ଜାତୀୟ ସହରାଞ୍ଚଳ ସମିଳନୀ - ୨୦୨୫ର ଉଦଘାଟନ...
"ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୫" ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ
ଡମ୍ପସାଇଟ୍ ରେମେଡିଏସନ୍ ଆକ୍ସିଲେରେଟର ପ୍ରୋଗ୍ରାମ (ଡିଆରଏପି) ଏବଂ ସହରାଞ୍ଚଳ ନିବେଶ ୱିଣ୍ଡୋ (ୟୁଆଇଡବ୍ଲ୍ୟୁଆଇଏନ) ସମେତ ପ୍ରମୁଖ ପଦକ୍ଷେପର ଶୁଭାରମ୍ଭ
ଡିଆରଏପି ୮୦ ପ୍ରତିଶତ ପୁରୁଣା ଆବର୍ଜନା ଥିବା ୨୧୪ଟି ଗୁରୁତ୍ବପୂର୍ଣ ସ୍ଥାନକୁ ପ୍ରାଥମିକତା ଦେବ
କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀର ଯଶୋଭୂମିଠାରେ ଜାତୀୟ ସହରାଞ୍ଚଳ ସମ୍ମିଳନୀ ୨୦୨୫ର ଉଦଘାଟନ କରିଛନ୍ତି।
ଏହି ଦୁଇଦିନିଆ ସମ୍ମିଳନୀରେ ନୀତି ନିର୍ଦ୍ଧାରକ, ସହର ଯୋଜନାକାରୀ, ବିଶେଷଜ୍ଞ ଏବଂ ଅଂଶୀଦାରମାନଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ଆସିଥିବା ୨,୫୦୦ରୁ ଅଧୂକ ଅଂଶଗ୍ରହଣକାରୀ "ନିରନ୍ଧର ସହରୀ ବିକାଶ ଏବଂ ପ୍ରଶାସନ" ବିଷୟ ଅଧୂନସୁ ୬ଟି କ୍ଷେତ୍ରୀୟ ବିଷୟ ଉପରେ ଗହନ ବିଚାରବିମର୍ଷ କରିବେ ।
ବିକଶିତ ଭାରତ ସହର ପ୍ରଦର୍ଶନୀ
ଏହି ଅବସରରେ, କେନ୍ଦ୍ରମନ୍ତ୍ରୀ 'ବିକଶିତ ଭାରତ ସହର' ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ, ଯାହା ଏକ ପ୍ରକୃତ ବିକଶିତ, ଗତିଶୀଳ, ଅନୁର୍ଭୁକ୍ତ, ସ୍ଥାୟୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତୀୟ ସହରର ଦୃଷ୍ଟିକୋଣକୁ ପ୍ରକାଶ କରିଥାଏ। ଏହି ପ୍ରଦର୍ଶନୀରେ ଭାରତୀୟ ସହରଗୁଡ଼ିକରେ କାର୍ଯ୍ୟକାରୀ ହେ ଅଭିନବ ସହରାଞ୍ଚଳ ଯୋଜନା ମଡେଲ, ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ଏବଂ ନାଗରିକ-କୈନ୍ଦ୍ରିକ ଭିତ୍ତିଭୂମିର ପ୍ରଦର୍ଶନ କରାଯାଉଛି ।
ଶ୍ରୀ ଧରଙ୍କ ଅଭିଭାଷଣ
