-ଓଡ଼ିଆରେ ନାମ ଫଳକ I
ଓଡ଼ିଶାର ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନର ସାଇନ୍ବୋର୍ଡରେ ଓଡ଼ିଆ ଲେଖା ହେବ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର। ଏନେଇ ଗୃହ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀଙ୍କ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଚିଠି କରାଯାଇଛି। ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନର ଫଳକରେ ଓଡ଼ିଆରେ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ଦ୍ଦେଶର ପରିଚାଳନା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନୁପାଳନ ନ କଲେ ବାଣିଜ୍ୟିକ ଅନୁଷ୍ଠାନମାନଙ୍କୁ ନୋଟିସ୍ କରାଯିବ। ନୋଟିସ୍ର ୫୫ ଦିନରେ ସଂଶୋଧନ କଲେ ଦିନକୁ ୫୦୦ ଟଙ୍କା ପଡ଼ିବ ଫାଇନ୍।n