ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ଯକ୍ଷତା କଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ
ଆଇଆଇଏମସିର ୫୭ତମ ସମାବର୍ତ୍ତନ ଉତ୍ସବରେ ଅଧ୍ଯକ୍ଷତା କଲେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ
ନୂତନ ଏକାଡେମିକ ବ୍ଲକ୍ ପାଇଁ କଲେ ଭିତ୍ତିପ୍ରସ୍ତର ସ୍ଥାପନ
ସମାବର୍ତ୍ତନ ଉତ୍ସବରେ ସତ୍ୟ ଆଧାରିତ ସାମ୍ବାଦିକତା ପାଇଁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି
ସାମ୍ବାଦିକତା ଫେଲୋସିପ୍ ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବିକଶିତ ଭାରତରେ ଯୋଗଦାନ ଦେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଡିସ୍ଟ ଟୁ ବି ୟୁନିଭରସିଟିର ୫୭ତମ ସମାବର୍ତ୍ତନ ସମାରୋହ ଆଜି ଏହି ଅନୁଷ୍ଠାନର ନୂଆଦିଲ୍ଲୀ କ୍ୟାମ୍ପସରେ ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ୨୦୨୪ରେ ଆଇଆଇଏମସି ଡିଫ୍ଟ-ଟୁ-ବି- ୟୁନିଭରସିଟି ମାନ୍ୟତା ପାଇବା ପରେ ଏହା ସ୍ନାତକ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟାଚର ପ୍ରଥମ ସମାବର୍ତ୍ତନ ଉତ୍ସବ।
ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ସମାରୋହରେ ଯୋଗ ଦେଇଥିଲେ ଏବଂ ଏକ ନୂତନ ଏକାଡେମିକ୍ ବ୍ଲକ ପାଇଁ ଶିଳାନ୍ୟାସ କରିଥିଲେ।
ସମାନ ଭାବରେ ଆଲୋକପା এ৫° ସମାରୋହରେ ଉଦବୋଧନ ଦେଇ ଉପରାଷ୍ଟ୍ରପତି କହିଥିଲେ, ସାମ୍ବାଦିକତା ଦେଶର ଆହ୍ବାନଗୁଡ଼ିକୁ ଅଣଦେଖା କରିବା ଉଚିତ ନୁହେଁ। ଏହା ପ୍ରଗତି ଏବଂ ରାଷ୍ଟ୍ର ନିର୍ମାଣ ପ୍ରୟାସକୁ ସମ କପାତ କରିବ ଉଚିତ । ସାମ୍ବାଦିକତା, ବିଜ୍ଞାପନ ଏବଂ ଲୋକସମ୍ପର୍କର ସ୍ନାତକ ଛାତ୍ରଛାତ୍ରୀଙ୍କୁ ସମ୍ବୋଧୂତ କରି ସେ କହିଥୂଲେ ଯୋଗାଯୋଗକାରୀମାନେ ଆକାଂକ୍ଷାକୁ ଆକାର ଦିଅନ୍ତି, ଜାତୀୟ ପ୍ରାଥମିକତାକୁ ବୃଦ୍ଧି କରିଥା'ନ୍ତି ଏବଂ ପ୍ରଗତିକୃ ପ୍ରେରଣା ଦେଉଥିବା କାହାଣୀ ପ୍ରସ୍ତୁତ କରନ୍ତି। ସୃଜନଶୀଳ ଳତା କେବଳ ଏକ ବାଣିଜ୍ୟିକ ଉପକରଣ ନୁହେଁ, ବରଂ ପରିବର୍ତ୍ତନ ଏବଂ ସାମାଜିକ ପରିବର୍ତ୍ତନ ପାଇଁ ଏକ ଉତପ୍ରେରକ। ଉପରାଷ୍ଟ୍ରପତି ଆହୁରି କହିଥ୍ ପ୍ରଯୁକ୍ତିବିଦ୍ୟା, ପ୍ଲାଟଫର୍ମ ଏବଂ ମାଧ୍ୟମଗୁଡ଼ିକ ବିକଶିତ ହେବା ଜାରି ରହିବ, କିନ୍ତୁ ସାମ୍ବାଦିକତା ଏ ଯୋଗାଯୋଗର ମୌଳିକ ମୂଲ୍ୟବୋଧ ସଠିକତା, ନିରପେକ୍ଷତା, ଅଖଣ୍ଡତା ଏବଂ ଦାୟିତ୍ବ ତ୍ବବୋଧତା ସାଲିସବିହୀନ ରହିବା ଉଚିତ ଚିତ । ସେ ସ୍ନାତକମାନଙ୍କୁ ଉଦ୍ଦେଶ୍ଯ ଆ ଦଶ୍ୟ ଆଧାରିତ ଯୋଗାଯୋଗକୁ ବଜାୟ ରଖୁବା ଏବଂ ଏକ ଆତ୍ମବିଶ୍ବାସୀ ତଥା ସମା ମାବେଶୀ ଭାରତ ଗଠନ ଦିଗରେ ଯୋଗଦାନ ଦେବାକୁ ଆହ୍ବାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନ ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହି କହିଥିଲେ, ଆଇଆଇ ।ଇଏମସି ହେଉଛି ଭାରତର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରୁ ଅନ୍ୟତମ ଯାହାର ନିଯୁକ୍ତି ହାର ଉଚ୍ଚ ଏବଂ ଏଠାକାର ସ୍ନାତକଙ୍କ ପାଇଁ ଗଣମା ଗଣମାଧ୍ଯମ ଶିଳ୍ପରେ ବହୁଳ ଭାବରେ ଚାହିଦା ରହିଛି।
ଏହି ଅବସରରେ ସେ ଘୋଷଣା କରିଛନ୍ତି, ଆଗାମୀ ଶିକ୍ଷାବର୍ଷରୁ ଆଇଆଇଏମସି ସାମ୍ବାଦି ସାମ୍ବାଦିକମାନଙ୍କ ପାଇଁ ଏକ ଫେଲୋସିପ୍ ସିପ୍ କାର୍ଯ୍ୟକ୍ରମ ପ୍ରଚଳନ କରିବ । ଏହ ଏହାଦ୍ବାରା ପ୍ରଯୁକ୍ତିବିଦ୍ୟା, ଅର୍ଥବ୍ୟବସ୍ଥା ଓ ରଣନୀତି, ଗବେଷଣା ଓ କ୍ଷେତ୍ର ବି ବିଶେଷଜ୍ଞତା ବୃଦ୍ଧି ଭଳି କ୍ଷେତ୍ରରେ ବିଶେଷଜ୍ଞତା ଜ୍ଞତାକୁ ସକ୍ଷମ କରାଯାଇପାରିବ। କେନ୍ଦ୍ର ମନ୍ତ୍ରୀ ଆଇଆଇଏ ଆଇଏମସିରେ ଏକ ଇନକ୍ୟୁ ନକ୍ୟୁବେଟର ପ୍ରତିଷ୍ଠା ନେଇ ସୂଚନା ଦେଇଥୂଳେ ରଥିଲେ। ସେ ଭାରତୀୟ ଲୋକକଥାକୁ ପ୍ରଯୁକ୍ତିବିଦ୍ୟା ଆଧାରିତ କାହାଣୀ କହିବା ଫର୍ମାଟରେ ରୂପାନ୍ତରିତ କରିବା ସମେତ ନୂତନ ଷ୍ଟାର୍ଟଅପ୍ଗୁଡ଼ିକୁ
ପ୍ରଶଂସା କରିଥିଲେ। ଭାରତର ଭବିଷ୍ୟତର ମାର୍ଗ ନିର୍ଦ୍ଧାରଣ କ୍ଷେତ୍ରରେ ସେ ନୂଆପିଢ଼ିର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ବିଶେଷ ଭାବେ ଗୁରୁତ୍ବାରୋପ କରିଥିଲେ।
ସମାରୋହରେ, ଛଅଟି କ୍ୟାମ୍ପସର ନଅଟି ପିଜି ଡିପ୍ଲୋମା ପାଠ୍ୟକ୍ରମର ୫୦୯ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶୀର୍ଷସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୋଟ ୩୫ଟି ପଦକ ପ୍ରଦାନ କରାଯାଇଥିଲା, ଯେଉଁଥ୍ରେ ୨୩ଟି ନଗଦ ପୁରସ୍କାର ସହିତ ଥୂଲା। ଡିଜିଲକର ମାଧ୍ୟମରେ ରେ ଗ୍ରେଡ୍ ଏବଂ କ୍ରେଡିଟ୍ ସିଷ୍ଟମ ଅଧୀନରେ ମାର୍କ ସିଟ୍ ଉପଲବ୍ଧ କରାଯାଇଛି।
ଆଇଆଇଏମସି ବର୍ତ୍ତମାନ ଆଠଟି ପିଜି ଡିପ୍ଲୋମା କାର୍ଯ କାର୍ଯ୍ୟକ୍ରମ ଏବଂ ଏକ ବଂ ଏକାଧୂକ କଳା ସ୍ନାତକୋତ୍ତର ପାଠ୍ୟକ୍ରମ ଚଳାଉଛି । ୨୦୨୬-୨୭ ଶିକ୍ଷାବର୍ଷରେ ତିନୋଟି ନୂତନ କଳା ସ୍ନାତକୋତ୍ତର ପାଠ୍ୟକ୍ରମ ପ୍ରଚଳନ କରାଯିବ।