ବିଜେଡି ଏବେ ପୁରା ଏକା ଏକା...
ଓଡ଼ିଶା ବନ୍ଦକୁ ସମର୍ଥନ ଦେବନି ବିଜେଡି
ଅଧ ଘଣ୍ଟାରେ ମତ ବଦଳାଇଲେ ପ୍ରମିଳା ମଲ୍ଲିକ
ଆସନ୍ତାକାଲି ଓଡ଼ିଶା ବନ୍ଦକୁ ସମର୍ଥନ କରିବନି ବିଜେଡି ।
ଅଧ ଘଣ୍ଟାରେ ମତ ବଦଳାଇଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।
ଏନେଇ ପ୍ରମିଳା କହିଛନ୍ତି ଯେ, ଆମେ କାଲି ବନ୍ଦକୁ ସମର୍ଥନ କରିବୁ ନାହିଁ ।
ଯିଏ ବନ୍ଦ ଡାକରା ଦେଇଛନ୍ତି ସେ କ'ଣ ଆମକୁ ପଚାରିଥିଲେ ?
ଆମେ କେବଳ SIR ଓ ଜ୍ଞାନେଶ୍ କୁମାରଙ୍କ ପ୍ରସଙ୍ଗରେ ସମର୍ଥନ କରିଛୁ ।
BJD କୌଣସି ମେଣ୍ଟରେ ନାହିଁ ।
ଆମେ ସମଦୂରତା ନୀତି ପାଳନ କରୁଛୁ ।
କିଛି ସମୟ ପୂର୍ବରୁ ନବୀନ ନିବାସରୁ ଫେରି ବନ୍ଦକୁ ସମର୍ଥନ କଥା କହିଥିଲେ ପ୍ରମିଳା ।
ଏପରିକି ଇଣ୍ଡି ମେଣ୍ଟରେ ଅଛୁ ବୋଲି ମଧ୍ୟ କହିଥିଲେ ପ୍ରମିଳା ।