ନିର୍ବାଚନ ହାଲଚାଲ

ଏବେ ଚାରିଆଡ଼େ ଖାଲି ପରିବର୍ତ୍ତନ ର ଝାଞ୍ଜି ହାୱା !!!
ଗାଁ ଠାରୁ ସହର ଯାଏଁ
ଛକ ଠାରୁ କାର୍ଯ୍ୟାଳୟ ଯାଏଁ
ସାହି ଠାରୁ ବସ୍ତି ଯାଏଁ
ହାଟ ଠାରୁ ମଲ୍ଟି ମଲ୍ ଯାଏଁ
କେବଳ ଶୁଭୁଛି ଏଥର ନିଶ୍ଚିନ୍ତ....
ଘଟିବ ପରିବର୍ତ୍ତନ।।
ନେତା ଚାହୁଛି
କର୍ମୀ ଚାହୁଛି ,
ଦୋକାନୀ ଚାହୁଛି
କମ୍ପାନୀ ଚାହୁଁଛି ,
ମୂଲିଆ ଚାହୁଁଛି
ମାଲିକ ଚାହୁଁଛି,
ଝାଡ଼ୁଦାର ଚାହୁଁଛି
ଠିକାଦାର ଚାହୁଁଛି,
କିଏ ନ ଚାହୁଁଛି ...
ସମସ୍ତେ ଚାହୁଁଛନ୍ତି ଥରୁଟିଏ
ହୋଇଯାଆନ୍ତା କି ପରିବର୍ତ୍ତନ !!!
କିନ୍ତୁ ସମସ୍ତେ ନିଜ ଭିତରେ ପରିବର୍ତ୍ତନ ପାଇଁ ସନ୍ତୁଳିତ ହେଉଛନ୍ତି।
ବାହାର କୁ ଖାଲି ଖୋଳପାର ଭୟ
ଭିତରେ କିନ୍ତୁ ପରିବର୍ତ୍ତନ ନିଶ୍ଚିନ୍ତ ଜୟ।।
ଯାହା ଜଣାପଡ଼େ ପରିବର୍ତ୍ତନ ଅବଶ୍ୟମ୍ଭାବୀ !!!