ଦେବଦାସୀ ନୃତ୍ୟ ମହୋତ୍ସବ ର ୧୯ତମ ପ୍ରଚେଷ୍ଟା ରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ...

Dec 30, 2025 - 12:49
 10
ଦେବଦାସୀ ନୃତ୍ୟ ମହୋତ୍ସବ ର ୧୯ତମ ପ୍ରଚେଷ୍ଟା ରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ...

ଦେବଦାସୀ ନୃତ୍ୟ ମହୋତ୍ସବ ର ୧୯ତମ ପ୍ରଚେଷ୍ଟା ରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ...

୧୯ତମ ଅନ୍ତଃରାଷ୍ଟ୍ରୀୟ ଦେବଦାସୀ ନୃତ୍ୟ ମହୋତ୍ସବ ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଦେବଦାସୀ ନୃତ୍ୟମନ୍ଦିର ଆନୁକୂଲ୍ୟରେ 19 ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହର ଥିଲା ପ୍ରଥମ ଦିବସ l 

ଦେବଦାସୀ ନୃତ୍ୟ ମନ୍ଦିରର ସଂସ୍ଥାପକ ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତା ସନ୍ଧ୍ୟାରେ ଅନୁଷ୍ଠିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଶ୍ରୀ ଯୁକ୍ତ ପ୍ରସନ୍ନ ପାଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ଗଦାଧର ମହାପାତ୍ର, ସାନ୍ଧ୍ୟlବତୀ ପ୍ରଧାନ,ସମାଜସେବୀ ମିନତୀ ସାହୁ, ରଣା ପ୍ରତାପ ପାତ୍ର, ଲକ୍ଷ୍ମୀକାନ୍ତ ପlଲିତ, ପ୍ରସନ୍ନ ବିଷୋୟୀ.. ଅତିଥି ରୂପେ ଯୋଗ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l 

ଜଗବନ୍ଧୁ ଜେନା ଦୀର୍ଘ ବର୍ଷ ଧରି ଦେଶ ବିଦେଶର କଳାକାରଙ୍କୁ ସମ୍ମିଳିତ କରି ସମସ୍ତ ଶାସ୍ତ୍ରୀୟ ନୃତ୍ୟର ସମାହାର ଗୋଟିଏ ମଞ୍ଚରେ କରାଇବା ନିଶ୍ଚିତ ରୂପେ ଅଭିନନ୍ଦନିୟ l 

ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ତାଙ୍କର ପ୍ରଚେଷ୍ଟାକୁ ଯେତେ ଧନ୍ୟବାଦ ଦେଲେ କମ ହେବ ବୋଲି ଅତିଥି ମାନେ କହିଥିଲେ l  

ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଓଡିଶୀ ସମେତ ଦେଶର ୬ଟି ଶାସ୍ତ୍ରୀୟ ନୃତ୍ୟର ଦେଶ ବିଦେଶର ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୃତ୍ୟ ପରିବେଷଣ କରିବେ l 

ରୂପଶ୍ରୀ ମହାପାତ୍ରଙ୍କ ମlହାରି,

ବ୍ରାଜିଲର ବୃନୋ ଟlନେଲିଙ୍କ ସଂଗୀତ, 

ବ୍ରାଜିଲର କରିନ ଭେଲେସୋଙ୍କ ଭାରତ ନାଟ୍ୟମ,

ଫିଲିଡେଫିଆର ଡ଼ଃ ବିଜି ରାଓଙ୍କ ଭାରତ ନାଟ୍ୟମ, 

କବିତା ଦ୍ବିବେଦୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଓଡିଶୀ, ତେଲେଙ୍ଗାନା ର ଡ଼ଃ ଭେମପତି ଶ୍ରାବଣୀ ଙ୍କ କୁଚିପୁଡ଼ି, 

ଆସାମ ଗୁଆହଟି ର ପ୍ରିୟକ୍ସି କଟକୟା ଙ୍କ ସତ୍ତ୍ରୀୟ l ନୃତ୍ୟ, କେରଳ ର ଜୋତିଶ ଥେକେଡେଥ,ଅରୁଣ ନମ୍ବଲଥ ଏବଂ କେ ରୋଶନୀ ଚନ୍ଦ୍ରନଙ୍କ ମୋହିନୀ ନାଟ୍ୟମ, 

ଗୁରୁ ଦେବମିତା ସାହୁଙ୍କ ଶିଷ୍ୟା ମାନଙ୍କ ଦଳଗତ ଓଡିଶୀ ନୃତ୍ୟ ଦର୍ଶକ ଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା l l 

ଓଡିଶା ଆସାମ,କେରଳ,

ତେଲେଙ୍ଗନା,ମଣିପୁର, ଆନ୍ଧ୍ର ପ୍ରଦେଶ ସମେତ ଦେଶ ଓ ରାଜ୍ୟରେ ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ ପୂର୍ବାହ୍ନ ଓ ଅପରାହ୍ନ ଅଧିବେଶନରେ ନୃତ୍ୟ ପରିବେଷଣ କରି ଥିଲେ l 

ପ୍ରତିଷ୍ଠିତ କଳାକାର କବିତା ଦ୍ବିବେଦୀ, ରୂପଶ୍ରୀ ମହାପାତ୍ର,କେ ଶିବ ଲୋକନାଥ,କରିନ ଭେଲେସଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ, ଶଶୀମଣି ଦେବି ରାଷ୍ଟ୍ରୀୟ ପୁରସ୍କାର,ଦେବଦାସୀ ଆଚାର୍ଯ୍ୟ କୂଳ ତିଳକମ ପୁରସ୍କାର ପ୍ରଦାନ କରାଯାଇଥିଲା l 

ପୂର୍ବାହ୍ନ ଅଧିବେଶନକୁ ଗୁରୁଶ୍ରୀ ଗଜେନ୍ଦ୍ର ପଣ୍ଡା, ପୁଷ୍ପରଞ୍ଜନ ମଙ୍ଗରାଜ,ଭାରତ ଚରଣ ଗିରି ଓ ଗୌରୀ ଶଙ୍କର ଦାସ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l 

ପୂର୍ବାହ୍ନ ଅଧିବେଶନରେ ନବୀନ କଳାକାର କାର୍ଯ୍ୟକ୍ରମ ରେ ନୂତନ ପିଢ଼ି ନୃତ୍ୟ ଶିଳ୍ପୀଙ୍କ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ହୋଇ ଥିଲା l 

ଅପରାହ୍ନରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ଙ୍କ ନୃତ୍ୟ ପରିବେଷଣ ରେ ନବ ଉନ୍ମେଷ ମାଧ୍ୟମରେ କାର୍ଯ୍ୟକ୍ରମ ହୋଇଥିଲା l