ପାରାଦ୍ବୀପରେ ହେବ ବିଶ୍ବ ସ୍ମରୀୟ ସଂଗ୍ରହାଳୟ ...
ପାରାଦୀପ: ଆଜି ଜଗତସିଂହପୁର ଜିଲ୍ଲା ପାରାଦୀପରେ ଅୟୋଜିତ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହୋଇ ପତାକା ଦେଖାଇ ସାଧବ ପୁଅଙ୍କୁ ମେଲାଣି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାରାଦୀପ ବନ୍ଦର ପକ୍ଷ୍ୟରୁ ଆଜି ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର। ରାଜ୍ୟରେ ଥିବା ପ୍ରାକୃତିକ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ। ବନ୍ଦର ଭିତ୍ତୀକ ବିକାଶକୁ ଗୁରୁତ୍ବ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ ମାଝୀ। ପାରାଦୀପ ବନ୍ଦରର ବିକାଶର ମୂଳମନୁ ହେବ ଶିଳ୍ପ। ପାରାଦୀପ ସି ବିଚ୍ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ବସ୍ତରୀୟ ମ୍ୟୁଜିୟମ ତିଆରି ହେବ ବୋଲି ଘୋଷଣା କଲେ ମୁଖ୍ୟମନ୍ତ୍ରୀ।