"ଜନ ସେବକ ଙ୍କ ମହାକୁମ୍ଭ" ହେବ କଲିକତାରେ...
ଅକ୍ଟୋବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ହେବ ପାଳନ।
କୋଲକାତାରେ ଆୟୋଜନ ହେବ ‘ଜନସେବକଙ୍କ ମହାକୁମ୍ଭ'।
ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ଯେ, ଭାରତର ୪ଟି ସ୍ଥାନରେ ଆୟୋଜନ ହେବ, ଓଡ଼ିଶା ରିଜିଅନ୍ କୋଲକାତାରେ ହେବ।
ସରପଞ୍ଚଙ୍କଠୁ ଆରମ୍ଭ କରି ସାଂସଦ ଯାଏଁ ଜନ ପ୍ରତିନିଧି ହେବେ ସାମିଲ।
ଲିଷ୍ଟ ପ୍ରସ୍ତୁତ ପାଇଁ ମନ୍ତ୍ରୀ ରବି ନାଏକ ଓ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି।
୨୦୦୧ ଅକ୍ଟୋବର ୧୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି।