ଜାତୀୟ ଉଦ୍ୟାନ କୃଷି ବୋର୍ଡର ୩୩ତମ ବୈଠକରେ ଅଧ୍ଯକ୍ଷତା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ
ଜାତୀୟ ଉଦ୍ୟାନ କୃଷି ବୋର୍ଡର ୩୩ତମ ବୈଠକରେ ଅଧ୍ଯକ୍ଷତା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ
ଯୋଜନାଗୁଡ଼ିକର କାର୍ଯ୍ୟାନ୍ଵୟନ ସମୟୋଚିତ, ସ୍ବଚ୍ଛ ଏବଂ ଚାଷୀ-କୈନ୍ଦ୍ରିକ ହେବା ଉଚିତ - କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ
ଛୋଟ ଚାଷୀମାନେ ସର୍ବାଧିକ ଲାଭ ପାଇବା ସହ ସେମାନଙ୍କର ଆୟ ବୃଦ୍ଧି କରିବା ଉଚିତ - ଶ୍ରୀ ଶିବରାଜ ସିଂହ
ଉଦ୍ୟାନ ଉତ୍ପାଦକୁ ଶୀଘ୍ର ନଷ୍ଟହେବାରୁ ରୋକିବା ତଥା ଜୀବନକାଳ ବୃଦ୍ଧି ପାଇଁ ରଣନୀତି ବିକଶିତ କରିବା ଉଚିତ - ଶ୍ରୀ ଶିବରାଜ ସିଂହ
କୃଷକମାନଙ୍କୁ କ୍ଷତି ରୋକିବା ପାଇଁ ଏନଏଚବି ସଚେତନତା କାର୍ଯ୍ୟକ୍ରମ କରିବା ଉଚିତ - ଶ୍ରୀ ଶିବରାଜ ସିଂହ
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଅଧ୍ଯକ୍ଷତାରେ ଜାତୀୟ ଉଦ୍ୟାନ କୃଷି ବୋର୍ଡ (ଏନଏଚବି)ର ନିର୍ଦ୍ଦେଶକ ମଣ୍ଡଳୀର ୩୩ତମ ବୈଠକ ଆଜି ନୂଆଦିଲ୍ଲୀର କୃଷି ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମ ନାଥ ଠାକୁର ମଧ୍ଯ ଉପସ୍ଥିତ ଥୂଲେ।
ପ୍ରମୁଖ କାର୍ଯ୍ୟକ୍ରମ ଏବଂ ରଣନୀତି ପ୍ରସ୍ତୁତର ସମୀକ୍ଷା - ଶ୍ରୀ ଶିବରାଜ ସିଂହ ଚୌହାନ ବୈଠକରେ ଏନଏଚବିର ଯୋଜନାଗୁଡ଼ିକର ସମୀକ୍ଷା କରିଥିଲେ। ବିଶେଷକରି, ବ୍ୟବସାୟିକ ଉଦ୍ୟାନ କୃଷି ବିକାଶ ଯୋଜନା, କୋଲ୍ଡ-ଚେନ୍ ଭିତ୍ତିଭୂମି ପ୍ରକଳ୍ପ, କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ସିଡିପି) - କ୍ଷେତ୍ର-ନିର୍ଦ୍ଦିଷ୍ଟ ଉଦ୍ୟାନ କୃଷି କ୍ଲଷ୍ଟର ମାଧ୍ୟମରେ ଉତ୍ପାଦକତା ଏବଂ ବଜାର ସଂଯୋଗ ବୃଦ୍ଧି କରିବା ପାଇଁ ଏକ ନୂତନ ପଦକ୍ଷେପ, ଏବଂ ସ୍ବଚ୍ଛ ଉଭିଦ କାର୍ଯ୍ୟକ୍ରମ - ଉଚ୍ଚ ମୂଲ୍ୟର ଫସଲ ପାଇଁ ରୋଗମୁକୁ ଚାରା ସାମଗ୍ରୀ ପ୍ରଦାନ କରିବା ବିଷୟରେ ଆଲୋଚନା କରାଯାଇଥିଲା।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ନିର୍ଦ୍ଦେଶ ଦେଇଛନ୍ତି ଯେ, ଯୋଜନାଗୁଡ଼ିକର କାର୍ଯ୍ୟାନ୍ଵୟନ ସମୟସୀମା, ସ୍ବଚ୍ଛ ଓ ଚାଷୀ-କୈନ୍ଦ୍ରିକ ହେବା ଏବଂ ଚାଷୀମାନଙ୍କୁ ସମୟସୀମାରେ ସବସିଡି ବଣ୍ଟନ କରାଯିବା ସହ ଏହି ସମ୍ପର୍କରେ ଯେପରି କୌଣସି ଅଭିଯୋଗ ।ଗ ନ ହେବା ଉଚିତ୍। ଏହା ବ୍ୟତୀତ, କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖୁ, ଶ୍ରୀ ଶିବରାଜ ସିଂହ ଶୀଘ୍ର ଖରାପ ହୋଇଯାଉଥୂ ଥୂବା ଉଦ୍ୟାନ କୃଷି ଉତ୍ପାଦଗୁଡ଼ିକର ଜୀବନ କାଳ ବୃଦ୍ଧି କରିବା, କ୍ଷତି ନହେବା ଏବଂ କ୍ଷତିକୁ ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରଣନୀତି ବିକଶିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି।
ସେ ଏନଏଚବିର ଭୂମିକାକୁ ସୁଦୃଢ଼ କରିବା ପାଇଁ ମାର୍ଗଦର୍ଶନ - ବୈଠକ ସମୟରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦକତା, ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକତା ବୃଦ୍ଧି କରିବା ପାଇଁ ଅନେକ ରଣନୈତିକ ପରାମର୍ଶ ପ୍ରଦାନ କରିଥିଲେ। ଗୁଣାତ୍ମକ ରୋପଣ ଯନ୍ତ୍ରପାତି, ଅମଳ ପରବର୍ତ୍ତୀ ପରିଚାଳନା ଏବଂ ଉତ୍ପାଦକତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ। ଶ୍ରୀ ଶିବରାଜ ସିଂହ ସମ୍ପୂର୍ଣ୍ଣ ସମନ୍ବୟ ମାଧ୍ୟମରେ ଚାଷୀମାନଙ୍କୁ ବଜାର, କୋଲ୍ଡ ଚେନ୍ ନେଟୱାର୍କ ଏବଂ ମୂଲ୍ୟ-ସଂଯୋଜନ ସୁଯୋଗ ସହିତ ଯୋଡି ହେଉଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ। ସେ କୃଷକମାନଙ୍କ ଲାଭ ପାଇଁ ରାଜ୍ୟୱାରୀ ଏବଂ କ୍ଷେତ୍ରୱାରୀ ରୋଡମ୍ୟାପ୍ ବିକଶିତ କରି ଏନଏଚବିକୁ ଏହାର ପୂର୍ଣ୍ଣ ସମ୍ଭାବନା ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।