ପ୍ରଧାନମନ୍ତ୍ରୀ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି...

Apr 1, 2026 - 20:23
 3
ପ୍ରଧାନମନ୍ତ୍ରୀ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି...

ପ୍ରଧାନମନ୍ତ୍ରୀ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍କଳ ଦିବସର ବିଶେଷ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।  

ପ୍ରଧାନ ମନ୍ତ୍ରୀ ମୋଦୀ ମନ୍ତବ୍ୟ ଦେଇଛନ୍ତି ଯେ ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହନୀୟତାର ଏକ କାଳଜୟୀ ପ୍ରତୀକ ଭାବରେ ଉଚ୍ଚରେ ଠିଆ ହୋଇଛି। 

ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ଭାବରେ ସମୃଦ୍ଧ କରିଛି। 

"ନିଜ ଦୃଢ଼ତା, ସରଳତା ଏବଂ ଉଷ୍ମତା ପାଇଁ ଜଣାଶୁଣା ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। 

ଆଗାମୀ ସମୟରେ ଓଡ଼ିଶା ପ୍ରଗତିରେ ନୂତନ ଶିଖର ଆରୋହଣ କରୁ", ଶ୍ରୀ ମୋଦୀ କହିଛନ୍ତି।

ପ୍ରଧାନମନ୍ତ୍ରୀ X ରେ ପୋଷ୍ଟ କରି କହିଛନ୍ତି...

"ଉତ୍କଳ ଦିବସର ବିଶେଷ ଅବସରରେ ଶୁଭେଚ୍ଛା। 

ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହନୀୟତାର ଏକ କାଳଜୟୀ ପ୍ରତୀକ ଭାବରେ ଉଚ୍ଚରେ ଠିଆ ହୋଇଛି। 

ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ଭାବରେ ସମୃଦ୍ଧ କରିଛି। 

ସେମାନଙ୍କର ଦୃଢ଼ତା, ସରଳତା ଏବଂ ଉଷ୍ମତା ପାଇଁ ଜଣାଶୁଣା ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି। 

ଆଗାମୀ ସମୟରେ ଓଡ଼ିଶା ପ୍ରଗତିରେ ନୂତନ ଶିଖର ଆରୋହଣ କରୁ।"