ସାର୍ବଜନୀନ ନୀତି ବିଶେଷଜ୍ଞ ଶ୍ରୀ ଦେବାଶିଷ ଧର ଭାରତର ସହରାଞ୍ଚଳ ସୁଯୋଗଗୁଡ଼ିକ ସମ୍ପର୍କରେ ଉଲ୍ଲେଖ କରି ଗୁରୁତ୍ବାରୋପ କରିଥିଲେ ଯେ, ସହରଗୁଡ଼ିକ ହେଉଛି ସମୃଦ୍ଧିର ଇଞ୍ଜିନ୍, ଯେଉଁଠାକୁ ଲୋକମାନେ ପ୍ରଗତି, ସୁଯୋଗ ଏବଂ ସ୍ବାଧୀନତା ଖୋଜିବା ପାଇଁ ଆସନ୍ତି । ସେ ସହରଗୁଡ଼ିକୁ "ଶ୍ରମ ବଜାର" ଭାବରେ ବର୍ଣ୍ଣନା କରିଥିଲେ ଯାହା ଲୋକଙ୍କ ଭିଡ଼ ଏବଂ ସେମାନଙ୍କ ମଧ୍ୟରେ ନିରନ୍ଧର ପ୍ରତିଯୋଗିତା ଦ୍ବାରା ଆକୃତିପ୍ରାପ୍ତ ହୋଇଥାଏ । ସେ ମଧ୍ୟ ସହରକୁ ଡିପିଆଇ ବା "ଯୋଗ୍ୟ ସାର୍ବଜନୀନ ଭିତ୍ତିଭୂମି" ବୋଲି ବର୍ଣ୍ଣନା କରିଥିଲେ ଯାହା ଉପରେ ସମୃଦ୍ଧି ନିର୍ମିତ ହୁଏ।
ନିବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ସଚିବଙ୍କ ବକ୍ତବ୍ୟ
ନିବାସ ଏବଂ ସହରାଞ୍ଚଳ ବ୍ୟାପାର ସଚିବ ଶ୍ରୀ ଶ୍ରୀନିବାସ କାଟିକିଥଲା ସ୍ଥାୟୀ ସହରାଞ୍ଚଳ ବିକାଶକୁ ହାସଲ କରିବାରେ ସମନ୍ବିତ ଶାସନ ଏବଂ ସଂସ୍ଥାଗତ ଶିକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ। ସେ କହିଥିଲେ ଯେ, ଏହି ସମ୍ମିଳନୀ ସହରାଞ୍ଚଳ ନେତା ଏବଂ ବିଶେଷଜ୍ଞମାନଙ୍କୁ ସେମାନଙ୍କର ଅଭିଜ୍ଞତା ବାଣ୍ଟିବା ଏବଂ ଭାରତର ସହରାଞ୍ଚଳ ଭବିଷ୍ୟତ ପାଇଁ ମିଳିତ ଭାବରେ ସମାଧାନ ବିକଶିତ କରିବା ପାଇଁ ଏକ ବହୁମୂଲ୍ୟ ପ୍ଲାଟଫର୍ମ ପ୍ରଦାନ କରିଛି।
ଶ୍ରୀ କାଟିକିଥଲା କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ସହରଗୁଡ଼ିକୁ ଅଧୂକ ସୁଲଭ, ସୁରକ୍ଷିତ ଏବଂ ସ୍ଥାୟୀ କରିବା ପାଇଁ ଏକ ସାମୂହିକ ପ୍ରୟାସକୁ ପ୍ରତିଫଳିତ କରେ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ୱରେ, ଏକ ବିକଶିତ ଭାରତ ପାଇଁ ଟିମ୍ ଅର୍ବାନର ଶୁଭାରମ୍ଭ କଥା ଉଲ୍ଲେଖ କରି ସେ ରାଷ୍ଟ୍ର ନିର୍ମାଣରେ ସହଯୋଗ ଏବଂ ସହଭାଗୀ ଦାୟିତ୍ବର ଶକ୍ତି ଉପରେ ଗୁରୁତ୍ବାରୋପ କରିଥିଲେ।
ଏହି ସମ୍ମିଳନୀ ହେଉଛି ବାର୍ଷିକ ଜାତୀୟ ସହରାଞ୍ଚଳ ଆଲୋଚନାର ଉଦଘାଟନୀ ସଂସ୍କରଣ, ଯାହା ୨୦୪୭ ସହରାଞ୍ଚଳ ଏଜେଣ୍ଡା ହାସଲ କରିବା ପାଇଁ ସୃଷ୍ଟ ଉପାୟ ଏବଂ କାର୍ଯ୍ୟକାରୀ ଯୋଜନା ଚିହ୍ନଟ କରିବା ପାଇଁ ଏକ ମଞ୍ଚ ପ୍ରଦାନ କରେ।
