ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ କୁ ମହଙ୍ଗା ପଡିପାରେ

Sep 19, 2025 - 08:42
 15
ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ କୁ ମହଙ୍ଗା ପଡିପାରେ

ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ବିମର୍ଶ ଚାଲିଛି | 

ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଦାବି କରି ମ୍ୟାଚ ବିଳମ୍ବ କରିଥିଲା।

ଆଇସିସି ସିଇଓ ସଞ୍ଜୋଗ ଗୁପ୍ତା ପିସିବିକୁ ଇ-ମେଲ ପଠାଇ ଖେଳାଳି ଓ ମ୍ୟାଚ ଅଫିସିଆଲ ଏରିଆ (ପିଏମଓଏ) ନିୟମର “ଅନୁଚିତ ଆଚରଣ” ଓ “ଏକାଧିକ ଉଲ୍ଲଂଘନ” ଅଭିଯୋଗ ଉଠାଇଛନ୍ତି। 

ପିସିବିର ମିଡିଆ ମ୍ୟାନେଜର ନାଇମ ଗିଲାନୀ ଟସ ପୂର୍ବରୁ ପାଇକ୍ରଫ୍ଟ, କୋଚ ମାଇକ ହେସନ ଓ ଅଧିନାୟକ ସଲମାନ ଆଲି ଅଘାଙ୍କ ବୈଠକ ଫିଲ୍ମ କରିଥିବା ନେଇ ଅଭିଯୋଗ ହୋଇଛି, ଯାହା ପିଏମଓଏ ନିୟମର ଉଲ୍ଲଂଘନ। ଆଇସିସି ଏହାକୁ ଖେଳର ସ୍ୱାର୍ଥ ଓ ପିଏମଓଏର ପବିତ୍ରତା ବିରୁଦ୍ଧରେ ଏକ ଗୁରୁତର ଉଲ୍ଲଂଘନ |