UGC ଦ୍ବାରା ଅଙ୍ଗନବାଡି କେନ୍ଦ୍ର ହେବ ପୋଷ୍ୟ ଶିକ୍ଷାନୁଷ୍ଠାନ...
ଭୁବନେଶ୍ବର: ୟୁଜିସିର ବଡ଼ ନିଷ୍ପତ୍ତ । ଅଙ୍ଗନୱାଡିକୁ
ଆଡଫ୍ଟ କରିବେ ବିଶ୍ବବିଦ୍ୟାଳୟ । ଏଣିକି କୁନି କୁନି ପିଲାଙ୍କ ପାଠପଢ଼ା ଏବଂ ସ୍ବାସ୍ଥ୍ୟର ଯନ୍ତ୍ର ନେବେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ । ଶିଶୁ ଶିକ୍ଷାକୁ ଅଧୂକ ସୁଦୃଢ଼ କରିବା ପାଇଁ ୟୁଜିସି ଏହି ନିର୍ଦ୍ଦେଶନାମା ଜାରି କରିଛି । ବିଶ୍ବବିଦ୍ୟାଳୟ କରିବେ ମେଣ୍ଟରସିପ୍ । ପ୍ରତି ବିଶ୍ବବିଦ୍ୟାଳୟ ଓ କଲେଜ ଅତିକମରେ ୫ରୁ ୬ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିବେ । ଫିଲ୍ମ ୱାର୍କ, ସାମାଜିକ ସେବା ଏବଂ ଇଣ୍ଟର୍ନସିପରେ ଛାତ୍ରଛାତ୍ରୀଙ୍କୁ ଏହା ସହାୟକ ହେବ । ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ ପରେ ନୀତି ଆୟୋଗର କାର୍ଯ୍ୟବିବରଣୀ ପ୍ରକାଶ ପାଇଛି । ସମସ୍ତ କୁଳପତି ଓ ଅଧ୍ଯକ୍ଷଙ୍କୁ ଚିଠି ଲେଖ୍ ଜଣାଇଲା ୟୁଜିସି ।
ସଚିବମାନଙ୍କ ସମ୍ମିଳନୀ ପରେ ନୀତି ଆୟୋଗର କାର୍ଯ୍ୟବିବରଣୀ ପ୍ରକାଶ ପାଇଛି । ସମସ୍ତ କୁଳପତି ଓ ଅଧ୍ଯକ୍ଷଙ୍କୁ ଚିଠି ଲେଖ୍ ଜଣାଇଲା ୟୁଜିସି ।
ପ୍ରାରମ୍ଭିକ ଶିଶୁ ଶିକ୍ଷାକୁ ଗୁରୁତ୍ବ ଦେଇ ସରକାର ଏହି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି । ବିଶେଷ କରି ଶିକ୍ଷା, ମନୋବିଜ୍ଞାନ, ପୋଷଣ ଏବଂ ସମାଜ ମଙ୍ଗଳ ବିଭାଗର ଛାତ୍ରଛାତ୍ରୀମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇ ପିଲାଙ୍କ ବିକାଶରେ ସହଯୋଗ କରିବେ । ଏହାଦ୍ବାରା ୩ରୁ ୬ ବର୍ଷର ଶିଶୁମାନଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ଉଚ୍ଚଶିକ୍ଷା ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ପେଶାଗତ ଅନୁଭୂତି ହାସଲ କରିପାରିବେ । ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହା କେବଳ ଶିକ୍ଷା ନୁହେଁ ବରଂ ସମାଜ ପ୍ରତି ଛାତ୍ର ସମାଜର ଦାୟିତ୍ବବୋଧକୁ ଆହୁରି ବୃଦ୍ଧି କରିବ ।