ଶୋଇଥିବା ବେଳେ ଚାଲିଗଲା ଜୀବନ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ମୁଖ୍ୟ ଚିକିତ୍ସାଳୟ ନିକଟସ୍ତ ଏକ ଘରୋଇ ହସ୍ପିଟାଲରେ ଏକ ଗର୍ଭବତୀ ମହିଳାଙ୍କ ସ୍ବାମୀଙ୍କର ବିଳମ୍ବିତ ରାତ୍ରରେ ମୃତ୍ୟୁକୁ ନେଇ ମୁଖ୍ୟ ଚିକିତ୍ସାଳୟ ପରିସରରେ ଉତ୍ତେଜନା । ଏଭଳି ଘଟଣା ଜଗତସିଂହପୁର ସହରରେ ଥିବା ଏକ ଘରୋଇ ନସିଂହୋମରେ ଘଟିଛି । ଯାହା ଫଳରେ ହସ୍ପିଟାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତକ ହେଲେ ବାଲିକୁଦା ଥାନା ମାଛଗାଁ ପଞ୍ଚାୟତ ବରଗୁଡିପଡିଆ ଗ୍ରାମର ୩୪ ବର୍ଷୀୟ ଅରକ୍ଷିତ ବେହେରା । ଉକ୍ତ ଘରୋଇ ନସିଂ ହୋମ ପରିସରରେ ଗତ କାଲି ରାତିରେ ଶୋଇଥିବା ସମୟରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା । ପରେ ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖୁଛି । ତେବେ ଏହାକୁ ନେଇ ନସିଂହୋମ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖ‌ିବାକୁ ମିଳିଥିଲା । ଜଗତସିଂହପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖୁଛି । ହେଲେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ କିଛି ଜଣାପଡିନାହିଁ I ଅରକ୍ଷିତଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଓ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଶୋଇଥିବା ବେଳେ ଚାଲିଗଲା ଜୀବନ