କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍

Jan 24, 2026 - 09:17
 6
କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍

କଟକଠାରେ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଲେ ଉପରାଷ୍ଟ୍ରପତି ସି.ପି ରାଧାକୃଷ୍ଣନ୍

ନେତାଜୀଙ୍କ ଦୃଷ୍ଟିକୋଣ ଏବଂ ପରାକ୍ରମ ଭାବନା ଉପରେ ଆଲୋକପାତ କଲେ ଉପରାଷ୍ଟ୍ରପତି

ପରାକ୍ରମ ଦିବସ କେବଳ ନେତାଜୀଙ୍କ ବୀରତ୍ଵର ସ୍ମୃତିଚାରଣ କାର୍ଯ୍ୟକ୍ରମ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କୁ ସାହସିକ ଭାବରେ ଦେଶ ସେବା କରିବାକୁ ଏକ ଆହ୍ୱାନ: ଉପ-ରାଷ୍ଟ୍ରପତି

“ବିକଶିତ ଭାରତ ଦିଗରେ କଦମ୍ କଦମ୍': ନେତାଜୀଙ୍କ ସାହସ, ଏକତା ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ସର୍ବୋଚ୍ଚ ସମର୍ପଣର ଆଦର୍ଶକୁ ଅନୁସରଣ କରିବା ଲାଗି ନାଗରିକଙ୍କୁ ଆହ୍ବାନ କଲେ ଉପ-ରାଷ୍ଟ୍ରପତି

ନେତାଜୀଙ୍କ ଜୀବନ କାହାଣୀ ମୋ ମନରେ ପ୍ରଥମେ ଦେଶପ୍ରେମର ବହ୍ନି ଜାଳିଥୁଲା: ଉପ -ରାଷ୍ଟ୍ରପତି

ଜନଜାତି କଲ୍ୟାଣ ଦିଗରେ ଓଡ଼ିଶା ସରକାରଙ୍କ ଲକ୍ଷ୍ୟବଦ୍ଧ ପ୍ରୟାସକୁ ପ୍ରଶଂସା କଲେ ଉପରାଷ୍ଟ୍ରପତି

ଭାରତର ଉପ-ରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ୍ ଆଜି କଟକସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟରେ ନୈତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 129ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜିତ ପରାକ୍ରମ ଦିବସ ସମାରୋହରେ ଯୋଗ ଦେଇଛନ୍ତି।

ସମାବେଶକୁ ସମ୍ବୋଧୂତ କରି ଉପରାଷ୍ଟ୍ରପତି ନେତାଜୀଙ୍କୁ ଭାରତର ଜଣେ ମହାନ ସୁପୁତ୍ର ଭାବରେ ବର୍ଣ୍ଣନା କରିବା ସହିତ ତାଙ୍କ ପ୍ରତି ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ନେତାଜୀଙ୍କ ଜନ୍ମସ୍ଥାନକୁ ତାଙ୍କର ଗସ୍ତକୁ ସେ ଗଭୀର ଭାବରେ ପ୍ରେରଣାଦାୟକ ବୋଲି କହିଥିଲେ। ସେ କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କେବଳ ଭାରତର ସ୍ବାଧୀନତା ପାଇଁ ଲଢ଼ି ନଥୁଲେ ବରଂ ସ୍ବାଧୀନତା ପରେ ଦେଶର ଶାସନ ପାଇଁ ତାଙ୍କର ଏକ ସୃଷ୍ଟ ଦୃଷ୍ଟିକୋଣ ଥିଲା। ନେତାଜୀ ଭାରତକୁ ଏକ ମଜବୁତ, ଶକ୍ତିଶାଳୀ ଏବଂ ଦାରିଦ୍ର୍ୟମୁକ୍ତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପରିକଳ୍ପନା କରିଥିଲେ ।

