ସାରା ଦେଶରେ ଏଆଇ ସମ୍ବଳ, ଦକ୍ଷତା ଏବଂ ପ୍ରଯୁକ୍ତିର ଦ୍ରୁତ ପ୍ରସାର ମୁଖ୍ଯ ବିନ୍ଦୁ
ସାରା ଦେଶରେ ଏଆଇ ସମ୍ବଳ, ଦକ୍ଷତା ଏବଂ ପ୍ରଯୁକ୍ତିର ଦ୍ରୁତ ପ୍ରସାର ମୁଖ୍ଯ ବିନ୍ଦୁ
ସୁଲଭ ମୂଲ୍ୟରେ ଏଆଇ ସୁବିଧା ଯୋଗାଇବା ପାଇଁ ୩୮,୦୦୦ ଅଧୂକ ଜିପିୟୁ ଘଣ୍ଟା ପ୍ରତି ୬୫ଟଙ୍କା ଦରଟେ ଉପଲବ୍ଧ।
୫-ଜି ଭାରତର ୯୯.୯% ଜିଲ୍ଲାରେ ଉପଲବ୍ଧ, ଯାହା ସାରା ଦେଶରେ ଏଆଇ । ଭିତ୍ତିଭୂମିକୁ ସଶକୁ କରୁଛି।
'ଏଆଇ କୋଷ' ସାଧାରଣ ଜାତୀୟ ସମ୍ବଳ ଭାବରେ ୭,୫୦୦ରୁ ଅଧିକ ଡାଟାସେଟ୍ ଏବଂ ୨୭୩ଟି ମଡେଲ୍ ପ୍ରଦାନ କରୁଛି।
ଭାରତର ବିକାଶ ଯାତ୍ରାରେ କୃତ୍ରିମ ବୁଦ୍ଧିମତା ବା 'ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' (ଏଆଇ) ଏକ ମୁଖ୍ୟ ସ୍ତମ୍ଭ ପାଲଟିଛି। ଏହା ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରୁଛି, ସାର୍ବଜନୀନ ସେବା ପ୍ରଦାନରେ ସୁଧାର ଆଣୁଛି ଏବଂ ନାଗରିକମାନଙ୍କ ପାଖରେ ବ୍ୟାପକ ଭା ଭାବେ ପହଞ୍ଚିବା ଲାଗି ଆବଶ୍ୟକ ସମାଧାନମାନ ପ୍ରସ୍ତୁତ କରୁଛି। ମାନବ ସମାଜର ପ୍ରଗତି ସବୁବେଳେ ପ୍ରଯୁକ୍ତିବିଦ୍ୟା ଦ୍ବାରା ପ୍ରଭାବିତ ହୋଇଆସିଛି। ଅତୀତରେ ଏମିତି ଅନେକ ଉଦାହରଣ ରହିଛି ଯାହାଦ୍ବାରା ଆମ ଜୀବନରେ ପରିବର୍ତ୍ତନ ଆସିଛି। ବିଦ୍ୟୁତ ଶକ୍ତି ଦୈନନ୍ଦିନ ଜୀବନ ଏବଂ କାର୍ଯ୍ୟଶୈଳୀକୁ ବଦଳାଇ ଦେଇଥୁଲା । କମ୍ପ୍ୟୁଟର ତଥ୍ୟ ପ୍ରକ୍ରିୟାକରଣ ପଦ୍ଧତିରେ ପରିବର୍ତ୍ତନ ଆଣିଲା। ଇଣ୍ଟରନେଟ୍ ସୀମା ବାହାରେ ଲୋକଙ୍କୁ ଏବଂ ବ୍ୟବସ୍ଥାକୁ ପରସ୍ପର ସହ ଯୋଡ଼ିଲା, ଏବଂ ମୋବାଇଲ୍ ଫୋନ୍ ପ୍ରଯୁକ୍ତିବିଦ୍ୟାକୁ ସିଧାସଳଖ ନାଗରିକଙ୍କ ହାତରେ ପହଞ୍ଚାଇଲା। ଏଆଇ ଏହି ସବୁ ମୂଳଦୁଆ ଉପରେ ଗଠିତ ଏବଂ ବର୍ତ୍ତମାନ ମଣିଷ ସହିତ ମିଶି କୃଷି, ସ୍ବାସ୍ଥ୍ୟସେବା, ଶିକ୍ଷା, ଉତ୍ପାଦନ, ଜଳବାୟୁ କାର୍ଯ୍ୟାନୁଷ୍ଠାନ ଏବଂ ପ୍ରଶାସନ ଭଳି କ୍ଷେତ୍ରଗୁଡ଼ିକର ରୂପାନ୍ତର କରୁଛି। ଭାରତ ପାଇଁ ଏଆଇ-ର ଗଣତାନ୍ତ୍ରିକୀକରଣ ଅତ୍ୟନ୍ତ ଜରୁରୀ, ଯାହାଫଳରେ ଏହାର ଲାଭ ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଏବଂ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ସଂକଳ୍ପ ସହ ସମନ୍ବିତ ହୋଇପାରିବ।
ଏଆଇ-ର ଗଣତାନ୍ତ୍ରିକୀକରଣ କମ୍ପ୍ୟୁଟିଂ ପାୱାର, ଡାଟା ରିପୋଜିଟୋରି (ତଥ୍ୟ ଭଣ୍ଡାର) ଏବଂ ମଡେଲ୍ ଇକୋସିଷ୍ଟମର ସମାନ ଉପଲବ୍ଧତା ଉପରେ ନିର୍ଭର କରେ। ଏହି ଜିନିଷଗୁଡ଼ିକ ହିଁ ନିର୍ଦ୍ଧାରଣ କରେ ଯେ ଡିଜିଟାଲ୍ ଅର୍ଥନୀତିରେ କିଏ ନୂତନ ଉଦ୍ଭାବନ କରିପାରିବ, ପ୍ରତିଯୋଗିତା କରିପାରିବ ଏବଂ ପ୍ରଭାବଶାଳୀ ଭାବେ ଶାସନ କରିପାରିବ। ଭାରତର ବିକାଶ-ଭିତ୍ତୀକ ଆଭିମୁଖ୍ୟ ଏଆଇ ରଣନୀତିର କେନ୍ଦ୍ରରେ ଗଣତାନ୍ତ୍ରିକୀକରଣକୁ ରଖୁଛି, ଯାହା ବିଭିନ୍ନ ଅଞ୍ଚଳର ଷ୍ଟାର୍ଟଅପ୍, ଗବେଷକ, ସରକାରୀ ଅନୁଷ୍ଠାନ ଏବଂ ନୂତନ ଉଦ୍ଭାବକମାନଙ୍କ ଅଂଶଗ୍ରହଣକୁ ସକ୍ଷମ କରୁଛି।
ଏହି ଦୂରଦୃଷ୍ଟିକୁ ଆଧାର କରି, ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ୧୬ ରୁ ୨୦ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ 'ଇଣ୍ଡିଆ-ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬' ଅନୁଷ୍ଠିତ ହୋଇଥିଲା। ଏହା ଦକ୍ଷିଣ ବିଶ୍ବ ବା 'ଗ୍ଲୋବାଲ୍ ସାଉଥ୍'ରେ ଆୟୋଜିତ ହୋଇଥିବା ପ୍ରଥମ ବିଶ୍ବସ୍ତରୀୟ ଏଆଇ ସମ୍ମିଳନୀ ଭାବେ ପରିଚୟ ହାସଲ କରିଛି। ବିଶ୍ବର ପ୍ରମୁଖ ନେତା, ନୀତି ନିର୍ଦ୍ଧାରକ, ପ୍ରଯୁକ୍ତିବିଦ୍ୟା କମ୍ପାନୀ, ଉଦ୍ଭାବକ ଏବଂ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ଏକ ମାନସ ମନୁନ କରିଛି। ଭବିଷ୍ୟତ ପାଇଁ କାର୍ଯ୍ୟ ନିର୍ଦ୍ଧାରଣ କରିଛି, ବର୍ତ୍ତମାନର ସମସ୍ୟାକୁ ସମାଧାନ ପାଇଁ ବାଟ କାଢ଼ିଛି। ଏଥିରେ ସମସ୍ତଙ୍କ ବିକାଶ, ପ୍ରଶାସନ ଏବଂ ସ୍ଥାୟୀ ପ୍ରଗତି ପାଇଁ ଏଆଇ-ର ରୂପାନ୍ତରଣକାରୀ ସାମର୍ଥ୍ୟ ପ୍ରଦର୍ଶନ କରାଯାଇ ଭିନ୍ନ ଭିନ୍ନ ଆଲୋଚନା ହୋଇଛି।
ଏଆଇ-ର ଗଣତାନ୍ତ୍ରିକୀକରଣ
ଏଆଇ-ର ଗଣତାନ୍ତ୍ରିକୀକରଣର ଅର୍ଥ ହେଉଛି କୃତ୍ରିମ ବୁଦ୍ଧିମତା (ଏଆଇ)କୁ ଏକ ବୃହତ ଏବଂ ବିବିଧ ବ୍ୟବହାରକାରୀଙ୍କ ପାଇଁ ସହଜଲଭ୍ୟ, ସୁଲଭଏବଂ ବ୍ୟବହାରଯୋଗ୍ୟ କରିବା। ଏହା କେବଳ ପ୍ରସ୍ତୁତ ଆପ୍ଲିକେସନ୍ ବ୍ୟବହାର କରିବା ମଧ୍ୟରେ ସୀମିତ ନୁହେଁ। ଏଥିରେ ଏଆଇ-ର ମୂଳ ଗଠନ ପ୍ରକ୍ରିୟା ଯଥା କମ୍ପ୍ୟୁଟିଂ ପାୱାର, ଡାଟାସେଟ୍ ଏବଂ ମଡେଲ୍ ଇକୋସିଷ୍ଟମର ସୁବିଧା ମଧ୍ୟ ଅନୁର୍ଭୁକ୍ତ। ଯେହେତୁ ଏହି ସମ୍ବଳଗୁଡ଼ିକ ବ୍ୟାପକ ସ୍ବରରେ ଉପଲବ୍ଧ ହେଉଛି, ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନଗୁଡ଼ିକ ଏଆଇ ସାହାଯ୍ୟରେ ସେମାନଙ୍କର ସଫଳତାର ପରିସରକୁ ବିସ୍ତାର କରୁଛନ୍ତି।
ଗଣତାନ୍ତ୍ରିକୀକରଣର ଅନ୍ୟ ଏକ ଦିଗ ହେଉଛି ଆର୍ଥକ ସୁଯୋଗକୁ ବୃଦ୍ଧି କରିବା। ଭାରତର କାର୍ଯ୍ୟବଳରେ ଏହି ଗତିଶୀଳତା ପ୍ରତିଫଳିତ ହେଉଛି, ଯେଉଁଠାରେ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଯୁକ୍ତିବିଦ୍ୟା ଏବଂ ଏଆଇ ଇକୋସିଷ୍ଟମରେ ନିୟୋଜିତ ଅଛନ୍ତି। ଅକ୍ଟୋବର ୨୦୨୫ ରେ ପ୍ରକାଶିତ ନିତି ଆୟୋଗଙ୍କ ରିପୋର୍ଟ ‘ସମାବେଶୀ ସାମାଜିକ ବିକାଶ ପାଇଁ ଏଆଇ' ଭାରତର ୪୯ କୋଟି ଅଣସଂଗଠିତ ଶ୍ରମିକଙ୍କୁ ସେବା, ବଜାର ଏବଂ ଆର୍ଥିକ ବ୍ୟବସ୍ଥାରେ ସୁବିଧା ପ୍ରଦାନ କରି ସଶକୁ କରିବାର ସାମର୍ଥ୍ୟ ଉପରେ ଗୁରୁତ୍ବାରୋପ କରିଛି। ଏହି ଆଭିମୁଖ୍ୟ ଭାରତର ପ୍ରତିଷ୍ଠିତ ଡିଜିଟାଲ୍ ଦର୍ଶନ ଉପରେ ଆଧାରିତ । ୟୁପିଆଇ ଡିଜିଟାଲ୍ ପେମେଣ୍ଟକୁ ମୁକ୍ତି ଏବଂ ସମାବେଶୀ କରିଛି। ‘ଆଧାର' ଲୋକଙ୍କୁ ଡିଜିଟାଲ୍ ପରିଚୟ ପ୍ରଦାନ କରିବାକୁ ସକ୍ଷମ କରିଛି। ସ୍ବଦେଶୀ ୪ ଜି ଏବଂ ୫ ଜି ବ୍ୟବସ୍ଥା ବୈଷୟିକ ଆତ୍ମନିର୍ଭରଶୀଳତାକୁ ସୁଦୃଢ଼ କରିଛି। ଏଆଇ ବର୍ତ୍ତମାନ ସେହି ସମାନ ପଥ ଅନୁସରଣ କରୁଛି, ଯେଉଁଠାରେ ମୁକୃତା, ସୁଲଭତା ଏବଂ ସହଜଲଭ୍ୟତା ନୂତନ ଉଦ୍ଭାବନକୁ ମାର୍ଗଦର୍ଶନ କରୁଛି ଯାହାଫଳରେ ସାମଗ୍ରିକ ଭାବେ ସମାଜର ଉନ୍ନତି ହୋଇପାରିବ।
ଜନସାଧାରଣଙ୍କ ଉପରେ ପ୍ରଭାବ ପାଇଁ ଏଆଇ ଆପ୍ଲିକେସନର ଗଣତାନ୍ତ୍ରିକୀକରଣ
ଏଆଇ ସେତେବେଳେ ମୂଲ୍ୟବାନ ହୁଏ ଯେତେବେଳେ ଏହା ବହୁ ସଂଖ୍ୟକ ଲୋକଙ୍କ ପାଖରେ ପହଞ୍ଚେ। ଭାରତର ଆଭିମୁଖ୍ୟ ବିଭିନ୍ନ କ୍ଷେତ୍ରରେ ବହାରିକ ନିୟୋଜନ ଉପରେ ଧ୍ୟାନ ଦେଇଥାଏ ଯେପରି ଏଆଇ ଦୈନନ୍ଦିନ ଜୀବନ ଏବଂ ସାର୍ବଜନୀନ ସେବାରେ ସୁଧାର ଆଣିପାରିବ। ଯେପରି ଇଣ୍ଟରନେଟ୍ ଏବଂ ମୋବାଇଲ୍ ଫୋନ୍ ବ୍ୟାପକ ବ୍ୟବହାର ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିଥିଲେ, ଏଆଇ ବର୍ତ୍ତମାନ ସେହି ସମାନ ପଥ ଅନୁସରଣ କରୁଛି। ସହଜ ବ୍ୟବହାର ଏବଂ ସର୍ବସାଧାରଣଙ୍କ ପାଇଁ ସୁବିଧାଜନକ ଆପ୍ଲିକେସନଗୁଡ଼ିକୁ ପ୍ରାଥମିକତା ଦେଇ ଭାରତ ଏହା ସୁନିଶ୍ଚିତ କରୁଛି ଯେ ଏଆଇ ସମାବେଶୀ ଏବଂ ମାପଯୋଗ୍ୟ ପ୍ରଭାବ ପକାଉଛି।
ବିଭିନ୍ନ ମୁଖ୍ୟ କ୍ଷେତ୍ରରେ, ଏଆଇ ଆପ୍ଲିକେସନଗୁଡ଼ିକ ପରିବର୍ତ୍ତନ ଆଣିବା ଆର ଆରମ୍ଭ କଲାଣି। କୃଷି କ୍ଷେତ୍ରରେ, ଏଆଇ ପାଣିପାଗ ପୂର୍ବାନୁମାନ କରିବା, ପୋକ ତଥା ରୋଗର ଆଶଙ୍କା ଚିହ୍ନଟ କରିବା ଏବଂ ଜଳସେଚନ ଓ ବିହନ ବୁଣିବା ସମ୍ବନ୍ଧୀୟ ନିଷ୍ପତ୍ତାରେ ଚାଷୀମାନଙ୍କୁ ସାହାଯ୍ୟ କରୁଛି। 'କିଷାନ ଇ-ମିତ୍ର' ଭଳି ପ୍ଲାଟଫର୍ମ ସରକାରୀ ଯୋଜନା ପାଇବା ସହଜ କରୁଥିବାବେ ବେଳେ ଜାତୀୟ କୀଟନାଶକ ସର୍ବେକ୍ଷଣ ବ୍ୟବସ୍ଥା ଏବଂ ଶସ୍ୟ ସ୍ବାସ୍ଥ୍ୟ ନିରୀକ୍ଷଣ ବ୍ୟବସ୍ଥା ଉପଗ୍ରହ ଓ ପାଣିପାଗ ତଥ୍ୟ ବ୍ୟବହାର କରି ଶସ୍ୟ ସୁରକ୍ଷା ଏବଂ ଆୟ ସୁନିଶ୍ଚିତ କରୁଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ, ଏଆଇ ରୋଗ ପ୍ରାଥମିକ ଚିହ୍ନଟରେ ସାହାଯ୍ୟ କରୁଛି, ମେଡିକାଲ୍ ଇମେଜ୍ ବିଶ୍ଳେଷଣରେ ସହାୟତା କରୁଛି ଏବଂ ଟେଲିମେଡିସିନ୍ ସେବାକୁ ସୁଦୃଢ଼ କରୁଛି, ଯାହା ଗ୍ରାମୀଣ ରୋଗୀଙ୍କୁ ବିଶେଷଜ୍ଞଙ୍କ ସହ ଯୋଡୁଛି। ଗର
ଏଆଇ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଧ୍ୟ ସୁଦୃଢ଼ କରୁଛି। ଭାରତୀୟ ପାଣିପାଗ ବିଭାଗ ବର୍ଷା, କୁହୁଡ଼ି ଏବଂ ପ୍ରତିକୂଳ ପାଣିପାଗର ପୂର୍ବାନୁମାନ ପାଇଁ ଏଆଇ ବ୍ୟବହାର କରୁଛି। ବାତ୍ୟାର ତୀବ୍ରତା ଆକଳନ ପାଇଁ 'Advanced Dvorak Technique' ଭଳି ଉପକରଣ ବ୍ୟବହାର କରାଯାଉଥିବା ବେଳେ ରିଅଲ-ଟାଇମ୍ ପରାମର୍ଶ ପାଇଁ ମୌସମ ଜିପିଟି 'MausamGPT' ବିକଶିତ କରାଯାଉଛି। ଏହି ବ୍ୟାପକ ବ୍ୟବହାର ଭାରତର ନୂତନ ଉଦ୍ଭାବନ କ୍ଷେତ୍ରରେ ପ୍ରତିଫଳିତ ହେଉଛି। ଜାନୁଆରୀ ୨୦୨୬ ସୁଦ୍ଧା, ଭାରତ ବିଶ୍ବର ଶ୍ରେଷ୍ଠ ତିନୋଟି ଷ୍ଟାର୍ଟଅପ୍ ଇକୋସିଷ୍ଟମ ଷ୍କମ ମଧ୍ୟରେ ସ୍ଥାନ ରେ ସ୍ଥାନ ପାଇଛି, ଯେଉଁଠାରେ ୨ ଲକ୍ଷରୁ ଅଧୂକ ଷ୍ଟାର୍ଟଅପ୍ ଅଛନ୍ତି। ଏଥିମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଷ୍ଟାର୍ଟଅପ୍ କୌଣସି ନା କୌଣସି ରୂପରେ ଏଆଇ ଚାଳିତ ବୋଲି ଆକଳନ କରାଯାଇଛି।
ଏଆଇ ଭିତ୍ତିଭୂମିର ଗଣତାନ୍ତ୍ରିକୀକରଣ
ଏଆଇ-ର ଗଣତାନ୍ତ୍ରିକୀକରଣ ପାଇଁ ଏହାକୁ ଶକ୍ତି ଯୋଗାଉଥିବା ମୂଳ ଭିତ୍ତିଭୂମି ମୁକ୍ତ, ସୁଲଭ ଏବଂ ସହଜଲଭ୍ୟ ହେବା ଆବଶ୍ୟକ। ଭାରତର ଆଭିମୁଖ୍ୟ ଏହାର ସମ୍ପୂର୍ଣ 'ଏଆଇ ଷ୍ଟାକ୍ ' ଦ୍ବାରା ପରିଚାଳିତ, ଯାହା ଆପ୍ଲିକେସନ୍, ମଡେଲ୍, କମ୍ପୁଟ୍, ଭିତ୍ତିଭୂମି ଏବଂ ଶକ୍ତିକୁ ଅନ୍ତର୍ଭୁକ୍ତ କରେ। ମାର୍ଚ୍ଚ ୨୦୨୪ ରେ ପାଞ୍ଚ ବର୍ଷ ପାଇଁ ୧୦,୩୭୧.୯୨ କୋଟି ଟଙ୍କାର ବ୍ୟୟ ଅଟକଳ ସହ ଅନୁମୋଦିତ 'ଇଣ୍ଡିଆ ଏଆଇ ମିଶନ' ଏହି ଆଭିମୁଖ୍ୟ ପାଇଁ ମୂଳଦୁଆ ପକାଉଛି।
