ତୃତୀୟ ଦିନରେ ସିନେମା ଫାଇଟର୍ ରୋଜଗାର କଲା ଏତିକି କୋଟି ….

ନୂଆଦିଲ୍ଲୀ: ଗତ ୨୫ ତାରିଖରେ ମୁକ୍ତିଲାଭ କରିଛି ହ୍ରିତିକ୍ ରୋଶନଙ୍କ ଅଭିନୀିତ ‘ଫାଇଟର୍’। ଏହି ଫିଲ୍ମଟିର ରିଭ୍ୟୁ ଓ ବକ୍ସ ଅଫିସ୍ ସଂଗ୍ରହ ଖୁବ୍ ଭଲ ରହିଛି। ହ୍ରିତିକ ରୋଶନ, ଦିପିକା ପାଦୁକୋନ ଓ ଅନୀଲ କପୁରଙ୍କ ଅଭିନୀତ ଏହି ସିନେମା ଏବେ ଧିରେ ଧିରେ ଦର୍ଶକଙ୍କ ପସନ୍ଦ ଆସିବାରେ ଲାଗିଛି। ବଡ଼ ପରଦାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସିଜଲିଂ କେମେଷ୍ଟ୍ରିକୁ ଦର୍ଶକମାନେ ପ୍ରକୃତରେ ଖୁବ୍ ପସନ୍ଦ କରୁଛନ୍ତି। ରିଲିଜ୍ ପରଠାରୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରି ଆସୁଛି। ତେବେ କଲେକ୍ସନକୁ ଦେଖିଲେ ଫିଲ୍ମଟି ରିଲିଜର ପ୍ରଥମ ଦିନ ପ୍ରାୟ ୨୨.୦୫ କୋଟି ଟଙ୍କା କଲେକସନ୍ କରିଥିଲା। ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାର ବଢିଥିଲା। ଦ୍ୱିତୀୟ ଦିନରେ ଶୁକ୍ରବାର ଦିନ ମୋଟ ୩୯.୫ କୋଟି ଟଙ୍କା ଆୟ କରିଛି। ସେହିପରି ତୃତୀୟ ଦିନରେ ଏହି ଫିଲ୍ମଟି ଭାରତରେ ପାଖାପାଖି ୨୮ କୋଟି ଟଙ୍କା ଆୟ କରିଛି। ସେହିପରି ବିଶ୍ୱରୁ ଏହି ଫିଲ୍ମଟି ୧୦୦ କୋଟିରୁ ଅଧିକ ରୋଜଗାର କରିଥିବା ଜଣାପଡି଼ଛି।ମିଡି଼ଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମରେ ଲିଡ୍ ରୋଲରେ ବଲିଉଡ୍ର ଗ୍ରିକ୍ ଗଡ୍ ଭାବେ ପରିଚିତ ହ୍ରିତିକ୍ ରୋଶନ୍ ନଜର ଆସିଛନ୍ତି। ଏହି ଫିଲ୍ମରେ ଅଭିନୟ କରିବା ପାଇଁ ସେ ୫୦ କୋଟି ନେଇଛନ୍ତି। ସେହିପରି ଦୀପିକା ପାଦୁକୋନ୍ ଏହି ଫିଲ୍ମ ପାଇଁ ୧୫ କୋଟି ଟଙ୍କା ନେଇଛନ୍ତି। ଅନୀଲ କପୁର ଏଥିରେ ଅଭିନୟ କରିବା ପାଇଁ ୭ କୋଟି ଚାର୍ଜ କରିଛନ୍ତି।

Jan 28, 2024 - 22:15
 4
ତୃତୀୟ ଦିନରେ ସିନେମା ଫାଇଟର୍ ରୋଜଗାର କଲା ଏତିକି କୋଟି ….