ଆଜାଦ ହିନ୍ଦ୍ ଫୌଜର ପରିକ୍ରମା ସଙ୍ଗୀତ “କଦମ କଦମ୍ ବଢ଼ାଏ ଯା''ର ଉତ୍ସାହ ଉଦ୍ରେକକାରୀ ସ୍ବରକୁ ସ୍ମୃତିଚାରଣ କରି ଉପରାଷ୍ଟ୍ରପତି କହିଥିଲେ, ମଜବୁତ ଏବଂ ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି ନେତାଜୀଙ୍କଟ ଦୂରଦୃଷ୍ଟି ଦେଶକୁ ଲଗାତାର ପ୍ରେରଣା ଦେଇ ଆସୁଛି। ନେତାଜୀଙ୍କ ସାହସ, ଏକତା ଏବଂ ମାତୃଭୂମି ଭୂମି ପ୍ରତି ସର୍ବୋଚ୍ଚ ସମର୍ପଣର ଆଦର୍ଶରୁ ପ୍ରେରଣା ନେଇ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ଦିଗରେ ଆଗକୁ ବଢ଼ିବା ପାଇଁ ସାମୂହିକ ଭାବରେ ପ୍ରତିଜ୍ଞା କରିବାକୁ ସେ ନାଗରିକମାନଙ୍କୁ ଆହ୍ବାନ କରିଥିଲେ।

ଉପରାଷ୍ଟ୍ରପତି କହିଥିଲେ, ଭାରତର ସଭ୍ୟତାଗତ ଯାତ୍ରାରେ ଓଡ଼ିଶା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଏଠାରେ ଇତିହାସ, ଆଧ୍ୟାତ୍ମିକତା ଏବଂ ସଂସ୍କୃତି ଏକତ୍ରିତ ହୋଇଛି । ଜନଜାତି କଲ୍ୟାଣ, ଆଦିବାସୀ

ସମ୍ପ୍ରଦାୟର ଜୀବନଧାରଣ ମାନ ଉନ୍ନତ କରିବା ପାଇଁ ଲକ୍ଷ୍ୟବଦ୍ଧ ପ୍ରୟାସ ଏବଂ ନିରନ୍ଧର ଭିତ୍ତିଭୂମି ବିକାଶ ଲାଗି ସେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ରାଜ୍ୟର ପ୍ରଗତିକୁ ନେଇ ବିଶ୍ବାସ ପ୍ରକଟ କରି ସେ କହିଥିଲେ, ନିରନ୍ଧର ସୁଶାସନ ସହିତ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ।

ଏହି କାର୍ଯ୍ୟକ୍ରମ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେକର୍ଡ ହୋଇଥିବା ଭାଷଣ ପ୍ରସାରଣ କରାଯାଇଥିଲା । ଉପରାଷ୍ଟ୍ରପତି କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନେତାଜୀଙ୍କୁ ଯଥାର୍ଥ ସମ୍ମାନ ପ୍ରଦାନ କରିଛନ୍ତି । 2021 ମସିହାରୁ ନେତାଜୀଙ୍କ ଜନ୍ମବାର୍ଷିକୀକୁ ପରାକ୍ରମ ଦିବସ ଭାବରେ ପାଳନ କରାଯାଉଛି ଏଚ ରସ୍ ଦ୍ବୀପକୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ ଭାବରେ ନାମିତ କରାଯାଇଛି । ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ନ୍ଧୀଙ୍କ ନିର୍ଣ୍ଣାୟକ ନେତୃତ୍ବ, ନିଭୀକ ଦୃଷ୍ଟିକୋଣ ଏବଂ ଜାତୀୟ ସୁରକ୍ଷା ଓ ସ୍ବାବଲମ୍ବନ ପ୍ରତି ଅଟ ପ୍ରତିବଦ୍ଧତା ପ୍ରକୃତରେ ତାଙ୍କର ପରାକ୍ରମ ଭାବନାକୁ ପ୍ରତିଫଳିତ କରେ। ସେ ଆହୁରି ମଧ୍ୟ କହିଥିଲେ, ପରା ପରାକ୍ରମ ଦିବସ କେବଳ ନେତାଜୀଙ୍କ ବୀରତ୍ବକୁ ମନେ ପକାଇବାର ଏକ ଅବସର ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କୁ ଦେଶ ସେବାରେ ସାହସିକ ଭାବରେ କାର୍ଯ୍ୟ କରିବା ପାଇଁ ଏକ ଆହ୍ବାନ। ନେତାଜୀଙ୍କ ଜୀବନ କାହାଣୀ ତା ମନରେ ପ୍ରଥମେ ଦେଶପ୍ରେମର ଉତ୍ସାହ ଭରିଥିଲା, ଯାହା ଜନସେବା ଏବଂ ଜାତୀୟ କର୍ତ୍ତବ୍ୟ ପ୍ରତି ଜୀବନବ୍ୟାପୀ ପ୍ରତିବଦ୍ଧତାକୁ ପ୍ରେରଣା ଦେଇଥିଲା ବୋଲି ସେ କହିଥିଲେ। ତାଙ୍କ

