କାହିଁକି ବିଜେଡିକୁ ସ୍ପଷ୍ଟୀକରଣ ମାଗିଲେ ଇସି ଜାଣନ୍ତୁ

ନୂଆଦିଲ୍ଲୀ: ସରକାରୀ ବିଜ୍ଞାପନଗୁଡ଼ିକରେ ଦଳୀୟ ଚିହ୍ନ ‘ଶଙ୍ଖ’ ବ୍ୟବହାର ଉପରେ ନିର୍ବାଚନ କମିଶନ (ଇସି) ବୁଧବାର ଓଡ଼ିଶା ସରକାର ଏବଂ ଶାସକ ବିଜୁ ଜନତା ଦଳ (ବିଜେଡି)ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ମାର୍ଚ୍ଚ ୨ ସନ୍ଧ୍ୟା ସୁଦ୍ଧା ଏହାର ଜବାବ ଦାଖଲ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡି କେତେକ ଖବରକାଗଜ, ଟିଭି ଚ୍ୟାନେଲ, ସରକାରୀ ବସ୍‌ଗୁଡ଼ିକରେ ବିଜ୍ଞାପନ ଏବଂ ବିଭିନ୍ନ ସହରରେ ହୋର୍ଡିଂ ଦେଇ ଶଙ୍ଖ ଚିହ୍ନର ପ୍ରଚାର କରୁଥିବା ନେଇ ଇସି କେତୋଟି ଅଭିଯୋଗ ପାଇଥିଲେ। ଏହାକୁ ଅନୁଧ୍ୟାନ କରିବା ପରେ ୨୦୧୬ ଅକ୍ଟୋବରର ନିର୍ଦ୍ଦେଶନାମା ଉଲ୍ଲଂଘନ ହୋଇଥିବା ଜାଣିବାକୁ ପାଇଥିଲେ। ଏପ୍ରିଲ-ମେ’ରେ ଲୋକ ସଭା ନିର୍ବାଚନ ସହ ଓଡ଼ିଶା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Feb 29, 2024 - 18:17
 4
କାହିଁକି ବିଜେଡିକୁ ସ୍ପଷ୍ଟୀକରଣ ମାଗିଲେ ଇସି ଜାଣନ୍ତୁ