ଡାଟାସେଟ୍ ଏବଂ ମଡେଲ୍ର ଉପଲବ୍ଧି
ଉଚ୍ଚମାନର ଡାଟାସେଟ୍ ଏବଂ ପୁନଃବ୍ୟବହାରଯୋଗ୍ୟ ମଡେଲ୍ ଗୁଡ଼ିକ ଏଆଇ ଗଣତାନ୍ତ୍ରିକୀକରଣର ପ୍ରମୁଖ ଚାଳକ। ଜାତୀୟ ପ୍ଲାଟଫର୍ମଗୁଡ଼ିକ ଡେଭଲପରମାନଙ୍କୁ ନଙ୍କୁ ସମ୍ପୂର୍ଣ୍ଣ ନୂଆ ଭାବେ ଗଢ଼ିବା ପରିବର୍ତ୍ତେ ପୂର୍ବରୁ ପ୍ରସ୍ତୁତ ଡାଟା ଏବଂ ମଡେଲ ସମ୍ବଳ ବ୍ୟବହାର କରିବାକୁ ସକ୍ଷମ କରୁଛନ୍ତି। ଏହି ପ୍ରୟାସକୁ ସହାୟତା କରୁଛି 'ଏଆଇ କୋଷ'। ଏହା ଏକ ଏଆଇ ଡାଟାସେଟ୍ ଏବଂ ମ ଏବଂ ମଡେଲ୍ ପାଇଁ ଏକ ଜାତୀୟ ପ୍ଲାଟଫର୍ମ। ବିଭିନ୍ନ ସରକାରୀ ଏବଂ ବେସରକାରୀ ଉତ୍ସରୁ ଏହା ଡାଟାସେଟ୍ ଗୁଡ଼ିକୁ ଏକତ୍ରିତ କରିଥାଏ।
ଡାଟା ସହିତ ଭାରତ ନିଜର ବୃହତ ‘ବହୁମୁଖୀ ଏଆଇ' ମଡେଲଗୁଡ଼ିକୁ ବିକଶିତ କରୁଛି ଯାହା ଭାରତୀୟ ଡାଟା ଏବଂ ଭାଷା ଉପରେ ପ୍ରଶିକ୍ଷିତ। ଇଣ୍ଡିଆ ଏଆଇ ମିଶନ ଶନ ଅଧୀନରେ ଅଧୀ ୫୦୦ ରୁ ଅଧୂକ ପ୍ରସ୍ତାବ ମିଳିଥିଲା ৩০° ପ୍ରଥମ ଦୁଇଟି ପର୍ଯ୍ୟାୟରେ ୧୨ଟି ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏଥିମଧ୍ୟରେ ସର୍ବମ୍ ଏଆଇ, ସକେଟ ଏଆଇ, ଜ୍ଞାନୀ ଏଆଇ, ଗାନ ଏଆଇ, ଅବତାର ଏଆଇ, ଆଇଆଇଟି ବମ୍ବେ ଦ୍ବାରା ପରିଚାଳିତ ଭାରତ ଜେନ, ଜେନ୍ ଟେକ୍ ଜେନ୍ ଲୁପ୍ , ଇଣ୍ଡେଲି ହେଲଥ, ଶୋଧ ଏଆଇ, ଆନାଲିଟିକ୍ସ ଏବଂ ଟେକ ମହିନ୍ଦ୍ରା ଲାବ ଅନୁର୍ଭୁକ୍ତ। , ଫ୍ରାକ୍ଟାଲ୍
କମ୍ପୁଟ୍ର ପହଞ୍ଚ
କମ୍ପ୍ୟୁଟିଂ ପାୱାର ବା କମ୍ପ୍ୟୁଟ୍ ସୁବିଧା ସୀମିତ ଥୂବାରୁ ପୂର୍ବରୁ ଏଆଇ ବିକାଶ କେବଳ କିଛି ବଡ଼ ଅନୁଷ୍ଠାନ ମଧ୍ୟରେ ସୀମିତ ଥିଲା । ଏହି କରିବା ରିବା ପାଇଁ ସବସିଡିଯୁକ୍ତ ଏବଂ ସାଧାରଣ କମ୍ପୁଟ୍ ସମ୍ବଳ ଯୋ ଏଣ୍ଡ ଜିପିୟୁ ଉପଲବ୍ଧ କରାଯାଇଛି, ଯାହାର ୧,୦୫୦ ଟିପିୟୁ ମଧ୍ଯ ଯୋଡ଼ାଯାଇଛି। ବାଧାକୁ ଦୂର ଯାଗାଇ ଦିଆଯାଉଛି। ଇଣ୍ଡିଆ ଏଆଇ ମିଶନ ଗନ ଅଧୀନ ଧୀନରେ ୩୮,୦୦୦ ରୁ ଅଧୂକ ହାଇ-ศสุ ପ୍ରତି ୬୫ ଟଙ୍କା, ଯାହା ବିଶ୍ବର ହାରାହାରି ମୂଲ୍ୟର ପ୍ରାୟ ଏକ ତୃତୀୟାଂଶ। ଏହା ସହିତ
