ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ ଏସ୍ଆଇଆର୍ (ସ୍ଵତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ
ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଦେଶବ୍ୟାପୀ ଦ୍ବିତୀୟ
ପର୍ଯ୍ୟାୟ ଏସ୍ଆଇଆର୍ (ସ୍ଵତନ୍ତ୍ର ଭୋଟର ତାଲିକା ସମୀକ୍ଷା) ଅଭିଯାନ ଆରମ୍ଭ କରାଯିବ। ସୋମବାର ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧୂତ କରି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର କହିଛନ୍ତି ଯେ ବିହାର ପରେ ୧୨ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଏସଆଇଆର ପ୍ରକ୍ରିୟା ଆରମ୍ଭ କରାଯିବ। ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ହେଲା ଛତିଶଗଡ, ଗୋଆ, ଆଣ୍ଡାମାନ ନିକୋବର, ଗୁଜରାଟ, ଲାକ୍ଷାଦ୍ବୀପ, ମଧ୍ୟପ୍ରଦେଶ, ପୁଦୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ କେରଳ। ଭୋଟର ତାଲିକାରୁ ଯେପରି ଯୋଗ୍ୟ ଭୋଟର ବାଦ ନ ପଡନ୍ତି କିମ୍ବା ଯୋଗ୍ୟ ଭୋଟର ସାମିଲ ନ ହୁଅନ୍ତି, ତାହା ଚୂଡାନ୍ତ କରିବା ପାଇଁ ଏସଆଇଆର ଉଦ୍ଦିଷ୍ଟ ବୋଲି ଜ୍ଞାନେଶ କହିଛନ୍ତି। ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଯେପରି ଅଧୂକରୁ ଅଧୂକ ସଂଖ୍ୟକ ଯୋଗ୍ଯ ଭୋଟର ସାମିଲ ହୋଇପାରିବେ, ତାହାକୁ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି। ଡିସେମ୍ବର ୯ ସୁଦ୍ଧା ଚିଠା ତାଲିକା ଘୋଷଣା କରାଯାଉଥିବାବେଳେ ୨୦୨୬ ଫେବୃଆରୀରେ ଚୂଡାନ ତାଲିକା ପ୍ରକାଶ କରାଯିବ।
ପୁନଶ୍ଚ ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ମୁତାବକ ଆଧାର କାର୍ଡ ସମେତ ୧୨ଟି ପ୍ରମାଣପତ୍ରକୁ ମାନଦଣ୍ଡ ଭାବେ ଗ୍ରହଣ କରାଯିବ।
ଅପରପକ୍ଷରେ ୨୦୦୨, ୨୦୦୩ ଓ ୨୦୦୪ ଭୋଟର ତାଲିକା ସହ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟରଙ୍କ ନାମକୁ ତୁଳନା କରାଯିବ – ବୋଲି କୁହାଯାଇଛି। ସୋମବାର ମଧ୍ୟରାତ୍ରିରୁ ଏହି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ଭୋଟର ତାଲିକାକୁ ଅକାମୀ ଘୋଷଣା କରାଯିବ। ଏସଆଇଆର ପାଇଁ ଇଲେକ୍ଟ୍ରୋରାଲ ରେଜିଷ୍ଟ୍ରେସନ ଅଧୂକାରୀ (ଇଆରଓ)ମାନେ ନୂତନ ଏନୁମେରେସନ ଫର୍ମ ପ୍ରସ୍ତୁତ କରିଛନ୍ତି।
ପୂର୍ବ ଭୋଟର ତାଲିକା ଅନୁଯାୟୀ ଏହି ଫର୍ମରେ ସଂପୂକୁ ଭୋଟରଙ୍କ ସମସ୍ତ ତଥ୍ୟକୁ ସ୍ଥାନିତ କରାଯିବ। ମଙ୍ଗଳବାରଠାରୁ ଏହି ଅଧୂକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରତ୍ୟେକ ରାଜନୈତିକ ଦଳର ପ୍ରତିନିଧୂଙ୍କୁ ଭେଟି ଏସଆଇଆର ସମ୍ପର୍କରେ ଅବଗତ କରାଇବାକୁ ଏହି ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧୂକାରୀ ଏବଂ ଜିଲାସ୍ତରୀୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି।
ଭୋଟରଙ୍କ ନାମ ନ ରହେ, ସେଥୂପ୍ରତି ଦୃଷ୍ଟି ମଧ୍ୟ ଦିଆଯିବ। ସ୍ବାଧୀନତା ପରଠାରୁ ନବମ ଥର ପାଇଁ ଦେଶରେ ଭୋଟର ତାଲିକା ସମୀକ୍ଷା ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯାଉଛି। ନିୟମିତ ଦେଶାଟନ ଘଟୁଥିବାରୁ ଜଣେ ଭୋଟରଙ୍କ ନାମ ଏକାଧୂକ ସ୍ଥାନରେ ପଞ୍ଜିକୃତ ହେଉଥିବା, ତାଲିକାରୁ ମୃତ ଭୋଟରଙ୍କ ନାମ ହଟାଇବା ଏବଂ ଭୋଟର ତାଲିକାରେ ବିଦେଶୀ ନାଗରିକଙ୍କ ନାମ ପଞ୍ଜୀକରଣ ଭଳି ତ୍ରୁଟି ସୁଧାରିବାକୁ ଏସଆଇଆର ଜରୁରୀ ହୋଇପଡିଛି ବୋଲି ଜ୍ଞାନେଶ କୁମାର କହିଛନ୍ତି। ସୂଚନାଯୋଗ୍ୟ ବିହାରରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ଶେଷ ହୋଇସାରିଛି।