ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ଅର୍ଥାତ ଏପ୍ରିଲ ୭ ତାରିଖରେ ପାଳନ ହେବ 'ଶିଶୁ କଥା ଦିବସ'...

Apr 6, 2026 - 22:57
 30
ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ଅର୍ଥାତ ଏପ୍ରିଲ ୭ ତାରିଖରେ ପାଳନ ହେବ 'ଶିଶୁ କଥା ଦିବସ'...

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନରେ ଅର୍ଥାତ ଏପ୍ରିଲ ୭ ତାରିଖରେ ପାଳନ ହେବ 'ଶିଶୁ କଥା ଦିବସ'...

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି ଓଡ଼ିଆ ପକ୍ଷ। 

ଓଡ଼ିଆ ପକ୍ଷ ପାଳନର ସପ୍ତମ ଦିନ ଅର୍ଥାତ୍‌ ଏପ୍ରିଲ ୭ ତାରିଖକୁ "ଶିଶୁକଥା ଦିବସ" ଭାବେ ପାଳନ କରାଯିବ। 

ଶିଶୁକଥା ଦିବସ ପାଳନ ହେବା ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିଥିବା ବିଦ୍ୟାଳୟମାନଙ୍କରେ ବର୍ଣ୍ଣବୋଧ ଓ ଶିଶୁଲେଖା ପୁସ୍ତକ ବଣ୍ଟନ କରାଯିବ। 

ଏହା ସହିତ ବରିଷ୍ଠ ନାଗରିକମାନଙ୍କୁ ଭାଗବତ ପୁସ୍ତକ ପ୍ରଦାନ କରାଯିବ। 

ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।

ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ଏବଂ ପ୍ରସାର ସହ ଓଡ଼ିଆ ସଂସ୍କୃତି, ପରମ୍ପରା ଏବଂ ବିଭିନ୍ନ ଲୋକବାଣୀ ସମ୍ବନ୍ଧରେ ଯେପରି ସମସ୍ତେ ଅବଗତ ହୋଇପାରିବେ, ତାହାକୁ ଲକ୍ଷ୍ୟ ରଖି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।