'ପ୍ରତିକାର' ଖବର କାଗଜ ତରଫରୁ Press Day ପାଳନ...
ରେଡ୍କ୍ରସ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ 'ପ୍ରତିକାର' ପକ୍ଷରୁ ଏକ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମିଳନୀ ପରିପ୍ରେକ୍ଷୀରେ ୬୦ତମ ଜାତୀୟ ସାମ୍ବାଦିକ ଏବଂ ଉତ୍କଳ ଗୌରବ ସମ୍ମାନ ପ୍ରଦାନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମେରେ ପ୍ରମୁଖ୍ୟ ବିଷୟ ଥିଲା (ସାମ୍ବାଦିକତା ଏବଂ ନ୍ୟାୟ) ଏଥିରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ତଥା ପ୍ରଖ୍ୟାତ ଲେଖକ ମନୋରଞ୍ଜନ ପାଣିଗ୍ରାହି ଯୋଗଦେଇ କହିଥିଲେ।
ମୁଖ୍ୟ ବକ୍ତା ଭାବରେ ଲେଖକ ଓ ସ୍ତମ୍ଭକାର ଘନ ପରିଡା ଯୋଗଦେବା ସହ ହାଇକୋର୍ଟର ଅଧୁବକ୍ତା ରମେଶ ଧଳ, ଦୈନିକ ସମ୍ବାଦପତ୍ର ସମୀକ୍ଷାର ସମ୍ପାଦକ ଡଃ. ମହେଶ୍ଵର, ପୂର୍ବତନ ବିଧାୟକ, ବରିଷ୍ଠ ବିଜେପି ନେତା ପ୍ରୟଦର୍ଶି ମିଶ୍ର, ଲେଖକ ଡଃ ପ୍ରସାନ୍ତ ବିଶ୍ଵାଳ, ସଂସ୍କୃତ ବିଭାଗର ସଚିବ, ଓଡିଶା ସରକାର ଏବଂ ପ୍ରଖ୍ୟାତ ଲେଖକ ଦେବ ପ୍ରସାଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିବା ବେଳେ ପ୍ରତିକାରର ପ୍ରତିଷ୍ଠାତା ଏବଂ ସମ୍ପାଦକ ଶ୍ରୀ ଶୁଭାଶିଷ ମିଶ୍ର ଅଧ୍ଯକ୍ଷତା କରିଥିଲେ ।
ସାମ୍ବାଦିକଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ ସରକାର ଉଚିତ୍ ପଦକ୍ଷେପ ନେଲେ ଏବଂ ସେମାନଙ୍କୁ ସୁରକ୍ଷା, ସମ୍ମାନ, ସ୍ୱୀକୃତୀ କାର୍ଯ୍ୟର ସାମ୍ବାଦିକଙ୍କ ଉପରେ ହେଉଥିବା ଆକ୍ରମଣ କାରିଙ୍କୁ ଉଚିତ୍ ଦଣ୍ଡବିଧାନ ଓ ନ୍ୟାୟ ପ୍ରଦାନ କରାଗଲେ ସେମାନେ ସମ୍ବାଦ ପରିବେଷଣ ଦିଗରେ ସଠିକ୍ ମାର୍ଗଦର୍ଶନ କରିହେବ ।
ସମ୍ପାଦପତ୍ରରେ ବର୍ତ୍ତମାନ ଉପଯୋଗ କରାଯାଉଥିବା କୃତ୍ରିମ ବୁଦ୍ଧିମତା (ଏ.ଆଇ) ଦ୍ୱାରା ସମ୍ବାଦପତ୍ରର ସତ୍ୟ ଏବଂ ତଥ୍ୟ ଭିଭିକ ସମ୍ବାଦ ପରିବେଷଣ ଉପରେ ସନ୍ଦେହ ବଳୟ ସୃଷ୍ଟିହେଉଛି । ପ୍ରେସ କାଉନ୍ସିଲ ଅଫ୍ ଇଣ୍ଡିଆର ଉଦ୍ଦେଶ୍ୟକୁ ମନେ ରଖି ସମ୍ବାଦପତ୍ର ଓ ସାମ୍ବାଦିକମାନେ ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟକଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ।
ବିଭିନ୍ନ ଦିଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି, ବିଶେଷଙ୍କୁ ସମ୍ମାନିତ କରାଯାଇଥିବା ସହିତ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରମୋଦ କିଶୋର ପରିଡା ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ବନ୍ଧୁଗଣଙ୍କୁ କୃତଜ୍ଞତା ପ୍ରଦାନ କରିବା ସହ ସାମ୍ବାଦିକଙ୍କୁ ଖୁବ୍ ଶିଘ୍ର ପେନସନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବାକୁ ସରକାରଙ୍କୁ ତାଙ୍କ ମାଧ୍ୟମରେ ଅନୁରୋଧ କରିଥିଲେ ।