଭୁ ଙ୍କ ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ
ତା୦୩.୧୧.୨୦୨୫ରିଖ (ସୋମବାର) ତ୍ରୟୋଦଶୀରେ - ମହାପ୍ରଭୁ ଙ୍କ ଡାଳିକିଆ ବା ତ୍ରିବିକ୍ରମ ବେଶ
ତା୦୪.୧୧.୨୦୨୫ରିଖ (ମଙ୍ଗଳବାର) ଚତୁର୍ଦ୍ଦଶୀରେ - ମହାପ୍ରଭୁ ଙ୍କ ଲକ୍ଷ୍ମୀ ନୃସିଂହ ବେଶ
ତା୦୫.୧୧.୨୦୨୫ରିଖ (ବୁଧବାର) କାର୍ତ୍ତିକ ପୂର୍ଣ୍ଣିମାରେ - ମହାପ୍ରଭୁ ଙ୍କ ରାଜରାଜେଶ୍ୱର ବା ସୁନା ବେଶ
ଚଳିତବର୍ଷ କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ କ୍ଷୟ ପଡୁଥିବାରୁ ମହାପ୍ରଭୁ ଙ୍କ ବାଙ୍କଚୂଡ଼ ବା ବାମନ ବେଶ ଅନୁଷ୍ଠିତ ହେବ ନାହିଁ।
ଏବର୍ଷ ପଞ୍ଚୁକ ପାଞ୍ଚ ଦିନ ବଦଳ ରେ ଚାରି ଦିନ ପାଳନ କରାଯିବ।