ବାରାଣାସୀ ରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ...

Nov 9, 2025 - 11:53
 4
ବାରାଣାସୀ ରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ର ଶୁଭାରମ୍ଭ...

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳବାଇର ପରବର୍ତ୍ତୀ ପିଢ଼ିର ମୂଳଦୁଆ ସ୍ଥାପନ କରୁଛି: ପ୍ରଧାନମନ୍ତ୍ରୀ

ବିକଶିତ ଭାରତ ପାଇଁ ସମ୍ବଳ ବୃଦ୍ଧି କରିବା ନିମନ୍ତେ ଏକ ମିଶନ ଆରମ୍ଭ ହୋଇଛି ଏବଂ ଏହି ଟ୍ରେନଗୁଡ଼ିକ ସେହି ଯାତ୍ରାରେ ମାଇଲଖୁଣ୍ଟ: ପ୍ରଧ ପ୍ରଧାନମନ୍ତ୍ରୀ

ପବିତ୍ର ତୀର୍ଥସୁଳଗୁଡ଼ିକୁ ଏବେ ବନ୍ଦେ ଭାରତ ନେଟୱାର୍କ ମାଧ୍ୟମରେ ସଂଯୋଗ ପାଗ କରାଯାଉଛି, ଯାହା ଭାରତର ସଂସ୍କୃତି, ବିଶ୍ବାସ ଏବଂ ବିକାଶ ଯାତ୍ରାର ସମନ୍ବୟ ୟକୁ ଚିହ୍ନିତ କରୁଛି; ଏହା ଐତିହ୍ୟ ସହରଗୁଡ଼ିକୁ ଜାତୀୟ ପ୍ରଗତିର ପ୍ରତୀକରେ ପରିଣତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ: ପ୍ରଧାନମ ଧାନମନ୍ତ୍ରୀ

୦୮.୧୧.୨୦୨୫ : ଭାରତର ଆଧୁନିକ ରେଳ ଭିତ୍ତିଭୂମିକୁ ବିସ୍ତାର କରିବା ଦିଗରେ ରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ବରୂପ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ର ପ୍ରଦେଶର ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭକରିଛନ୍ତି। ଏହି ଅବସରରେ ଉପସ୍ଥିତ ଜନ ଜନତାଙ୍କୁ ସମ୍ବୋଧୂତ କରି ଶ୍ରୀ ମୋଦୀ ସମସ୍ତ ସମ୍ମାନନୀୟ ବ୍ୟକ୍ତିଙ୍କୁ ସ୍ବାଗତ କରିଥିଲେ ଏବଂ ବାବା ବିଶ୍ବନାଥଙ୍କ ପବିତ୍ର ନଗରୀ ବାରାଣସୀର ସମସ୍ତ ପରିବାରକୁ ତାଙ୍କର ଶୁଭେଚ୍ଛା ଜଣାଇଥିଲେ। ସେ ଦେବ ଦୀପାବଳି ଉତ୍ସବ ବିଷୟରେ ମତାମତ ଦେଇ ଦେଇଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ, ଆଜି ଏକ ଶୁଭ ଅବସର ଏବଂ ବିକାଶର ଏହି ପର୍ବ ପର୍ବ ପାଇଁ ସମ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ।

ବିଶ୍ବର ବିକଶିତ ରାଷ୍ଟ୍ରଗୁଡ଼ିକରେ, ଆର୍ଥକ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ ହେଉଛି ଦୃଢ଼ ଭିତ୍ତିଭୂମି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ, ପ୍ରତ୍ୟେକ ଦେଶରେ ଯେଉଁମାନେ ଉଲ୍ଲେଖନୀୟ ପ୍ରଗତି ଏବଂ ବି ବିକାଶ ହାସଲ କରିଛନ୍ତି, ଭିତ୍ତିଭୂମି ଉନ୍ନତି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଥିଲେ ଯେ ଭାରତ ମଧ୍ୟ ଏହି ପଥରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏହି ପରିପ୍ରେକ୍ଷୀରେ, ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଅଞ୍ଚଳରେ ନୂତନ ବନ୍ଦେ ଭାରତ ଟ୍ରେନ ଆରମ୍ଭ କରିବା ଘୋଷଣା କରିଥିଲେ। ବନାରସ-ଖ ସ-ଖଜୁରାହୋ ବନ୍ଦେ ଭାରତ ବ୍ୟତୀତ, ସେ ଫିରୋଜପୁର-ଦିଲ୍ଲୀ ବନ୍ଦେ ଭାରତ, ଲକ୍ଷ୍ନୌ-ସହାରନପୁର ବନ୍ଦେ ଭାରତ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁ ଙ୍ଗାଲୁରୁ ବନ୍ଦେ ଭାଗ ଭାରତକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଚାରୋଟି ନୂତନ ଟ୍ରେନ ସହିତ, ଦେଶରେ ମୋଟ କାର୍ଯ୍ୟକ୍ଷମ ବନ୍ଦେ ଭାରତ ରତ ଟ୍ରେନ ସଂ ସଂଖ୍ୟା ଏବେ ୧୬୦ ଅତିକ୍ରମ କରିଛି। ଏହି ଟ୍ରେନଗୁଡ଼ିକର ଶୁଭାରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ବାରଣାସୀର ଜନସାଧାରଣ ଏବଂ ଭାରତର ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଇଥିଲେ ।

"ବନ୍ଦେ ଭାରତ, ନମୋ ଭାରତ ଏବଂ ଅମୃତ ଭାରତ ଭଳି ଟ୍ରେନଗୁଡ଼ିକ ଭାରତୀୟ ରେଳବାଇର ପରବର୍ତ୍ତୀ ପିଢ଼ି ପାଇଁ ମୂଳଦୁଆ ସ୍ଥାପନ କରୁଛି", ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ ଯେ ଏହା ଭାରତୀୟ ରେଳବାଇକୁ ପରିବର୍ତ୍ତନ କରିବା ପାଇଁ ଏକ ବ୍ୟାପକ ଅଭିଯାନ । ସେ ବନ୍ଦେ ଭାରତକୁ ଭାରତୀୟମାନଙ୍କ ଦ୍ବାରା, ଭାରତୀୟମାନଙ୍କ ପାଇଁ ଏବଂ ଭାରତୀୟମାନଙ୍କ ଦ୍ବାରା ନିର୍ମିତ ଏକ ଟ୍ରେନ ଭାବରେ ବର୍ଣ୍ଣନା କରିଥିଲେ - ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଗୌରବାନ୍ବିତ କରେ। ସେ ଉଲ୍ଲେଖ କରିଥିଲେ ଯେ ବିଦେଶୀ ଯାତ୍ରୀମାନେ ମଧ୍ୟ ବନ୍ଦେ ଭାରତ ଦେଖୂ ଆଶ୍ଚର୍ଯ୍ୟ ହୁଅନ୍ତି। ଶ୍ରୀ ମୋଦୀ ଆଲୋକପାତ କରିଥିଲେ ଯେ ଭାରତ ଏକ ବିକଶିତ ଭାରତ ପାଇଁ ଏହାର ସମ୍ବଳ ବୃଦ୍ଧି କରିବା ପାଇଁ ଏକ ମିଶନ ଆରମ୍ଭ କରିଛି ଏବଂ ଏହି ଟ୍ରେନଗୁଡ଼ିକ ସେହି ଯାତ୍ରାରେ ମାଇଲଖୁଣ୍ଟ ହେବାକୁ ପ୍ରସ୍ତୁତ।

ଭାରତରେ ଶତାବ୍ଦୀ ଧରି ତୀର୍ଥଯାତ୍ରାକୁ ଜାତୀୟ ଚେତନାର ଏକ ମାଧ୍ୟମ ଭାବରେ ବିବେଚନା କରାଯାଇଆସୁଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ ଗୁରୁତ୍ବାରୋପ କରିଥିଲେ ଯେ, ଏହି ଯାତ୍ରାଗୁଡ଼ିକ କେବଳ ଦିବ୍ୟ ଦର୍ଶନର ପଥ ନୁହେଁ, ବରଂ ଭାରତର ଆତ୍ମା ସହିତ ଜଡିତ ପବିତ୍ର ପରମ୍ପରା। ସେ ପ୍ରୟାଗରାଜ, ଅଯୋଧ୍ୟା, ହରିଦ୍ଵାର, ଚିତ୍ରକୂଟ ଏବଂ କୁରୁକ୍ଷେତ୍ରକୁ ଦେଶର ଐତିହ୍ୟର ଆଧ୍ୟାତ୍ମିକ କେନ୍ଦ୍ର ଭାବରେ ଉଲ୍ଲେଖ କରିଥିଲେ। "ଏହି ପବିତ୍ର ସୁଳଗୁଡ଼ିକ ବର୍ତ୍ତମାନ ବନ୍ଦେ ଭାରତ ନେଟୱାର୍କ ମାଧ୍ୟମରେ ସଂଯୁକ୍ତ ହେଉଛି; ଏହା ଭାରତର ସଂସ୍କୃତି, ବିଶ୍ବାସ ଏବଂ ବିକାଶ ଯାତ୍ରାର ଏକ ସମନ୍ଵୟକୁ ଚିହ୍ନିତ କରେ। ଏହା ଐତିହ୍ୟ ସହରଗୁଡ଼ିକୁ ଜାତୀୟ ପ୍ରଗତିର ପ୍ରତୀକରେ ପରିଣତ କରିବା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ", ପ୍ରଧାନମନ୍ତ୍ରୀ କହିଥିଲେ।