ଦୁର୍ଗମ ଅଞ୍ଚଳ ପାଇଁ ଶସ୍ତା ଆଣ୍ଟିନା...

Oct 14, 2025 - 06:26
Oct 14, 2025 - 06:32
 12
ଦୁର୍ଗମ ଅଞ୍ଚଳ ପାଇଁ ଶସ୍ତା ଆଣ୍ଟିନା...

ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସେବାଠାରୁ ଆରମ୍ଭକରି ଇଣ୍ଟରନେଟ୍ ପର୍ଯ୍ୟନ୍ତ ଅନେକ ସମସ୍ୟାର ଏଣିକି ସମାଧାନ କରିବ ଲୋ କଷ୍ଟ ବା କମ ମୂଲ୍ୟରେ ନିର୍ମିତ ଆଣ୍ଟେନା । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଇଲେକ୍ଟ୍ରୋନିକ ସାଇନ୍ସ ବିଭାଗ ପକ୍ଷରୁ ଗବେଷଣା କରାଯାଇ ବିଭାଗୀୟ ଲ୍ୟାବ୍‌ରେ ଏହି ଆମ୍ଭେନାକୁ ବିକଶିତ କରାଯାଇଛି । ଏହି ଗବେଷଣା ବିଷୟର ତଥ୍ୟ ଅନୁର୍ଜାତୀୟ ଗବେଷଣା ପତ୍ରିକାରେ ପ୍ରକାଶିତ ହେବା ପରେ ଏହାକୁ ନେଇ ସଂପୂକୁ ବିଭାଗ ଏବଂ ବିଶ୍ବବିଦ୍ୟାଳୟ ପକ୍ଷରୁ ଖୁସିବ୍ୟକ୍ତି କରାଯାଇଛି ।

ବିଭାଗର ଅଧ୍ୟାପକ ଡଃ ଦୀପକ କୁମାର ନାୟକ ଏବଂ ଦଳର ଅନ୍ୟ ସଦସ୍ୟଙ୍କ ସହାୟତାରେ ଏହି ଆମ୍ଭେନାକୁ ବିକଶିତ କରାଯାଇଛି । ଏପରି ଗବେଷଣାରେ ସଫଳ ପାଇବା ପରେ ଏହାକୁ ଏକ ଜଣାଶୁଣା ଜର୍ଣ୍ଣାଲ ନେଚରର ସାଇଣ୍ଟିଫିକ୍ ରିପୋର୍ଟରେ ତଥ୍ୟ ପ୍ରକାଶିତ ହୋଇଛି । ତେବେ ଏହି ଆଣ୍ଟେନା କିପରି ଇଣ୍ଟରନେଟ୍ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବ ସେ ସମ୍ପର୍କରେ ଆସନ୍ତୁ ଜାଣିବା ।

ଆଣ୍ଟିନା ଭିତରେ କଣ ରହିଛି ଭିନ୍ନତା

ଏହି ଆମ୍ଭେନା ସମ୍ପର୍କରେ ଇଟିଭି ଭାରତକୁ ସୂଚନା ଦେଇ ଇଲେକ୍ଟ୍ରୋନିକ୍ ସାଇନ୍ସର ବିଭାଗୀୟ ମୁଖ୍ୟ ଧୃବତରଣ ପଣ୍ଡା କହିଛନ୍ତି, "ନୂତନ ଭାବରେ ବିକଶିତ ହୋଇଥିବା ଏହି ଆଣ୍ଟେନାର ଆକାର 40 ବର୍ଗ ମିମି ହୋଇଥ‌ିବା ବେଳେ ଏହା ପାରମ୍ପରିକ ଆଶ୍ଚେନା ଗୁଡ଼ିକଠାରୁ ଅଧୂକ କାର୍ଯ୍ୟକ୍ଷମ ଏବଂ ଶସ୍ତା । ଲୋ-କଷ୍ଟ ଆଣ୍ଟେନାରେ 5G ମୋବାଇଲ୍ ନେଟୱର୍କ ଓ ରାଡାର୍ ସିଷ୍ଟମ୍ ଏବଂ ଅତ୍ୟାଧୁନିକ ସାଟେଲାଇଟ୍ କମ୍ୟୁନିକେସନ୍ ବ୍ୟବସ୍ଥା ଉପଲ୍ଲବ୍ଧ ରହିଥ‌ିବା କୁହାଯାଇଛି । ଏପରିକି ଏହା ବର୍ଷା ବା ଅତି ପ୍ରାକୃତିକ ପରିସ୍ଥିତିରେ ମଧ୍ଯ ଶକ୍ତିଶାଳୀ ଓ ନିର୍ଭରଯୋଗ୍ୟ ସିଗ୍ନାଲ୍ ଦେଇପାରିବ ।"

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଏଭଳି ବିଭିନ୍ନ ବିଭାଗରେ ଗବେଷଣା କରୁଥିବା ଗବେଷକଙ୍କୁ ସିଡସ୍ ମନି ଭାବରେ ଆର୍ଥିକ ସହାୟତା କରାଯାଉଥ‌ିବା ଯୋଗୁଁ ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ଗୋଟିଏ ପରେ ଗୋଟିଏ ସଫଳତା ମିଳିପାରୁଥିବା ବେଳେ ଏହି ଅବସରରେ ବିଶ୍ବବିଦ୍ୟାଳୟର କୂଳପତି ଅନେକ ସହଯୋଗ କରିଆସୁଥିବା କହିଛନ୍ତି ଗବେଷକ ଦୀପକ କୁମାର ।

କଣ ସୁବିଧା ରହିଛି ଲୋ କଷ୍ଟ ଆଣ୍ଟିନାରେ

ଇଟିଭି ଭାରତକୁ ସୂଚନା ଦେଇ ଗବେଷ ଦୀପକ କୁମାର କହିଛନ୍ତି ଯେ ଏହି ଆମ୍ଭେନା କୌଣସି ଗ୍ରାମାଞ୍ଚଳରେ କିମ୍ବା ଦୁର୍ଗମ ଅଞ୍ଚଳରେ Wi-Fi router କିମ୍ବା Wi-Fi moduleରେ ବ୍ୟବହାର କରାଯାଇପାରିବ । ମୁଖ୍ୟତଃ ବହୁତ କମ୍ ଦରରେ ଆମର ଗବେଷଣା ମାଧ୍ୟମରେ ଏହାକୁ ପ୍ରସ୍ତୁତ କରାଯାଇଥିବାରୁ ଏହାକୁ ଲୋ-କଷ୍ଟ ଆଣ୍ଟେନା କୁହାଯାଉଛି । ମୁଖ୍ୟତଃ ଯଦି ପାରମ୍ପରିକ ଆମ୍ଭେନାର ଦର 200 ଟଙ୍କାରୁ 300 ଟଙ୍କା ହୁଏ, ତେବେ ଏହି ଆଣ୍ଟେନାର ମାତ୍ର 20 ଟଙ୍କା ହେବ । ଏଥିରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଶସ୍ତା ମ୍ୟାଟେରିଆଲ FR-4 ସବଷ୍ଟେଟ୍ ବ୍ୟବହାର କରାଯାଇଛି ।