ରାଜୀୟ ସୁପରକମ୍ପ୍ୟୁଟିଂ ମିଶନ ମାଧ୍ଯମରେ ମଧ୍ୟ ହାଇ-ପରଫରମାନ୍ସ କମ୍ପ୍ୟୁଟିଂ ସୁବିଧା ପ୍ରଦାନ କରାଯାଉଛି। ४० ପେଟାଫ୍ଲପ୍ ରୁ ଅଧୂକ କ୍ଷମତା ଆଇଆଇଟି, ଆଇଜର ଏବଂ ଗବେଷଣା ଅନୁଷ୍ଠାନଗୁଡ଼ିକରେ ସ୍ଥାପନ କରାଯାଇଛି। ପରମ ସିଧୂ-ଏଆଇ ଏବଂ ଏଆଇ ରାୱତ ଭଳି ସିଷ୍ଟମ୍ ଭାଷା ପ୍ରକ୍ରିୟାକରଣ, ପାଣିପାଗ ପୂର୍ବାନୁମାନ ଏବଂ ଔଷଧ ଆବିଷ୍କାର ପାଁଇଁ ବ୍ୟବହୃତ ହେଉଛି।
ଚିପ୍ ଏବଂ ସେମିକଣ୍ଡକ୍ଟର କ୍ଷମତା
କମ୍ପ୍ୟୁଟ୍ର ଦୀର୍ଘକାଳୀନ ଗଣତାନ୍ତ୍ରିକୀକରଣ ଘରୋଇ ଚିପ୍ ନିର୍ମାଣ କ୍ଷମତା ଉପରେ ନିର୍ଭର କରେ। ଭାରତ ବାହ୍ୟ ଯୋଗାଣ ଶୃଙ୍ଖଳା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସୈମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରୁଛି । ୭୬,୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ ସହ 'ଭାରତ ସେମିକଣ୍ଡକ୍ଟର ମିଶନ' ଉତ୍ପାଦନ, ଡିଜାଇନ୍ ଏବଂ ପ୍ରତିଭା ବିକାଶକୁ ସହାୟତା କରୁଛି। ଡିସେମ୍ବର ୨୦୨୫ ସୁଦ୍ଧା ୬ଟି ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସହ ୧୦ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ୨୦୩୦ ସୁଦ୍ଧା ଭାରତର ଚିପ୍ ବଜାର ୧୦୦ ରୁ ୧୧୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି।
କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ରେ ଇଣ୍ଡିଆ ସେମି କଣ୍ଡକ୍ଟର ମିଶନ ୨.୦ର ଘୋଷଣା ସହ ଏହି ଦିଗରେ ଆଉ ଏକ ପଦକ୍ଷେପ ନିଆଯାଇଛି। ଆର୍ଥକ ବର୍ଷ ୨୦୨୬-୨୭ ପାଇଁ ୧,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।