ସାମଗ୍ର ଦେଶରୁ ଅରବିନ୍ଦ କେଜରିୱାଲଙ୍କ ପ୍ରତି ସମର୍ଥନ ର ସୁଅ ଛୁଟିଲା!
ଇଡି ଦ୍ଵାରା ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦରେ, ରାଜଧାନୀ ଭୁବନେଶ୍ଵର ଠାରେ ଆପ୍ କର୍ମୀଙ୍କ ବିକ୍ଷୋଭ ଜାରି।
ଇଡି ଦ୍ଵାରା ଦିଲ୍ଲୀର ମୂଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଙ୍କ ଗିରଫଦାରି ବିରୋଧରେ , ଓଡ଼ିଶା ରାଜଧାନୀ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଠାରେ ରାତି ସାରା ପ୍ରତିବାଦ ଜାରି ରହିଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କାଲି ତା୨୧.୦୩.୨୪ ରାତି ୯.୦୦ ଘଟିକା ସମୟ ରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ରାଷ୍ଟ୍ରୀୟ ଆବାହକ ଶ୍ରୀ ଅରବିନ୍ଦ କେଜରିୱାଲ ଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ନିର୍ବାଚନ ପୂର୍ବରୁ ଏହି ଗିରଫଦାରୀ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତଥାକଥିତ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଅଭିଯୋଗ ରେ ଗତ ଦୁଇ ବର୍ଷ ଧରି ଇଡି ଦ୍ଵାରା ଯାଞ୍ଚ ଚାଲିଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳି ନାହିଁ। ମାତ୍ର ନିର୍ବାଚନ ପୂର୍ବରୁ ଇଲୋକ୍ଟ୍ରାଲ ବଣ୍ଡ ଦୁର୍ନୀତି ପଦା କୁ ଆସିବା ପରେ ମୋଦି ସରକାର ଇଲୋକ୍ଟ୍ରାଲ୍ ବଣ୍ଡ ଦୁର୍ନୀତି ରୁ ଧ୍ୟାନ ହଟାଇବା ପାଇଁ ଆକ୍ରୋଶ ମୂଳକ ଭାବରେ ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ଗିରଫ କରିଛି। ଶାସନ କ୍ଷମତା ରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବା ଭାରତ ଗଣତନ୍ତ୍ର ଇତିହାସ ରେ ଏକ ବିରଳ ତଥା ର୍ଦୁଭାଗ୍ୟଜନକ ଘଟଣା।ଏହି ଗିରଫଦାରୀକୁ ଭାରତ ବର୍ଷ ର ସମସ୍ତ ବିରୋଧୀ ଦଳ ବିରୋଧ କରିଛନ୍ତି।ଏହି ଗିରଫ ପ୍ରତିବାଦରେ ଦେଶ ସାରା ଆମ୍ ଆଦ୍ମୀ ପାର୍ଟି ର କର୍ମୀ ମାନେ ଆନ୍ଦୋଳନ କୁ ଓ ଓଲ୍ହାଇଛନ୍ତି। ଗଣତନ୍ତ୍ର କୁ ବଞ୍ଚାଇବା ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆପ୍ ଓଡ଼ିଶାର ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର କହିଛନ୍ତି। ଏହିକ୍ରମରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଆପ୍ କର୍ମୀ ମାନଙ୍କ ସହିତ ବହୁ ସଂଖ୍ୟାରେ ସିପିଆଇ (ଏମ୍ଏଲ୍) ଲିବରେସନର କାର୍ଯ୍ୟକର୍ତ୍ତା ମାନେ ରାଜ୍ୟ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମହାପାତ୍ର, ରାଜ୍ୟ କମିଟି ମେମ୍ବର ଶ୍ରୀ ଅଶୋକ ପ୍ରଧାନ, ପୂର୍ବତନ ବିଧାୟକ ଶ୍ରୀ ରାଧାକାନ୍ତ ସେଠୀଙ୍କ ନେତୃତ୍ତ୍ୱରେ ଯୋଗ ଦେଇଥିଲେ ବିଶିଷ୍ଠ ସମାଜସେବୀ ଶ୍ରୀ ବାଘାମ୍ବର ପଟ୍ଟନାୟକ,ଗଣତାନ୍ତ୍ରିକ ଆନ୍ଦୋଳନ କର୍ମୀ ଶ୍ରୀ ତପନ ମିଶ୍ର ମଧ୍ୟ ଏହି ସଭାରେ ଯୋଗଦେଇଥିଲେ। ପୂର୍ବରୁ ସିପିଆଇ (ଏମ) ପକ୍ଷରୁ କେଜରିୱାଲଙ୍କ ଗିରଫଦାରୀଙ୍କୁ ତୀବ୍ର ନିନ୍ଦା କାରିବା ସହ ଆପ୍ ପ୍ରତି ସମର୍ଥନ ପ୍ରଦାନ କରିଥିଲେ।
ପ୍ରତିବାଦ ସଭା ପରେ ପରେ ହଜାର ହଜାର କର୍ମୀ ଏକ ଶୋଭାଯାତ୍ରାରେ ବାହାରି ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଗିରଫ ହୋଇଥିଲେ।ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରତିବାଦ ପ୍ରଦର୍ଶନ ହୋଇଥିଲା।ଦେଶରେ ଦିଲ୍ଲୀ ଏବଂ ପଞ୍ଜାବ ସହିତ ଅନ୍ୟ ରାଜ୍ୟ ରେ ମଧ୍ୟ ଅରବିନ୍ଦ କେଜରିୱାଲ ଙ୍କ ଗିରଫ ପ୍ରତିବାଦ ରେ ବ୍ୟାପକ ବିରୋଧ ପ୍ରଦର୍ଶନ ଜାରି ରହିଛି। ସିପିଆଇ (ଏମ) ନେତା ସୀତାରାମ ୟେଚୁରୀ,କଂଗ୍ରେସ ଦଳ ସଦସ୍ୟ ତଥା କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ,ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ (ବିହାର) ତେଜସ୍ଵୀ ଯାଦବ,ମୁଖ୍ୟମନ୍ତ୍ରୀ (ତାମିଲନାଡୁ) ତଥା ଡିଏମକେ ସଭାପତି ଏମ.କେ ଷ୍ଟାଲିନ ମଧ୍ୟ ଅରବିନ୍ଦ କେଜରିୱାଲ ଙ୍କ ସପକ୍ଷରେ ଏବଂ ମୋଦୀଙ୍କ ଅଘୋଷିତ ଜରୁରୀକାଳୀନ ସ୍ଥିତି ର ସମାଲୋଚନା କରିଛନ୍ତି। ସ୍ୱଧୀନ ଭାରତର ଇତିହାସ ରେ ପ୍ରଥମ ଥର ପାଇଁ ନିର୍ବାଚନ କୁ ବିରୋଧୀ ଶୂନ୍ୟ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତ ଆପ୍ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର।