ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ଶରଦ ପାୱାର୍‌

ମୁମ୍ବାଇ : ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ଲାଗିଛି ବଡ଼ ଝଟକା । ନିକଟ ଅତୀତରେ ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେଇଛନ୍ତି ନିର୍ବାଚନ ଆୟୋଗ। କମିସନ କହିଛନ୍ତି, ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଓ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ। ନିର୍ବାଚନ କମିସନଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଶରଦ ପାୱାର। ଜାତୀୟତାବାଦୀ କଂଗ୍ରେସ ପାର୍ଟି ସୁପ୍ରିମୋ ଶରଦ ପାୱାର ଆଜି ତାଙ୍କ ପୁତୁରା ତଥା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଗଠିତ ଦଳକୁ ପ୍ରକୃତ ଏନସିପି ଭାବରେ ସ୍ୱୀକୃତି ପ୍ରଧାନ କରିଥିବା ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିଛନ୍ତି। ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଏନସିପିକୁ ଅସଲ ଏନସିପି ବୋଲି ସ୍ୱୀକୃତି ଦେବା ସହ ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ ବୋଲି ପ୍ରକାଶ କରିଥିଲେ। ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ ଆୟୋଗ। 18. ହସ୍ପିଟାଲରୁ ଡିସଚାର୍ଜ ପରେ ମିଥୁନଙ୍କୁ ଆସିଲା ମୋଦିଙ୍କ କଲ ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଅନୁଭବ କରିବା ପରେ ଶନିବାର କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ତାଙ୍କୁ ଏବେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇସାରିଛି। ସୂଚନା ଅନୁଯାୟୀ ମିଥୁନ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି ଏବଂ ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂ କାର୍ଯ୍ୟ ଆରମ୍ଭ କରିବେ। ଗଣମାଧ୍ୟମରେ ମତ ରଖି ମିଥୁନ ଚକ୍ରବର୍ତ୍ତୀ କହିଛନ୍ତି, “ପ୍ରକୃତରେ କୌଣସି ଅସୁବିଧା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ମୋର ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ମୁଁ ଶୀଘ୍ର କାମ ଆରମ୍ଭ କରିପାରିବି, ବୋଧହୁଏ ଆସନ୍ତାକାଲିଠାରୁ। ”ମିଥୁନ ପ୍ରକାଶ କରିଛନ୍ତି ଯେ ରବିବାରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଏକ କଲ ପାଇଥିଲେ। ମୋଦୀ ତାଙ୍କୁ ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଉ ନ ଥିବାରୁ ତାଙ୍କୁ ଗାଳି ଦେଇଛନ୍ତି।ବହୁ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞ ମିଥୁନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମୀକ୍ଷା କରିଛନ୍ତି। ଜଣେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସେମାନେ ଏମଆରଆଇ ସମେତ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ କରିଥିଲେ।

ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହେଲେ ଶରଦ ପାୱାର୍‌