ଆଇଟି ନିୟମ 2021ର ନିୟମ 3(1)(ଡି)ରେ ସଂଶୋଧନର ବିଜ୍ଞପ୍ତି ପ୍ରକାଶ କଲେ ସରକାର

Oct 24, 2025 - 08:46
 7
ଆଇଟି ନିୟମ 2021ର ନିୟମ 3(1)(ଡି)ରେ ସଂଶୋଧନର ବିଜ୍ଞପ୍ତି ପ୍ରକାଶ କଲେ ସରକାର

ଆଇଟି ନିୟମ 2021ର ନିୟମ 3(1)(ଡି)ରେ ସଂଶୋଧନର ବିଜ୍ଞପ୍ତି ପ୍ରକାଶ କଲେ ସରକାର

ସ୍ବଚ୍ଛତା, ଉତ୍ତରଦାୟିତ୍ଵ ଏବଂ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିବାକୁ ପଦକ୍ଷେପ

ନୂତନ ଢାଞ୍ଚା ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ, ଯୁକ୍ତିଯୁକ୍ତ ସୂଚନା ଏବଂ ସମାନୁପାତିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିଶ୍ଚିତ କରିବା ପାଇଁ ସାମୟିକ ସମୀକ୍ଷା ସୁନିଶୃତି କରେ

ଏହି ସଂଶୋଧନଗୁଡ଼ିକ ମଧ୍ଯସୁମାନଙ୍କ ଦ୍ବାରା ବେଆଇନ ଅନଲାଇନ୍ ବିଷୟବସ୍ତୁ ଅପସାରଣରେ ସ୍ବଚ୍ଛତା, ସମାନୁପାତିକତା ଏବଂ ଦାୟିତ୍ବକୁ ସୁଦୃଢ଼ କରେ

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ଯସୁ ମାର୍ଗଦର୍ଶିକା ଏବଂ ର୍ଡିଜିଟାଲ୍ ମିଡିଆ ଆଚାର ସଂହିତା) ସଂଶୋଧନ ନିୟମ, 2025 ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ବିଜ୍ଞପ୍ତିରେ ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ଯସୁ ମାର୍ଗଦର୍ଶିକା ଏବଂ ଡିଜିଟାଲ୍ ମିଡିଆ ଆଚାର ସଂହିତା) ନିୟମ, 2021 (''ଆଇଟି ନିୟମ, 2021’') ସଂଶୋଧନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ଏହି ସଂଶୋଧନଗୁଡ଼ିକ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, 2000 ("ଆଇଟି ଆଇନ'') ଅଧୀନରେ ମଧ୍ଯସୁମାନଙ୍କର ଉପଯୁକ୍ତ ତତ୍ପରତା ଉତ୍ତରଦାୟିତ୍ୱ ପାଇଁ ଢାଞ୍ଚାକୁ ସୁଦୃଢ଼ କରିଥାଏ। ବିଶେଷକରି, ନିୟମ 3(1)(ଡି) ରେ ସଂଶୋଧନଗୁଡ଼ିକ ଅତିରିକୁ ସୁରକ୍ଷା ବ୍ୟବସ୍ଥା ପ୍ରଚଳନ କରେ ଯାହାଦ୍ବାରା ମଧ୍ଯସୁମାନେ ସ୍ବଚ୍ଛ, ସମାନୁପାତିକ ଏବଂ ଦାୟିତ୍ଵପୂର୍ଣ ଭାବରେ ବେଆଇନ ବିଷୟବସ୍ତୁକୁ ହଟାଇବେ। ସଂଶୋଧୂତ ନିୟମଗୁଡ଼ିକ 15ନଭେମ୍ବର 2025 ଠାରୁ କାର୍ଯ୍ୟକାରୀ ହେବ।

ମୂଳତଃ 25 ଫେବୃଆରୀ, 2021ରେ ଆଇଟି ନିୟମ, 2021 ଅଧୂସୂଚିତ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହାକୁ 28 ଅକ୍ଟୋବର, 2022 ଏବଂ 6 ଏପ୍ରିଲ, 2023ରେ ସଂଶୋଧନ କରାଯାଇଥିଲା। ଏହି ନିୟମ ମଧ୍ଯସୁମାନଙ୍କ ଉପରେ ଯଥାର୍ଥ ତତ୍ପରତା ଉତ୍ତରଦାୟିତ୍ଵ ଲାଗୁ କରେ, ଯେଉଁଥ୍ରେ ସାମାଜିକ ଗଣମାଧ୍ୟମ ମଧ୍ୟସୁମାନେ ଅନଲାଇନ୍ ସୁରକ୍ଷା, ସଂରକ୍ଷଣ ଏବଂ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିପାରିବେ।

ନିୟମ 3(1)(ଡି) ଅନୁଯାୟୀ, ମଧ୍ୟସୁମାନେ ଉପଯୁକ୍ତ ସରକାରଙ୍କ ଠାରୁ କୋର୍ଟ ଆଦେଶ କିମ୍ବା ବିଜ୍ଞପ୍ତି ମାଧ୍ୟମରେ ପ୍ରକୃତ ସୂଚନା ପାଇବା ପରେ ବେଆଇନ ସୂଚନା ଅପସାରଣ କରିବାକୁ ବାଧ୍ଯ ।