ତାଲା ଭାଙ୍ଗି ମନ୍ଦିରରୁ ଲୁଟ
ବାଲେଶ୍ୱର : ବୁଧବାର ବିମ୍ବିତ ରାତିରେ ସୋର ଥାନା ବାଳଙ୍ଗ ଗ୍ରାମ ପଂଚାୟତର ତ୍ରିଲୋଚନେଶ୍ୱର ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ଦାନବାକ୍ସ ଚୋରି ହୋଇଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ରାତିରେ କିଛି ଦୁର୍ବୁତ ମନ୍ଦିର ଭିରକୁ ଆସି ତାଲା ଭାଙ୍ଗି ୯ ଟା ସୁନା କଲରା . ରୂପା କଠଉ , ରୂପା ଡମ୍ବରୁ , ଚିଲମ,ଇତ୍ୟାଦି ଚୋରି କରି ନେଇଯାଇଛନ୍ତି । ତେବେ ଖବର ପାଇ ପୋଲିସ ଘଟଣା ସ୍ଛଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
