ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢାଲି

ପୁଣି ବିଜେଡିକୁ ଝଟକା । ଦଳ ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ଆଜି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶାସକ ଦଳରୁ ଇସ୍ତଫା ପରେ ପୁଣି ଘରକୁ ବାହୁଡିବେ । ଅର୍ଥାତ ବିଜେପିରେ ଯୋଗ ଦେବେ ଅରବିନ୍ଦ । ବିଧିବଦ୍ଧ ଭାବେ ବିଜେଡି ଛାଡିଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ବିଧାୟକ । ପୂର୍ବରୁ ବିଜେପି ଟିକେଟରୁ ମାଲକାନଗିରିରୁ ମଧ୍ୟ ବିଧାୟକ ହୋଇଥିଲେ ଅରବିନ୍ଦ ଢାଲି । ସେ ବିଜେପି, ବିଜେଡି, ଭାରତୀୟ ଜନଶକ୍ତି ପାର୍ଟି ଏବଂ ସମାଜବାଦୀ ପାର୍ଟିରେ ରହି ଆସିଛନ୍ତି । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସେ ପୁଣିଥରେ ପୂର୍ବ ଦଳକୁ ଫେରିପାରନ୍ତି ଅରବିନ୍ଦ । ତେବେ କେଉଁ କାରଣ ପାଇଁ ସେ ଇସ୍ତଫା ଦେଇଛନ୍ତି ସେନେଇ ମୁହଁ ଖୋଲି ନାହାନ୍ତି । ଆସନ୍ତାକାଲି ପୂର୍ବାହ୍ନରେ ସେ ବିଜେପିରେ ସାମିଲ ହେବ । ଘର ବାହୁଡ଼ିବା ପରେ ବିଜେଡି ଛାଡିବାର କାରଣ କହିବେ ବୋଲି କହିଛନ୍ତି ଅରବିନ୍ଦ ।

Mar 2, 2024 - 15:28
 4
ବିଜେଡି ଛାଡିଲେ ବିଧାୟକ ଅରବିନ୍ଦ ଢାଲି