ଏସିଆ କପ୍ : ଭାରତ ବନାମ ପାକିସ୍ଥାନ
ଭାରତ ପକ୍ଷରୁ ବୋଲିଂରେ କୁଳଦୀପ ଯାଦବ ୪ଟି ସଫଳତା ହାସଲ କରିଥିଲେ I ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ ଉତ୍କଣ୍ଠା ଲାଗି ରହିଥିଲା ।
ଜବାବରେ ଭାରତ ଶେଷ ଓଭରରେ ୧୫୦ ରନ୍ ସଂଗ୍ରହ କରି ମ୍ୟାଚଟିକୁ ଜିତିବା ସହିତ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି I ଭାରତ ପକ୍ଷରୁ ବ୍ୟାଟିଂରେ ତିଲକ ବର୍ମା ଅର୍ଦ୍ଧ ଶତକ ସଂଗ୍ରହ କରିଥିଲେ I ଭାରତ ଜିତିବା ପରେ ସାରା ଦେଶ ଉତ୍ସବ ମୁଖର ହୋଇଉଠିଛି । ଏହି ବିଜୟ ପରେ ଭାରତର ବିଭିନ୍ନ ସ୍ଥାନରେ ବାଜା,ବାଣ ଫୁଟିବା ସହିତ ପରସ୍ପର ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି । ସୂର୍ଯ୍ୟ କୁମାର ଯାଦବଙ୍କ ସଫଳ ଅଧୂନାୟକତ୍ୱରେ ଭାରତ ଏହି ସଫଳତା ହାସଲ କରିଥିବା ଜଣାପଡିଛି ।
ନବମ ଏସିଆ କପ ଟାଇଟଲ ଜିତିଲା ଭାରତ
ଦୁବାଇରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲକୁ ୫ ୱିକେଟରେ ଜିତିଲା
ପାକିସ୍ତାନ ୧୪୭ ରନ କରିଥିବା ବେଳେ ଭାରତ ଶେଷ ଓଭରରେ ବିଜୟୀ
ତିଲକ ବର୍ମା ଲଢୁଆ ଅର୍ଦ୍ଧଶତକ ସହ ୫୩ ବଲରୁ ସ୍କୋର କଲେ ୬୯* ରନ
ସଞ୍ଜୁ ସାମସନ ୨୪ ଓ ଶିବମ ଦୁବେଙ୍କ ୩୩ ରନର ଅବଦାନ
ଶେଷ ଓଭରରେ ଚୌକା ମାରି ମ୍ୟାଚ ଫିନିଶ କଲେ ରିଙ୍କୁ ସିଂ
ପୂର୍ବରୁ ଭାରତ ଦିନିକିଆରେ ୭ ଓ ଟି୨୦ ଫର୍ମାଟରେ ଥରେ ଟାଇଟଲ ଜିତିଛି