ଓଡ଼ିଶାରେ ସ୍କୁଲ୍ ପିଲାଙ୍କ ପାଇଁ ମାଗଣା ବସ୍ ସେବା।
ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ପିଲାଙ୍କୁ ମିଳିବ ମାଗଣା ବସ୍ ସେବା।
ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ମାଗଣା ବସ୍ ସେବା ନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଡ୍ରପ୍ ଆଉଟ୍ ହ୍ରାସ କରିବା ଲକ୍ଷ୍ୟ ରଖି ଆରମ୍ଭ ହେବ ମାଗଣା ବସ୍ ସେବା।
ଉଭୟ ଏସି ଓ ନନ୍ ଏସି (AC/Non AC)ବସ୍ରେ ଲାଗୁ ହେବ ଏହି ସେବା।
ବସ୍ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ।
ବର୍ତ୍ତମାନର ବସ୍ ରୁଟ୍ ଓ ଟାଇମିଂରେ ସଂଶୋଧନ କରିବ ଓଡ଼ିଶା ରାଜ୍ଯ ସଡ଼କ ପରିବହନ ନିଗମ। ସଂଶୋଧିତ ରୁଟ୍ରେ ସର୍ବାଧିକ ସ୍କୁଲ ଥିବା ରାସ୍ତାକୁ ସାମିଲ୍ କରାଯିବ