ପୁରୀ ରଥଯାତ୍ରାରେ ଅଘଟଣ...
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ବେଳେ ଭିଡ଼ ଯୋଗୁଁ ବଡ଼ଦାଣ୍ଡରେ ଅଣନିଶ୍ୱାସୀ ହୋଇ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୧ରୁ ଅଧିକ ଅସୁସ୍ଥ ହୋଇପଡ଼ିଛନ୍ତି।
୧୨୧ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରି ପୁରୀ ବଡ଼ ମେଡିକାଲର ଆଶୁଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମୃତକ କେନ୍ଦୁଝର ଜିଲ୍ଲାର ଅନିଲ ଦାସ ବୋଲି ଜଣାପଡ଼ିଛି।