କଥା ସମ୍ପୂର୍ଣ ସତ୍ୟ କିନ୍ତୁ ବିଶ୍ୱାସ ହେଉନି ଆଦୌ...

Sep 26, 2025 - 17:58
 18
କଥା ସମ୍ପୂର୍ଣ ସତ୍ୟ କିନ୍ତୁ ବିଶ୍ୱାସ ହେଉନି ଆଦୌ...

ଜଣେ ରୋଗୀର ପେଟ ଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ପେଟରେ କଣ ଅଛି ଅଲଟ୍ରାସାଉଣ୍ଡ କରିବା ପରେ ଜଣାପଡିଲା ଯେ ତାଙ୍କ ପେଟର ଷ୍ଟିଲ ଚାମଚ, ଟୁଥବ୍ରସ ଓ କଲମ ଅଛି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ।

ତେବେ ଘଟଣାଟି ହେଉଛି ହିମାଚଳ ପ୍ରଦେଶର ସିମିଲା ଅଞ୍ଚଳରେ। ସେହି ଅଞ୍ଚଳର ହାପୁର ବାସିନ୍ଦା ସଚୀନ ଯାହାର ବୟସ ୩୫ ବର୍ଷ ହେବ ତାଙ୍କ ପେଟରୁ ଏହି ସବୁ ଜିନିଷ ବାହାରିଥିଲା। 

ସଚିନ ହେଉଛନ୍ତି ଜଣେ ନିଶା ସେବନକାରୀ। ସେ ପ୍ରବଳ ନିଶା ସେବନ କରୁଥିବାରୁ ତାଙ୍କୁ ତାଙ୍କ ପରିବାର ଲୋକେ ଏକ ନିଶା ନିବାରଣ କେନ୍ଦ୍ରରେ ରଖି ଥିଲେ |

ସେଠାରେ ସଚିନକୁ ଯାହା ଖାଇବାକୁ ଦିଆଯାଉଥିଲା ତାହାର ପରିମାଣ ବେଶ କମ ରହିଥିଲା। ତା ଦ୍ୱାରା ସେ ସବୁଦିନ ଭୋକିଲା ରହୁଥିଲା | ଫଳରେ ସେ ଅସନ୍ତୁଷ୍ଠ ହୋଇପଡିଲା। ରାଗରେ ରୋଷେଇ ଘରେ ଥିବା ଷ୍ଟିଲ ଚାମଚକୁ ବାଥରୁମରେ ଭାଙ୍ଗି ତାହା ଢୋକି ଦେଉଥିଲା। ସେ ସିଧା ତଣ୍ଟିରେ ରଖି ଢୋକୁଥିଲା କିମ୍ବା ପାଣି ସହ ଢୋକୁଥିଲା। 

ଏହାପରେ ସେ କିଛିଦିନ ଧରି ଏପରି କରିବା ପରେ ସେ ପରବର୍ତ୍ତି ସମୟରେ ଟୁଥବ୍ରସ ମଧ୍ୟ ଖାଇବାକୁ ଲାଗିଲା | 

ସମୟ କ୍ରମେ ପରିସ୍ଥିତିକୁ ନେଇ ତାଙ୍କର ପେଟରେ ଭୀଷଣ ଯନ୍ତ୍ରଣା ହେବା ପରେ ଡାକ୍ତରଖାନା ନିଆଯାଇଥିଲା।

ସେଠାରେ ତାଙ୍କ ପେଟ ଅପରସେନ କରି ଏହିସବୁ ଜିନିଷ ବାହାର କରାଯାଇଥିଲା |