ସମ୍ମିଳନୀର ଉଦଘାଟନୀ ଅଧୂବେଶନରେ, କେନ୍ଦ୍ର ଗୃହ ନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଶ୍ରୀ ମନୋହର ଲାଲ ନିମ୍ନଲିଖୂତ କାର୍ଯ୍ୟଗୁଡ଼ିକର ଶୁଭାରମ୍ଭକରିଥିଲେ:
୧. ଡମ୍ପସାଇଟ୍ ରେମେଡିଏସନ୍ ଆକ୍ସିଲେରେଟର ପ୍ରୋଗ୍ରାମ (ଡିଆରଏପି)ର ଶୁଭାରମ୍ଭ
କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ ଡମ୍ପସାଇଟ୍ ରେମେଡିଏସନ୍ ଆକ୍ସିଲେରେଟର ପ୍ରୋଗ୍ରାମ (ଡିଆରଏପି) ମଧ୍ଯ ଆରମ୍ଭ କରିଥିଲେ। ଏହା । ଏକ ବର୍ଷବ୍ୟାପୀ, ମିଶନ-ମୋଡ୍ କାର୍ଯ୍ୟକ୍ରମ ଯାହାର ଲକ୍ଷ୍ୟ ହେଉଛି, ସହରାଞ୍ଚଳ ଭାରତରେ ଅବଶିଷ୍ଟ ଡମ୍ପସାଇଟ୍ ଗୁଡିକର ପୁନରୁଦ୍ଧାରକୁ ତ୍ବରାନ୍ବିତ କରିବା। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ସମୁଦାୟ ଏବଂ ଭିତ୍ତିଭୂମି ବିକାଶ ପାଇଁ ମୂଲ୍ୟବାନ ସହରାଞ୍ଚଳ ଜମି ପୁନରୁଦ୍ଧାର କରିବା, ସେପ୍ଟେମ୍ବର ୨୦୨୬ ସୁଦ୍ଧା "ଲକ୍ଷ୍ୟ ଜିରୋ ଡମ୍ପସାଇଟ୍" ହାସଲ କରିବାର ଭାରତର ଦୃଷ୍ଟିକୋଣକୁ ଆଗକୁ ବଢାଇବା।
ବର୍ତ୍ତମାନ, ୧,୪୨୮ ସ୍ଥାନରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି, ଏବଂ ପ୍ରାୟ ୮୦ ପ୍ରତିଶତ ପୁରୁଣା ଆବର୍ଜନା ୨୦୨ଟି ପୌରସଂସ୍ଥାର ୨୧୪ ସ୍ଥାନରେ ଜମିରହିଛି। ଡିଆରଏପି ଏହି ଉଚ୍ଚ-ପ୍ରଭାବଶାଳୀ ସ୍ଥାନଗୁଡ଼ିକୁ ପ୍ରାଥମିକତା ଦେବ ଏବଂ ପ୍ରାୟ ୮୮ ନିୟୁତ ମେଟ୍ରିକ୍ ଟନ୍ ପୁରୁଣା ଆବର୍ଜନାକୁ ଅନ୍ତର୍ଭୁକ୍ତ କରିବ।
"ଲକ୍ଷ୍ୟ ଜିରୋ ଡମ୍ପସାଇଟ୍" ହାସଲ କରିବା ପାଇଁ, କେନ୍ଦ୍ର ସରକାର ସହରଗୁଡ଼ିକୁ ଟନ୍ ପିଛା ୫୫୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆଜି ପର୍ଯ୍ୟନ୍ତ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ୧୦,୨୨୮ କୋଟି ଟଙ୍କାର ପ୍ରକଳ୍ପ ପାଇଁ ୪,୧୮୧ କୋଟି ଟଙ୍କା ସିଏଫଏ ପ୍ରଦାନ କରିଛନ୍ତି,