ଆହ୍ଲାବାଦ ହାଇକୋର୍ଟରଙ୍କ ଅନୋଖା ରାୟ ....
ଲକ୍ଷ୍ନୌ: ଯଦି ବେକାର ତେବେ, ଛାଡ଼ପତ୍ର ଦେଇଥିବା ସ୍ତ୍ରୀ’କୁ ଭରଣପୋଷଣ ବାବଦ ଅର୍ଥ ଦେବା ପାଇଁ ମୂଲଲାଗ। ମୂଲ ଲାଗିଲେ ଅଣକୁଶଳୀ ଶ୍ରମିକ ଭାବେ ଦୈନିକ ୩୫୦ରୁ ୪୦୦ ଟଙ୍କା ଉପାର୍ଜନ କରିପାରିବ ବୋଲି ଗୁରୁବାର ଦିନ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ କହିଛନ୍ତି। ଛାଡ଼ପତ୍ର ଦେଇଥିବା ସ୍ତ୍ରୀ’କୁ ଭରଣପୋଷଣ ବାବଦକୁ ମାସିକ ୨୦୦୦ ଟଙ୍କା ଦିଅ ବୋଲି ପରିବାର ଅଦାଲତର ପ୍ରିନ୍ସିପାଲ୍ ଜଜ୍ ଦେଇଥିବା ଆଦେଶକୁ ଉନ୍ନାଓର ଉକ୍ତ ବ୍ୟକ୍ତି ହାଇକୋର୍ଟରେ ଚାଲେଞ୍ଜ୍ କରିଥିଲେ। ଚାଲେଞ୍ଜ୍ ବା ଆପତ୍ତି କରିବା ପାଇଁ ଦାଖଲ କରିଥିବା ଆବେଦନ ପତ୍ରରେ ବ୍ୟକ୍ତିଜଣକ ଲେଖିଥିଲେ ଯେ, ସେ ଛାଡ଼ପତ୍ର ଦେଇଥିବା ସ୍ତ୍ରୀ ହେଉଛନ୍ତି ଜଣେ ସ୍ନାତକ ଓ ଶିକ୍ଷକତା କରି ମାସିକ ୧୦ ହଜାର ଟଙ୍କା ଉପାର୍ଜନ କରିପାରୁଛନ୍ତି। କିନ୍ତୁ, ପ୍ରିନ୍ସିପାଲ୍ ଜଜ୍ ଏ କଥା ପ୍ରତି କର୍ଣ୍ଣପାତ କଲେ ନାହିଁ। ଏହାଛଡ଼ା, ସେ କହିଥିଲେ କି, ଏବେ ମୁଁ ସାଙ୍ଘାତିକ ଅସୁସ୍ଥ ହୋଇ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସାଧୀନ ଅଛି। ଜାରି କରିଥିବା ଆଦେଶରେ ହାଇକୋର୍ଟ ବିଚାରପତି ରେଣୁ ଅଗ୍ରୱାଲ୍ଙ୍କ ବେଞ୍ଚ୍ କହିଛନ୍ତି ଯେ, ସ୍ତ୍ରୀ ଶିକ୍ଷକତା କରି ଉପାର୍ଜନ କରୁଥିବାର ପ୍ରମାଣ ଭାବେ ବ୍ୟକ୍ତିଜଣକ କିଛି କାଗଜପତ୍ର ଦେଇ ପାରିଲେ ନାହିଁ। ଅଦାଲତ ମଧ୍ୟ ଦେଖିଲେ ଯେ, ସୁସ୍ଥସବଳ ଦିଶୁଥିବାରୁ ବ୍ୟକ୍ତିଜଣକ ଅର୍ଥ ଉପାର୍ଜନ ପାଇଁ ସମର୍ଥ। ତେଣୁ, ସେ ଛାଡ଼ପତ୍ର ଦେଇଥିବା ସ୍ତ୍ରୀକୁ ଭରଣପୋଷଣ ବାବଦ ଖର୍ଚ୍ଚ ଦେଇପାରିବେ।