ଏହି ସ୍ମାରକୀ କାର୍ଯ୍ୟକ୍ରମର ଅଂଶବିଶେଷ ସ୍ବରୂପ, ଉପରାଷ୍ଟ୍ରପତି ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ଏକ ପ୍ରଦର୍ଶନୀ, ଆଜାଦ ହିଁନ୍ଦ ଫୌଜ ଉପରେ ଡାକ ଟିକଟ ଗ୍ୟାଲେରୀ ଏବଂ ନେତାଜୀ ସଂସ୍କୃତି ଭବନର ଉଦଘାଟନ କରିଥିଲେ। ଭାରତ ସରକାରଜ୍ଞ ରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସହାୟତାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନେତାଜୀଙ୍କୁ ଉପଯୁକ୍ତ ଭାବରେ ସମ୍ମାନିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ। ସେ କହିଥିଲେ, ଏପରି ସଂଗ୍ରହାଳୟ ଏବଂ ପ୍ରଦର୍ଶନୀଗୁଡ଼ିକ ଯୁବ ପିଢ଼ିକୁ ଭାରତର ସ୍ବାଧୀନତା ସୁରକ୍ଷିତ କରିବା ପାଇଁ ସ୍ବାଧୀନତା ସଂଗ୍ରାମୀମାନେ ଦେଇଥିବା ମହାନ ବଳିଦାନ ଏବଂ କଷ୍ଟକୁ ହୃଦୟଙ୍ଗମ କରିବାରେ ସହାୟତା କରିବ।

ଉପରାଷ୍ଟ୍ରପତି ସ୍ବାଧୀନତା ସଂଗ୍ରାମୀ ମାୟାଧର ମଲ୍ଲିକ ଏବଂ ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର 6.ง. ସିଂହଦେଓଙ୍କୁ ସମ୍ମାନିତ କରିଥିଲେ ତଥା ଆଜାଦ୍ ହିନ୍ଦ ଫୌଜର ଯବାନଙ୍କ ପରିବାର ସଦସ୍ୟଙ୍କୁ ଙ୍କୁ ସମ୍ମାନିତ କରିଥିଲେ। ସେ କହିଥିଲେ, ସ୍ବାଧୀନତା ସଂଗ୍ରାମୀ ଏବଂ ସାହସୀ ସୈନିକଙ୍କ ସାହସ, ତ୍ୟାଗ ଏବଂ ନିଃସ୍ବାର୍ଥପର ସେବା ପାଇଁ ଦେଶ ସର୍ବଦା ଋଣୀ ରହିବ। ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ ଉପରେ ଏକ ସ୍ବତନ୍ତ୍ର ପ୍ରଚ୍ଛଦକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥୂଲେ।