ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍

କେନ୍ଦୁଝର : ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ । ସୂଚନା ଅନୁଯାୟୀ, ଗତକାଲି ରାତିରେ କେନ୍ଦୁଝର ଜିଲ୍ଲାର ୪୯ ନମ୍ବର ଜାତୀୟ ରାଜପଥରେ ଗୋଟେ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଓଲଟି ପଡିଥିଲା । ଯାହାଫଳରେ ସମସ୍ତ ଗୋରୁ ଆହତ ହୋଇଯାଇଥିଲେ । ଆହତଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୪୯ ନମ୍ବର ଜାତୀୟ ରାଜପଥରେ ସବୁବେଳେ ଗୋରୁ ଚାଲାଣ ହେଉଥିବା ସୂଚନା ମିଳିଛି । କେଉଁଠିକି ଗୋରୁ ଚାଲାଣ ହେଉଥିଲା । ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଓଲଟିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